ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

Madhusudan Das Picture
Published On

ଢେଙ୍କାନାଳ: ଜନଗଣନା ବାହାନାରେ ଆସିଲେ, ଘରେ କଳାକନା ବୁଲାଇଲା ଲୁଟେରା । ଘରୁ ମୋବାଇଲ ଓ ମଙ୍ଗଳସୂତ୍ର ଲୁଟିନେଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନା ଅଧିକାରୀ ବୋଲି ପରିଚୟ ଦେଇ ଆସିଥିଲା । ପରେ ମହିଳାଙ୍କୁ ଆଧାକାର୍ଡ ମାଗିଥିଲା। ମହିଳା ଜଣକ ଆଧାରକାର୍ଡ ଆଣିବାକୁ ଘର ଭିତରକୁ ଯାଇଥିବାବେଳେ ଛୋଟ ଝିଅ ବେକରେ ଛୁରୀ ଲଗାଇଦେଇଥିଲା ଲୁଟେରା । ପରେ ମହିଳାଙ୍କୁ ଫୋନ ଓ ମଙ୍ଗଳସୂତ୍ର ମାଗିଥିଲା । ଭୟରେ ମହିଳା ଜଣକ ମୋବାଇଲ ଓ ମଙ୍ଗଳସୂତ୍ର ଦେଇଦେଇଥିଲେ । ସୁନାଗହଣା ଧରି ଚମ୍ପଟ ମାରିଥିଲା ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ରାସୋଳ ପୋଲିସ ।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

22 Apr 2026 By Madhusudan Das

ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଢେଙ୍କାନାଳ: ଜନଗଣନା ବାହାନାରେ ଆସିଲେ, ଘରେ କଳାକନା ବୁଲାଇଲା ଲୁଟେରା । ଘରୁ ମୋବାଇଲ ଓ ମଙ୍ଗଳସୂତ୍ର ଲୁଟିନେଲେ ଦୁର୍ବୃତ୍ତ । ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଗିରିଧରପ୍ରସାଦ ଗାଁରେ ଲୁଟ୍ ହୋଇଛି । ଗାଁର ବୀଭତ୍ସ ପଟ୍ଟନାୟକଙ୍କ ଘରକୁ ଜଣେ ଲୁଟେରା ଜନଗଣନା ଅଧିକାରୀ ବୋଲି ପରିଚୟ ଦେଇ ଆସିଥିଲା । ପରେ ମହିଳାଙ୍କୁ ଆଧାକାର୍ଡ ମାଗିଥିଲା। ମହିଳା ଜଣକ ଆଧାରକାର୍ଡ ଆଣିବାକୁ ଘର ଭିତରକୁ ଯାଇଥିବାବେଳେ ଛୋଟ ଝିଅ ବେକରେ ଛୁରୀ ଲଗାଇଦେଇଥିଲା ଲୁଟେରା । ପରେ ମହିଳାଙ୍କୁ ଫୋନ ଓ ମଙ୍ଗଳସୂତ୍ର ମାଗିଥିଲା । ଭୟରେ ମହିଳା ଜଣକ ମୋବାଇଲ ଓ ମଙ୍ଗଳସୂତ୍ର ଦେଇଦେଇଥିଲେ । ସୁନାଗହଣା ଧରି ଚମ୍ପଟ ମାରିଥିଲା ଲୁଟେରା । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ କରୁଛି ରାସୋଳ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର