ଗହୀରମଥାରେ ଅଣ୍ଡା ନଦେଇ ଫେରିଗଲେ ଅଲିଭ ରିଡ଼ଲେ କଇଁଛ, ଚିନ୍ତାରେ ପରିବେଶବିତ୍

Madhusudan Das Picture
Published On

ରାଜନଗର: ଗହୀରମଥାରେ ବ୍ୟତିକ୍ରମ । ଅଣ୍ଡା ନଦେଇ ଗହୀରମଥାରୁ ଫେରିଗଲେ ଅଲିଭ ରିଡ଼ଲେ କଇଁଛ । ସମୁହ ଅଣ୍ଡାଦାନ ନକରି ଗହୀରମଥା ସୀମା ବାହାରକୁ ଚାଲିଗଲେଣି ଅଲିଭ ରିଡ଼ଲେ । ଜଳବାୟୁର ପରିବର୍ତ୍ତନ ନା ବନବିଭାଗର ସୁରକ୍ଷାରେ ତୃଟି ଯାହାକୁ ନେଇ ଉଠିଲା ପ୍ରଶ୍ନ। ଏପ୍ରିଲ ମାସ ସରିବାକୁ ବସିଲାଣି ମାତ୍ର ଆଜି ଯାଏଁ ବିରଳ ଅଲିଭରିଡଲେ କଇଁଛ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହେଉନାହାଁନ୍ତି । ଦୀର୍ଘ ଦୁଇ ମାସ ଧରି କୂଳରୁ ୫ଶହ ମିଟର ମଧ୍ୟରେ ଲକ୍ଷାଧିକ ମାଆ କଇଁଛ ଠୁଳ ହୋଇଥିବା ଦୃଶ୍ୟମାନ ହେଉଥିବା ବେଳେ ଗତ ଏକ ସପ୍ତାହ ହେଲା କୂଳରେ ଆଉ କଇଁଛଙ୍କୁ ଦେଖିବାକୁ ମିଳୁନି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଏଭଳି ପରିସ୍ଥିତିରେ ଗହୀରମଥାରେ ଚଳିତବର୍ଷ କଇଁଛଙ୍କ ସମୂହ ଅଣ୍ଡାଦାନ ହେବ ନାହିଁ ବୋଲି ବନବିଭାଗ ଆକଳନ କରିଛି । ଯାହା ପରିବେଶବିତଙ୍କୁ ବ୍ୟଥିତ କରିଛି । ଓଡିଶାର ଏକ ମାତ୍ର ସାମୁଦ୍ରିକ ଅଭୟାରଣ୍ୟ ଗହିରମାଥା ଯେଉଁଠିକୁ ପ୍ରାୟ ୫୦ ପ୍ରତିଶତରୁ ଉର୍ଦ୍ଧ୍ୱ ଅଲିଭ ରିଡ଼ିଲେ କଇଁଛ ଆସିଥାନ୍ତି । ସମୁଦ୍ରର ନୀଳ ଜଳରାଶିରେ ସେମାନଙ୍କର ମିଳନ ପରେ ବେଳାଭୂମିର ବାଲୁକା ଶଯ୍ୟାରେ ଲକ୍ଷାଧିକ କଇଁଛ ସମୂହ ଅଣ୍ଡାଦାନ କରିଥାନ୍ତି । 2025 ମସିହାରେ ମାର୍ଚ୍ଚ ମାସ 6 ତାରିଖ ରୁ 10 ତାରିଖ ପର୍ଯ୍ୟନ୍ତ 6 ଲକ୍ଷରୁ ଉର୍ଦ୍ଧ କଇଁଛ ସମୁହ ଅଣ୍ଡାଦାନ କରିଥିଲେ । ପ୍ରତି ବର୍ଷ ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଅଲିଭ ରିଡ଼ିଲେ କଇଁଛ ସମୁହ ଅଣ୍ଡାଦାନ କରିଥାନ୍ତି । ବେଳେ ବେଳେ ଏପ୍ରିଲ ମାସ ପ୍ରଥମ ସପ୍ତାହରେ ମଧ୍ୟ ସମୁହ ଅଣ୍ଡାଦାନ ହୋଇଥାଏ । 

ଆହୁରି ପଢ଼ନ୍ତୁ: କଲେଜ ହଷ୍ଟେଲରୁ ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ମାତ୍ର ଚଳିତ ବର୍ଷ ଏପ୍ରିଲ ତୃତୀୟ ସପ୍ତାହ ଆରମ୍ଭ ହୋଇଥିବା ବେଳେ କଇଁଛ ମାନେ ଅଣ୍ଡା ନଦେଇ ଗହୀରମଥା ସୀମା ବାହାରକୁ ଚାଲି ଯିବା ଘଟଣା ଗହୀରମଥା ପାଇଁ ଶୁଭଙ୍କର ନୁହେଁ ବୋଲି ପରିବେଶବିତ୍ ମାନେ ମତ ଦେଇଛନ୍ତି । ଅନ୍ୟପଟେ ୨୦୦୨, ୨୦୦୯ ଓ ୨୦୧୪ରେ ମଧ୍ୟ କଇଁଛ ମାନେ ସମୁହ ଅଣ୍ଡାଦାନ କରିନଥିଲେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର କହିଛନ୍ତି।

ଆହୁରି ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ୟୁଏଇ ଗସ୍ତ ଉପରେ ବିଜେଡିର ପ୍ରତିକ୍ରିୟା: ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର