ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ପକ୍ଷରୁ ଶିକ୍ଷଣୀୟ ଭ୍ରମଣ: ଖଣ୍ଡଗିରି, ଗାନ୍ଧୀ ଶାନ୍ତି କେନ୍ଦ୍ର ଓ ସାଇନ୍ସ ପାର୍କ ବୁଲି ଦେଖିଲେ ଛାତ୍ରଛାତ୍ରୀ

Sakala Desk Picture
Published On

ଭୁବନେଶ୍ୱର: ମଞ୍ଜରୀ ଦେବୀ ପବ୍ଲିକ ସ୍କୁଲ ଦ୍ୱାରା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଦୁଇଦିନିଆ ଶିକ୍ଷଣୀୟ ଭ୍ରମଣ (ଏଡୁକେସନାଲ ଟ୍ରିପ) ସଫଳତାର ସହ ଆୟୋଜିତ ହୋଇଯାଇଛି। ଗତ ୧୨.୧୨.୨୦୨୫ ଓ ୧୩.୧୨.୨୦୨୫ ଦୁଇଦିନ ଧରି ଅନୁଷ୍ଠିତ ଏହିIMG-20251213-WA0045 କାର୍ଯ୍ୟକ୍ରମରେ ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଯାତ୍ରା ପିଲାମାନଙ୍କ ପାଇଁ ଏକ ନିଆରା ଅନୁଭୂତି ଥିଲା।

ଆହୁରି ପଢ଼ନ୍ତୁ: +୨ ନାମଲେଖା ପାଇଁ ପୁଣି ସୁଯୋଗ; ଆଜିଠୁ ଆବେଦନ କରିପାରିବେ ଆଶାୟୀ

IMG-20251213-WA0050

ଆହୁରି ପଢ଼ନ୍ତୁ: ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲର ସଫଳତାକୁ ସ୍ୱୀକୃତି

ଏହି ଭ୍ରମଣ ସମୟରେ ଛାତ୍ରଛାତ୍ରୀମାନେ ଓଡ଼ିଶାର ପ୍ରମୁଖ ଐତିହାସିକ ଓ ଧାର୍ମିକ ପୀଠ ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ପରିଦର୍ଶନ କରିଥିଲେ। ଏହି ଗୁମ୍ଫାଗୁଡ଼ିକ ମୁଖ୍ୟତଃ ଜୈନ ସନ୍ନ୍ୟାସୀମାନଙ୍କ ସାଧନା ଓ ରହଣି ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ପିଲାମାନଙ୍କୁ ଅବଗତ କରାଯାଇଥିଲା। ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର (Gandhi Peace Center)ର ଡିଜିଟାଲ ସଂଗ୍ରହାଳୟ ବୁଲି ଦେଖିବା ସହ ପିଲାମାନେ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ।

ଆହୁରି ପଢ଼ନ୍ତୁ: ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ, ନିୟମିତ କରିବା ଦାବିରେ ଲୋୟର୍ ପିଏମଜିରେ ଧାରଣା

ଏହି ଯାତ୍ରାର ଅନ୍ୟତମ ଆକର୍ଷଣ ଥିଲା ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବା ସାଇନ୍ସ ପାର୍କ। ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ଏହି ୮ ଏକର ପରିମିତ ପାର୍କରେ ପିଲାମାନେ ବିଭିନ୍ନ ଇଣ୍ଟରାକ୍ଟିଭ୍ ବିଜ୍ଞାନ ମଡେଲ ଓ ପ୍ରାଚୀନ ଜୀବଜନ୍ତୁ ପାର୍କ ଦେଖି ବେଶ୍ ଖୁସି ହୋଇଥିଲେ। ବିଦ୍ୟାଳୟ ପକ୍ଷରୁ ସମସ୍ତଙ୍କ ପାଇଁ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯାଇଥିଲା। କେବଳ ଶିକ୍ଷା ନୁହେଁ, ପିଲାମାନେ ଗୀତ, ନୃତ୍ୟ ଓ ଖେଳକୁଦ ମାଧ୍ୟମରେ ଏହି ଭ୍ରମଣକୁ ଉପଭୋଗ କରିଥିଲେ। ସନ୍ଧ୍ୟାରେ ସମସ୍ତେ ସୁରକ୍ଷିତ ଭାବେ ଫେରିବା ସହ ଏକ ସ୍ମରଣୀୟ ଅନୁଭୂତି ସାଉଁଟିଥିଲେ।

Join Us @ WhatsApp

About The Author

Google News
Join Us @ WhatsApp