ଦେଶୀ ବନ୍ଧୁକ ହାତରୁ ଖସି ଗୁଳିଫୁଟି ଯୁବକଙ୍କ ମୃତ୍ଯୁ

The Sakala Picture
Published On

କୋରାପୁଟ: ଶିକାର ପାଇଁ ଯାଇ ଫେରୁଥିବା ସମୟରେ ହାତରେ ଧରିଥିବା ଦେଶୀବନ୍ଧୁକ ଖସି ଗୁଳି ଫୁଟି ଯୁବକଙ୍କ ମୃତ୍ଯୁ ଘଟିଛି। ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତରେ ଏହି ଅଘଟଣ ଘଟିଛି। ହାତରେ ଧରିଥିବା ଦେଶୀ ବନ୍ଧୁକ (ଠେସା) ଆସାଧବନତା ବଶତଃ ତଳେ ପଡ଼ିଯାଇଥିଲା। ସେଥିରୁ ଗୁଳି ଫୁଟି ସାଥିରେ ଥିବା ଯୁବକଙ୍କ ଦେହରେ ବାଜିଥିଲା। ଯୁବକ ଜଣକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି। ଏଭଳି ଅଭାବନୀୟ ଅଘଟଣ […]

କୋରାପୁଟ: ଶିକାର ପାଇଁ ଯାଇ ଫେରୁଥିବା ସମୟରେ ହାତରେ ଧରିଥିବା ଦେଶୀବନ୍ଧୁକ ଖସି ଗୁଳି ଫୁଟି ଯୁବକଙ୍କ ମୃତ୍ଯୁ ଘଟିଛି। ନନ୍ଦପୁର ବ୍ଲକ ପାନ୍ଥଲୁଙ୍ଗ ପଞ୍ଚାୟତରେ ଏହି ଅଘଟଣ ଘଟିଛି। ହାତରେ ଧରିଥିବା ଦେଶୀ ବନ୍ଧୁକ (ଠେସା) ଆସାଧବନତା ବଶତଃ ତଳେ ପଡ଼ିଯାଇଥିଲା। ସେଥିରୁ ଗୁଳି ଫୁଟି ସାଥିରେ ଥିବା ଯୁବକଙ୍କ ଦେହରେ ବାଜିଥିଲା। ଯୁବକ ଜଣକଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ହେଲେ ତାଙ୍କର ଚିକିତ୍ସାଧିନ ଅବସ୍ଥାରେ ମୃତ୍ଯୁ ଘଟିଛି। ଏଭଳି ଅଭାବନୀୟ ଅଘଟଣ ପାଡୁଆ ଥାନା ଅଂଚଳରେ ଆଲୋଚନାର ବିଷୟ ପାଲଟିଛି। ଘଟଣା ସମ୍ପର୍କରେ ମୃତକ ଭୂଷଣ ବଣ୍ଡାଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପାଡୁଆ ଥାନାରେ କେସ ନ ୫୯/୨୦୨୩ ପ୍ରକାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି।

17 Apr 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର