ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍ । ସମସ୍ତ ସରକାରୀ/ବେସରକାରୀ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ହିଟ୍ ୱେଭ୍କୁ ଦେଖି ସ୍କୁଲ୍ ସମୟ ବଦଳାଇଛନ୍ତି ଜିଲ୍ଲାପାଳ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।
ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଅଧିକାଂଶ ଜିଲ୍ଲାରେ ତାପମାତ୍ରା 40 ଡିଗ୍ରୀ ଟପିଲାଣି । ଏହି ସମୟରେ ପିଲେ ସ୍କୁଲ ଆସିବା କଷ୍ଟକର ହୋଇପଡିଛି । ଆଜି ଭୁବନେଶ୍ୱରରେ ତାପମାତ୍ରା 42 ଡିଗ୍ରୀ ଛୁଇଁଛି । ଏହାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ଜିଲ୍ଲାରେ ସ୍କୁଲ ବନ୍ଦ ଘୋଷଣା କରିଛନ୍ତି ।