ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

Madhusudan Das Picture
Published On

ଭୁବନେଶ୍ୱର: ଜଣେ ଗୁରୁତର ରୋଗୀଙ୍କୁ ଅଙ୍ଗଦାନ କରିି ଅମର ହୋଇ ଯାଇଛନ୍ତି ଜନୈକ ମହିଳା ଡାକ୍ତର। ତାଙ୍କ ଯକୃତରେ ନୂଆ ଜୀବନ ପାଇଛନ୍ତି ୪୬ ବର୍ଷୀୟ ବ୍ୟକ୍ତି। ଏମ୍‌ସ ଭୁବନେଶ୍ୱରରେ ଯକୃତ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ହୋଇଛି। ଭଦ୍ରକ ଜିଲ୍ଲାର ଜଣେ  ହୋମିଓପାଥିକ୍‌ ଚିକିତ୍ସା ଅଧିକାରୀ ଡ. ରାଧା ପାଢ଼ୀ ମୃତ୍ୟୁପରେ ଯକୃତ ଦାନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। 

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍‌ ରୋଗ ସହିତ ଲଢ଼ୁଥିବା ଡ. ପାଢ଼ୀ  ଅସୁସ୍ଥତା କାରଣରୁ ଏମ୍‌ସ ଭୁବନେଶ୍ୱର ଚିକିତ୍ସାଧୀନ ଥିଲେ। ଏହାରି ଭିତରେ ସେ  ନିଜ ଅଙ୍ଗଗୁଡ଼ିକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ଚଳିତ ମାସ ୨ ତାରିଖରେ ଡ. ପାଢ଼ୀଙ୍କୁ ବ୍ରେନ୍‌ ଷ୍ଟେମ୍‌ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କ ପରିବାର ସଦସ୍ୟମାନେ ସ୍ୱର୍ଗତ ପାଢ଼ୀଙ୍କ ଇଚ୍ଛାକୁ ସମ୍ମାନ ଦେଇ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆନେସ୍ଥେସିଆ ବିଭାଗର ଡାକ୍ତର ସ୍ୱାଗତା ତ୍ରିପାଠୀ ଏ ସମ୍ପର୍କରେ ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ୩ ତାରିଖରେ ଏମ୍‌ସ ଭୁବନେଶ୍ୱରର ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦଳ ଦ୍ୱାରା ତାଙ୍କର ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି। ଆସନ୍ତାକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ତେବେ ଜଣେ ମୃତ ରୋଗୀଙ୍କ ଠାରୁ ଯକୃତ ଆଣି ଅନ୍ୟଜଣଙ୍କ ଶରୀରରେ ପ୍ରତିରୋପଣ କରିବା, ଏମ୍‌ସ ଭୁବନେଶ୍ୱର ପାଇଁ ପ୍ରଥମ।  ସର୍ଜିକାଲ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ କରାଯାଇଥିଲା। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଏଫ୍‌ସିଆଇ ଚାଉଳ ନ ଉଠାଇବା ପ୍ରସଙ୍ଗ: ସରକାରଙ୍କ ଅପାରଗତା ପାଇଁ ଯୋଗାଣ ବ୍ୟବସ୍ଥା ଫେଲ୍‌ ମାରିଛି କହିଲା ବିଜେଡି

ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଅଙ୍ଗଦାତାଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି। ମେଡିକାଲ୍‌ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏମ୍‌ସ ଭୁବନେଶ୍ୱରରେ ସ୍ୱର୍ଗତ ଡ଼ାକ୍ତର ପାଢ଼ୀଙ୍କୁ  ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର