ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା : ୬ଅଭିଯୁକ୍ତ ଗିରଫ, ୨କେଜିରୁ ଉର୍ଦ୍ଧ୍ବ ସ୍ଵର୍ଣ୍ଣ ଅଳଙ୍କାର ଜବତ

The Sakala Picture
Published On

ଖୋର୍ଦ୍ଧା : ଜଙ୍କିଆ ଥାନା ଅଧୀନ ସାଇ ସୋନା ଆଳଙ୍କାର ଦୋକାନରୁ ୧୧ କୋଟି ୫୫ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦୀ ଲୁଟ୍ ମାମଲାରେ ପୁଲିସ ଆହୁରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇ କୋର୍ଟକୁ ପଠାଇଛି। ସେମାନଙ୍କ ଠାରୁ ୨କେଜିରୁ ଉର୍ଦ୍ଧ ସ୍ଵର୍ଣ୍ଣ ଅଳଙ୍କାର, ସାଢେ଼ ୪କେଜି ରୂପା ସହ ନଗଦ ଟଙ୍କା ଏବଂ ଲୁଟ ରେ ବ୍ୟବହାର ବନ୍ଧୁକ, ଭୁଜାଲି ମଧ୍ୟ […]

ଖୋର୍ଦ୍ଧା : ଜଙ୍କିଆ ଥାନା ଅଧୀନ ସାଇ ସୋନା ଆଳଙ୍କାର ଦୋକାନରୁ ୧୧ କୋଟି ୫୫ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦୀ ଲୁଟ୍ ମାମଲାରେ ପୁଲିସ ଆହୁରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇ କୋର୍ଟକୁ ପଠାଇଛି। ସେମାନଙ୍କ ଠାରୁ ୨କେଜିରୁ ଉର୍ଦ୍ଧ ସ୍ଵର୍ଣ୍ଣ ଅଳଙ୍କାର, ସାଢେ଼ ୪କେଜି ରୂପା ସହ ନଗଦ ଟଙ୍କା ଏବଂ ଲୁଟ ରେ ବ୍ୟବହାର ବନ୍ଧୁକ, ଭୁଜାଲି ମଧ୍ୟ ଜବତ କରିଛି ବୋଲି ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ପ୍ରକାଶ ଥାଉ କି ଗତ ମାସ ୨୪ତାରିଖ ଦିନ ଦ୍ୱିପହର ସମୟରେ ବୋମା ଫୁଟାଇ, ବନ୍ଧୁକ ଏବଂ ଭୁଜାଲି ଦେଖାଇ ୮ଜଣ ମୁଖା ପିନ୍ଧା ଲୁଟେରା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ରେ ଥିବା ସାଇ ସୋନୁ ଅଳଙ୍କାର ପ୍ରତିଷ୍ଠାନ ରେ ସବୁ ଲୁଟ କରିଥିଲେ। ଲୁଟ ର ଦୃଶ୍ୟ ସିସି ଟିଭି ଫୁଟେଜ ରେ କଏଦ ହୋଇଥିଲା। ଏ ସଂପର୍କ ରେ ସୋ ରୁମ୍ ର ମାଲିକ ଅରୁନ୍ଧୁତୀ ସାହୁ , ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ୮ଜଣ ଅଭିଯୁକ୍ତ ମୋଟରସାଇକେଲରେ ଆସି ବନ୍ଧୁକ, ବୋମା ଓ ଭୁଜାଲି ଦେଖାଇ ଦୋକାନର କର୍ମଚାରୀଙ୍କୁ ଧମକ ଦେଇ ୧୧ କିଲୋ ୬୦୦ ଗ୍ରାମ ସୁନା ଓ ୫ କିଲୋ ଚାନ୍ଦୀ ଗହଣା ଲୁଟିନେଇଥିଲେ। ସେମାନେ ଦୋକାନର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ବୋମା ଫୁଟାଇ ଭୟ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ଜଂକିଆ ଥାନାରେ ଲିଖିତ ଅଭିଯୋଗ ପରେ ନୂତନ ଭାବେ ଯୋଗ ଦେଇଥିବା ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଗତ ୨ତାରିଖରେ ପୁଲିସକୁ ମିଳିଥିଲା ସଫଳତା। ୩ଜଣ ଲୁଟେରା ଜଣେ ଚୋର ସୁନା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୧କେଜି ସ୍ଵର୍ଣ୍ଣ ଅଳଙ୍କାର, ୨କେଜିରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର, ନଗଦ ୯ଲକ୍ଷ ଟଙ୍କା, ବନ୍ଧୁକ, ଭୁଜାଲି ସବୁ ଜବତ କରିଥିଲା। ସେମାନଙ୍କ ସୂଚନା ଆଧାରରେ ପୁଲିସ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ତଲାସୀ କରି କଟକ ଏବଂ ପୁରୀରୁ ଆଉ ଦୁଇଜଣ ଙ୍କୁ ଗିରଫ କରିଛି। ଏ ଯାବତ୍ ଏହି ଲୁଟ ଘଟଣାରେ ମୋଟ ୬ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ମୋଟ ୧୯୧୩ ଗ୍ରାମ ୬୫୦ ମି.ଗ୍ରାମ ସୁନା ଅଳଙ୍କାର, ଏବଂ ୪୫୯୪ ଗ୍ରାମ ୯୪୦ ମି.ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଓ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତିଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ କରାଯାଇଥିଲା। ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ପୁଲିସର ବିଶେଷ ଦଳ, ବିଭିନ୍ନ ଥାନାର ଅଧିକାରୀ ମାନେ ଏହି ଲୁଟ ଘଟଣାରେ ସଫଳତା ହାସଲ କରିଛନ୍ତି। ଅଳଙ୍କାର ପ୍ରତିଷ୍ଠାନର ମାଲିକଙ୍କ ଅଭିଯୋଗ ପତ୍ରରେ ଲୁଟ ହୋଇଥିବା ସ୍ଵର୍ଣ୍ଣ ଅଳଙ୍କାର ପରିମାଣ ଏବଂ ଲୁଟ ହୋଇଥିବାର ପ୍ରଣାଳୀକୁ ଦେଖି ପୁଲିସ ସନ୍ଦେହ ସୃଷ୍ଟି ହୋଇଛି। ପ୍ରକୃତ ସତ୍ୟାସତ୍ୟ ଖୁବ୍ ଶୀଘ୍ର ଲୋକ ଲୋଚନ କୁ ଅଣାଯିବ ବୋଲି ଏସପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

12 Sep 2025 By The Sakala

ଛଣଗିରି ସ୍ଵର୍ଣ୍ଣ ଅଳଙ୍କାର ଲୁଟ ଘଟଣାରେ ପୁଲିସକୁ ବଡ଼ ସଫଳତା : ୬ଅଭିଯୁକ୍ତ ଗିରଫ, ୨କେଜିରୁ ଉର୍ଦ୍ଧ୍ବ ସ୍ଵର୍ଣ୍ଣ ଅଳଙ୍କାର ଜବତ

ଖୋର୍ଦ୍ଧା : ଜଙ୍କିଆ ଥାନା ଅଧୀନ ସାଇ ସୋନା ଆଳଙ୍କାର ଦୋକାନରୁ ୧୧ କୋଟି ୫୫ ଲକ୍ଷ ଟଙ୍କାର ସୁନା ଓ ଚାନ୍ଦୀ ଲୁଟ୍ ମାମଲାରେ ପୁଲିସ ଆହୁରି ୨ ଜଣ ଅଭିଯୁକ୍ତକୁ ଗିରଫ କରିଛି। ଏହା ସହିତ ଏପର୍ଯ୍ୟନ୍ତ ୬ଜଣଙ୍କୁ ପୁଲିସ ଧରିବାରେ ସଫଳ ହୋଇ କୋର୍ଟକୁ ପଠାଇଛି। ସେମାନଙ୍କ ଠାରୁ ୨କେଜିରୁ ଉର୍ଦ୍ଧ ସ୍ଵର୍ଣ୍ଣ ଅଳଙ୍କାର, ସାଢେ଼ ୪କେଜି ରୂପା ସହ ନଗଦ ଟଙ୍କା ଏବଂ ଲୁଟ ରେ ବ୍ୟବହାର ବନ୍ଧୁକ, ଭୁଜାଲି ମଧ୍ୟ ଜବତ କରିଛି ବୋଲି ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।।

ପ୍ରକାଶ ଥାଉ କି ଗତ ମାସ ୨୪ତାରିଖ ଦିନ ଦ୍ୱିପହର ସମୟରେ ବୋମା ଫୁଟାଇ, ବନ୍ଧୁକ ଏବଂ ଭୁଜାଲି ଦେଖାଇ ୮ଜଣ ମୁଖା ପିନ୍ଧା ଲୁଟେରା ଜଂକିଆ ଥାନା ଅନ୍ତର୍ଗତ ଛଣଗିରି ରେ ଥିବା ସାଇ ସୋନୁ ଅଳଙ୍କାର ପ୍ରତିଷ୍ଠାନ ରେ ସବୁ ଲୁଟ କରିଥିଲେ। ଲୁଟ ର ଦୃଶ୍ୟ ସିସି ଟିଭି ଫୁଟେଜ ରେ କଏଦ ହୋଇଥିଲା। ଏ ସଂପର୍କ ରେ ସୋ ରୁମ୍ ର ମାଲିକ ଅରୁନ୍ଧୁତୀ ସାହୁ , ଜଙ୍କିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ କହିଥିଲେ ଯେ, ୮ଜଣ ଅଭିଯୁକ୍ତ ମୋଟରସାଇକେଲରେ ଆସି ବନ୍ଧୁକ, ବୋମା ଓ ଭୁଜାଲି ଦେଖାଇ ଦୋକାନର କର୍ମଚାରୀଙ୍କୁ ଧମକ ଦେଇ ୧୧ କିଲୋ ୬୦୦ ଗ୍ରାମ ସୁନା ଓ ୫ କିଲୋ ଚାନ୍ଦୀ ଗହଣା ଲୁଟିନେଇଥିଲେ। ସେମାନେ ଦୋକାନର କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ଏବଂ ବୋମା ଫୁଟାଇ ଭୟ ସୃଷ୍ଟି କରିଥିଲେ।

ଜଂକିଆ ଥାନାରେ ଲିଖିତ ଅଭିଯୋଗ ପରେ ନୂତନ ଭାବେ ଯୋଗ ଦେଇଥିବା ଖୋର୍ଦ୍ଧା ଏସ ପି ବିବେକାନନ୍ଦ ଶର୍ମା ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ୩ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଗତ ୨ତାରିଖରେ ପୁଲିସକୁ ମିଳିଥିଲା ସଫଳତା। ୩ଜଣ ଲୁଟେରା ଜଣେ ଚୋର ସୁନା ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି ସେମାନଙ୍କ ଠାରୁ ୧କେଜି ସ୍ଵର୍ଣ୍ଣ ଅଳଙ୍କାର, ୨କେଜିରୁ ଉର୍ଦ୍ଧ୍ବ ରୂପା ଅଳଙ୍କାର, ନଗଦ ୯ଲକ୍ଷ ଟଙ୍କା, ବନ୍ଧୁକ, ଭୁଜାଲି ସବୁ ଜବତ କରିଥିଲା। ସେମାନଙ୍କ ସୂଚନା ଆଧାରରେ ପୁଲିସ ଜିଲ୍ଲା ବାହାରେ ବିଭିନ୍ନ ସ୍ଥାନରେ ତଲାସୀ କରି କଟକ ଏବଂ ପୁରୀରୁ ଆଉ ଦୁଇଜଣ ଙ୍କୁ ଗିରଫ କରିଛି। ଏ ଯାବତ୍ ଏହି ଲୁଟ ଘଟଣାରେ ମୋଟ ୬ଜଣ ଗିରଫ ହେବା ସହ ସେମାନଙ୍କ ଠାରୁ ମୋଟ ୧୯୧୩ ଗ୍ରାମ ୬୫୦ ମି.ଗ୍ରାମ ସୁନା ଅଳଙ୍କାର, ଏବଂ ୪୫୯୪ ଗ୍ରାମ ୯୪୦ ମି.ଗ୍ରାମ ରୂପା ଅଳଙ୍କାର ଜବତ ହୋଇଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଓ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତିଙ୍କ ନିର୍ଦ୍ଦେଶରେ ଏହି ଅଭିଯାନ କରାଯାଇଥିଲା। ଖୋର୍ଦ୍ଧା, କଟକ ଓ ପୁରୀ ଜିଲ୍ଲା ପୁଲିସର ବିଶେଷ ଦଳ, ବିଭିନ୍ନ ଥାନାର ଅଧିକାରୀ ମାନେ ଏହି ଲୁଟ ଘଟଣାରେ ସଫଳତା ହାସଲ କରିଛନ୍ତି। ଅଳଙ୍କାର ପ୍ରତିଷ୍ଠାନର ମାଲିକଙ୍କ ଅଭିଯୋଗ ପତ୍ରରେ ଲୁଟ ହୋଇଥିବା ସ୍ଵର୍ଣ୍ଣ ଅଳଙ୍କାର ପରିମାଣ ଏବଂ ଲୁଟ ହୋଇଥିବାର ପ୍ରଣାଳୀକୁ ଦେଖି ପୁଲିସ ସନ୍ଦେହ ସୃଷ୍ଟି ହୋଇଛି। ପ୍ରକୃତ ସତ୍ୟାସତ୍ୟ ଖୁବ୍ ଶୀଘ୍ର ଲୋକ ଲୋଚନ କୁ ଅଣାଯିବ ବୋଲି ଏସପି ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

https://www.thesakala.in/latest-odisha-news/khordha/two-more-arrested-in-rs-11-55-cr-jankia-jewellery-heist/article-42335
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର