ସୀମାନ୍ତରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ମାଓବାଦୀ ମୃତ୍ୟୁ ହୋଇଥିବାସୂଚନା ମିଳିଛିା ସୁଚନା ଅନୁଯାୟୀ ଗତ ଦୁଇଦିନ ପୂର୍ବେ ଏ.ଏସ୍.ପି. ଆକାଶ ରାଓ ଗିରପୁଂଜେ ଆଇଡି ବିସ୍ପୋରଣରେ ସହୀଦ ହୋଇଥିବା ବେଳେ ଏହାର ଜବାବରେ ଡିଆରଜି ବାହିନୀ କୁକାନାର ଥାନା ଅଂଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତିା ଏହି କୁମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ […]
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା କୁକାନାର ଥାନା ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ମାଓବାଦୀ ମୃତ୍ୟୁ ହୋଇଥିବାସୂଚନା ମିଳିଛିା ସୁଚନା ଅନୁଯାୟୀ ଗତ ଦୁଇଦିନ ପୂର୍ବେ ଏ.ଏସ୍.ପି. ଆକାଶ ରାଓ ଗିରପୁଂଜେ ଆଇଡି ବିସ୍ପୋରଣରେ ସହୀଦ ହୋଇଥିବା ବେଳେ ଏହାର ଜବାବରେ ଡିଆରଜି ବାହିନୀ କୁକାନାର ଥାନା ଅଂଚଳରେ କୁମ୍ବିଂ ଅପରେସନ ଆରମ୍ଭ କରିଛନ୍ତିା
ଏହି କୁମ୍ବିଂ ଅପରେସନ ସମୟରେ ମାଓବାଦୀ ମାନେ ଜବାନ ଆସୁଥିବା ଦେଖି ଗୁଳି ଚାଳଣା କରିଥିଲୋ ପାଲଟା ଜବାବରେ ଜବାନ ମାନେ ମଧ୍ୟ ଗୁଳି ଚାଲଣା କରିଥିବା ବେଳେ ତାଙ୍କ ଆକ୍ରମଣର ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ସୂଚନା ମିଳିଛି। ତେବେ ଏହି ଗୁଳି ବିନିମୟରେ ଦୁଇଜଣ ମାଓବାଦୀ ମୃତ୍ୟୁବରଣ କରିଥିବା ବେଳେ ଘଟଣା ସ୍ଥଳରୁ ଆଟୋମେଟିକ ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛିା






