ମହାପ୍ରଭୁଙ୍କ ମାନବୀୟ ଲୀଳା, ଲକ୍ଷ୍ମୀ ନାରାୟଣ ଭେଟ କରାଇଲେ ଗଜପତି

The Sakala Picture
Published On

ପୁରୀ : ଗୁଣ୍ଡିଚା ଯାତ୍ରା ଶେଷ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ସାଆନ୍ତାଣୀ। ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତାଳଧ୍ୱଜ ରଥରେ ରହିଥିଲେ ଦେଢଶୂର ବଡ଼ଠାକୁର ଶ୍ରୀବଳଭଦ୍ର। ତେଣୁ ତାଳଧ୍ୱଜ ରଥରେ ଘେର କପଡ଼ା ଦିଆଯିବା ପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପାଲିଙ୍କିରେ ମହାଲକ୍ଷ୍ମୀ ସିଂହଦ୍ୱାର ଦେଇ […]

ପୁରୀ : ଗୁଣ୍ଡିଚା ଯାତ୍ରା ଶେଷ କରି ଭାଇଭଉଣୀଙ୍କୁ ସାଥୀରେ ଧରି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡୁଛନ୍ତି ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ। ସେପଟେ ଶ୍ରୀମନ୍ଦିର ଚାହାଣି ମଣ୍ଡପରେ ରହି ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ ମା’ ଲକ୍ଷ୍ମୀ ସାଆନ୍ତାଣୀ। ଏହି ସମୟରେ ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତାଳଧ୍ୱଜ ରଥରେ ରହିଥିଲେ ଦେଢଶୂର ବଡ଼ଠାକୁର ଶ୍ରୀବଳଭଦ୍ର। ତେଣୁ ତାଳଧ୍ୱଜ ରଥରେ ଘେର କପଡ଼ା ଦିଆଯିବା ପରେ ଘଣ୍ଟ, ଛତା, କାହାଳୀ ସହ ପଟୁଆରରେ ପାଲିଙ୍କିରେ ମହାଲକ୍ଷ୍ମୀ ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥିଲେ। ରାତି ପ୍ରାୟ ୮ଟା ୪୦ରେ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକିଥିଲା।

ଆହୁରି ପଢ଼ନ୍ତୁ: ବିଧାୟକ ଦଳ ବୈଠକରେ ନବୀନଙ୍କ ସ୍ପଷ୍ଟ ଆଭିମୁଖ୍ୟ: ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ସ୍ୱର ଶାଣିତ କରିବ ବିଜେଡି

ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଲକ୍ଷ୍ମୀ (ଶ୍ରୀଦେବୀ)ଙ୍କୁ ହାତରେ ବିଜେ କରାଇ ଆଣି ରଥାରୂଢ କଳାଠାକୁରଙ୍କ ସହିତ ଭେଟ କରାଇଥିଲେ। ପତି ମହାପାତ୍ର ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଆଣି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଦାନ କରିଥିଲେ। ଏହାପରେ ପାଲିଙ୍କି ସହ ଗଜପତି ମହାରାଜା ରଥ ପରିକ୍ରମା କରି ରଥ ବାମ ପାଶ୍ୱର୍ରେ ପାରମ୍ପରିକ ରୀତିରେ ବନ୍ଦାପନା କରିଥିଲେ। ପରେ ଶ୍ରୀନଅର ସମ୍ମୁଖରେ ପନ୍ତି ଭୋଗ ସମ୍ପନ୍ନ ହୋଇଥିଲା। ଏହାପରେ ମା’ ଲକ୍ଷ୍ମୀ ଠାକୁରାଣୀ ପାଲିଙ୍କିରେ ବିଜେ ହୋଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହାପରେ ସିଂହଦ୍ୱାର ଅଭିମୁଖେ ଗଡ଼ିଥିଲା ନନ୍ଦିଘୋଷ ରଥ। ସୂଚନାଥାଉ କି, ବଡ଼ଦାଣ୍ଡରେ ଶ୍ରୀନଅର ସମ୍ମୁଖରେ ହେଉଥିବା ଏହି ନୀତିକୁ ଲକ୍ଷ୍ମୀ ନାରାୟଣ ଭେଟ କୁହାଯାଏ। ମହାପ୍ରଭୁଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ।

ଆହୁରି ପଢ଼ନ୍ତୁ: ପୁଣି ଅନ୍ତର୍ଜାତୀୟ ମଞ୍ଚରେ ପାଣ୍ଡିଆନ; ଇଟାଲୀରେ ବାଣ୍ଟିଲେ ‘୫-ଟି’ ମଡେଲର ଅଭିଜ୍ଞତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର