ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

Madhusudan Das Picture
Published On

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଦିନ ୨ଟା ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଟ କରାଯାଇଛି ।  ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଶଙ୍କା କରାଯାଉଛି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ବି ହୋଇପାରେ। 

ଆହୁରି ପଢ଼ନ୍ତୁ: ବୁର୍ଲା ଭିସୁଟ୍‌ରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ନିମ୍ନମାନର ହଷ୍ଟେଲ ଖାଦ୍ୟ ସହ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଧାରଣା

ଗତକାଲି ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ପରକୁ ରହିଥିଲା ତାଳଚେର । ତାଳଚେରର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ । ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଳାର ତାପମାତ୍ରା ହେଲାଣି । ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବ ଅଧାରୁ ଅଧିକ ରାଜ୍ୟ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ କରାଯାଇଛି। ଆଜି ଗରମ ଏବଂ ଗୁଳୁଗୁଳି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା ସରବାହାଲ ସ୍ଥିତ ସପିଂ ମଲ୍ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

23 Apr 2026 By Madhusudan Das

ଟାଇଁ ଟାଇଁ ଖରାରେ ହନ୍ତସନ୍ତ ରାଜଧାନୀବାସୀ, ଅପରାହ୍ନ ୨ଟା ସୁଦ୍ଧା ୪୨ ଡିଗ୍ରୀ ଛୁଇଁଲା ତାପମାତ୍ରା

ଭୁବନେଶ୍ୱର: ଅସହ୍ୟ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ପ୍ରବଳ ଖରା ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଲଗାତାର ଭାବେ ତାତି ବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ରାସ୍ତାଘାଟ ଖାଁ ଖାଁ ହୋଇଯାଉଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଛି । ଦିନ ୨ଟା ସୁଦ୍ଧା ଏୟାରପୋର୍ଟ ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଟ କରାଯାଇଛି ।  ଆସନ୍ତା ୨୪ ଘଣ୍ଟାରେ ଦିନ ତାପମାତ୍ରା ୨ ରୁ ୩ ଡିଗ୍ରୀ ଆହୁରି ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଆଶଙ୍କା କରାଯାଉଛି ରାଜ୍ୟର କେତେକ ସ୍ଥାନରେ ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ବି ହୋଇପାରେ। 

ଗତକାଲି ଝାରସୁଗୁଡ଼ା ଦେଶର ଉତ୍ତପ୍ତ ସହର ଥିଲା । ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୪.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ଏହା ପରକୁ ରହିଥିଲା ତାଳଚେର । ତାଳଚେରର ତାପମାତ୍ରା ଥିଲା ୪୩.୫ ଡିଗ୍ରୀ । ଆହୁରି ୪ ଦିନ ଖରାରେ ସିଝିବ ଓଡ଼ିଶା। ୪୦ ଡିଗ୍ରୀ ଉପରେ ଅଧିକାଂଶ ଜିଲ୍ଳାର ତାପମାତ୍ରା ହେଲାଣି । ୨୬ ତାରିଖ ପର୍ଯ୍ୟନ୍ତ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେବ ଅଧାରୁ ଅଧିକ ରାଜ୍ୟ । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ହିଟ୍ ୱେଭ୍ ଆଲର୍ଟ କରାଯାଇଛି। ଆଜି ଗରମ ଏବଂ ଗୁଳୁଗୁଳି ପାଇଁ ୨୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର