ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

Madhusudan Das Picture
Published On

ରାଇରଙ୍ଗପୁର: ଚାକିରି ଲୋଭ ଦେଖାଇ ଜଣେ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀ‌‌ରେ ବିକିଦେବା ଓ ୫ ବର୍ଷ ଧରି ଦଲାଲ କବ୍‌ଜାରେ ରହିବା ପରେ ଉଦ୍ଧାର ପାଇଁ ଯୁବତୀଜଣଙ୍କ ଫୋନ୍‌ ଯୋଗେ ପରିବାରଲୋକଙ୍କୁ ଯୋଗାଯୋଗ କରିବା ଭଳି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ଯୁବତୀଜଣଙ୍କ ବାମନଘାଟି ଉପଖଣ୍ଡର ଗୋରୁମହିଷାଣି ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ମଧ୍ୟ ଖୋଜଖବର ନାହିଁ। ସମସ୍ତଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଭଞ୍ଜସେନା ଦାବି କରିଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

କୁକୁଡ଼ିମୁଣ୍ଡି ଗ୍ରାମର ଜେସାଇ ହାଁସଦାଙ୍କ ଝିଅ ସିନଗୋ ହାଁସଦାଙ୍କ ନାବାଳିକା ଅବସ୍ଥାରେ ବିବାହ ହୋଇଥିଲା। ଶଶୂରଘର ଲୋକ ନିର୍ଯାତନା ଦେବାରୁ ସେ ବାପଘରେ ରହୁଥିଲେ। ଚାକିରି ଅନ୍ୱେଷଣ କରୁଥିବା ବେଳେ ସେ ଏକ ଦଲାଲ ହାବୁଡ଼ରେ ପଡ଼ିଥିଲେ। ଦଲାଲଜଣଙ୍କ ଭଲ ଚାକିରି ପ୍ରଲୋଭନ ଦେଖାଇ ସିନଗୋ ସମେତ ତାଙ୍କ ଦୁଇ ଭଉଣୀଙ୍କୁ ଦିଲ୍ଲୀର ଏକ ଧନୀ ପରିବାରକୁ ବିକ୍ରି କରିଦେଇଥିଲା। ସେଠାରେ ସେମାନଙ୍କ ମୋବାଇଲ ଫୋନ୍‌ ଛଡ଼ାଇ ନିଆଯିବା ସହ ସେମାନଙ୍କୁ ନଜରବନ୍ଦୀରେ ରଖାଯାଇଥିଲା। ଫଳରେ ସେମାନେ ପରିବାର ସହ ଯୋଗାଯୋଗ କରିପାରିନଥିଲେ। ତେବେ ଘରଲୋକଙ୍କ ମୋବାଇଲ ନମ୍ୱର ମନେଥିବାରୁ ୫ ବର୍ଷ ପରେ ସୁଯୋଗ ପାଇ ପରିବାରଲୋକଙ୍କୁ ଫୋନ କରିଥିଲେ ସିନଗୋ। ତାଙ୍କ ସହ ଘଟିଥିବା ଅଘଟଣ ଏବଂ ଅନ୍ୟ ଦୁଇ ଭଉଣୀଙ୍କ କୌଣସି ଖୋଜଖବର ନାହିଁ ବୋଲି ଜଣାଇଥିଲେ। ଏ ସଂପର୍କରେ ପରିବାରଲୋକେ ଗୋରୁମହିଷାଣି ଥାନାରେ ଜଣାଇଥିଲେ। କିନ୍ତୁ, ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରୁ ଉଦ୍ଧାର କରି ଆଣିବାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେବେ ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଭଞ୍ଜସେନା ପକ୍ଷରୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଗଣମାଧ୍ୟମ ଜରିଆରେ ଘଟଣା ସମ୍ପର୍କରେ ଜାଣିବା ପରେ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ଜାଣିବା ପରେ ସହାୟତା ହାତ ବଢ଼ାଇଛନ୍ତି। ଭଞ୍ଜସେନାର ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଗୋରୁମହିଷାଣିରେ ଯୁବତୀଙ୍କ ପରିବାରବର୍ଗଙ୍କୁ ଭେଟି ସବିଶେଷ ଆଲୋଚନା କରିଛନ୍ତି। ଯୁବତୀଙ୍କ ପରିବାର ଝିଅକୁ ଆଣିବାକୁ ଦିଲ୍ଲୀ ଯିବା ସକାଶେ ଭଞ୍ଜସେନା ଆର୍ଥିକ ସହାୟତା ପ୍ରଦାନ କରିଛି। ଦିଲ୍ଲୀ ଯିବା ଆସିବା ପାଇଁ ଟ୍ରେନ୍‌ ଟିକଟ ବ୍ୟବସ୍ଥା କରାଯାଇଛି। ମୟୂରଭଞ୍ଜ ଜିଲ୍ଲାକୁ ଫେରାଇ ଆଣିବା ନେଇ ସମସ୍ତ ଖର୍ଚ୍ଚ ସଂଗଠନ ବହନ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହିତ ଆଦିବାସୀ ଝିଅଙ୍କୁ ଦଲାଲ କବଳରୁ ଉଦ୍ଧାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଏକ୍ସ ଯୋଗେ ପ୍ରତିଷ୍ଠାତା ଶ୍ରୀ ଜେନା ନିବେଦନ କରିଛନ୍ତି। ରାଜ୍ୟ ସରକାର ଏଭଳି ଏକ ସମ୍ୱେଦନଶୀଳ ଘଟଣା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯୁବତୀଙ୍କୁ ଉଦ୍ଧାର ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ନୟାଗଡ଼ର ରୁଖି ପାହାଡ଼ରେ ଫସିଗଲେ କଲେଜ ଛାତ୍ର, ୨ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ସୁରକ୍ଷିତ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର