ଆକାଶରୁ ଖସିଲା ମୃତ୍ୟୁ : ଜେଜେ‘ମା, ନାତୁଣୀ ସହ ତିନି ଜଣଙ୍କର ଚାଲିଗଲା ଜୀବନ

ଲକ୍ଷ୍ମୀପୁର : ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ପର୍ଡିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜେଜେ‘ମା, ନାତୁଣୀ ଓ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ପର୍ଡିଗୁଡ଼ା ଠାରୁ କିଛି ଦୂରରେ […]
ଲକ୍ଷ୍ମୀପୁର : ଆଜି ଅପରାହ୍ନରେ କୋରାପୁଟ ଜିଲ୍ଲାରେ ବଜ୍ରପାତ ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ପର୍ଡିଗୁଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଜେଜେ‘ମା, ନାତୁଣୀ ଓ ଅନ୍ୟ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ପର୍ଡିଗୁଡ଼ା ଠାରୁ କିଛି ଦୂରରେ ଥିବା ସର୍ଗି ପଦର ନଦୀ ପାଖରେ ରହିଥିବା ନିଜ ବିଲରେ କାମ କରୁଥିବା ବେଳେ ମଧ୍ୟାହ୍ନ ସମୟରେ ହଠାତ କାଳବୈଶାଖୀ ମାଡିଆସିଥିଲା। ଆଉ ଏହାପରେ ପବନ ସହ ବଜ୍ରାଘାତ ହୋଇଥିଲା। ଯେଉଁଥିରେ ବୁରୁଦି ମାଣ୍ଡିଙ୍ଗା (୭୦) ଓ ନାତୁଣୀ କଷା ମାଣ୍ଡିଙ୍ଗା (୧୬ ) ଓ ଅନ୍ୟ ଜଣେ ମହିଳାଙ୍କ ଜୀବନ ଯାଇଛି।