ଜିଆଇ ଟ୍ୟାଗ୍‌‌ ଅପେକ୍ଷାରେ କୋରାଖଇ

The Sakala Picture
Published On

ଭୁବନେଶ୍ୱର: ଆଉ କେଇଟା ଦିନ ପରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସେ ନେଇ ଚଳଚଞ୍ଚଳ ରାଜଧାନୀ। ସେହିପରି ଲିଙ୍ଗରାଜଙ୍କ ପାଇଁ କୋରାଖଇ ପ୍ରସ୍ତୁତିରେ ମଧ୍ୟ କାରିଗର ଲାଗିପଡ଼ିଛନ୍ତି। ରଥଯାତ୍ରା ପାଇଁ କୋରାଖଇର ବିଶେଷ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ କୋରାଖଇର ବାସ୍ନାରେ ମହକୁଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଅନ୍ୟ ଦୋକାନ ଅପେକ୍ଷା ପୁରୁଣା ଭୁବନେଶ୍ୱରର ବଇଆ କୋରାଖଇ ହିଁ ସବୁଠୁ ପୁରୁଣା ବୋଲି ମାନ୍ୟତା ରହି ଆସିଛି। ଏହି ବଇଆ କୋରାଖଇ କେବଳ ଯେ ଓଡ଼ିଶା ଲୋକଙ୍କୁ […]

ଭୁବନେଶ୍ୱର: ଆଉ କେଇଟା ଦିନ ପରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି। ସେ ନେଇ ଚଳଚଞ୍ଚଳ ରାଜଧାନୀ। ସେହିପରି ଲିଙ୍ଗରାଜଙ୍କ ପାଇଁ କୋରାଖଇ ପ୍ରସ୍ତୁତିରେ ମଧ୍ୟ କାରିଗର ଲାଗିପଡ଼ିଛନ୍ତି। ରଥଯାତ୍ରା ପାଇଁ କୋରାଖଇର ବିଶେଷ ପ୍ରସ୍ତୁତି ଚାଲିଛି। ବର୍ତ୍ତମାନ କୋରାଖଇର ବାସ୍ନାରେ ମହକୁଛି ପୁରୁଣା ଭୁବନେଶ୍ୱର ଅଞ୍ଚଳ। ଅନ୍ୟ ଦୋକାନ ଅପେକ୍ଷା ପୁରୁଣା ଭୁବନେଶ୍ୱରର ବଇଆ କୋରାଖଇ ହିଁ ସବୁଠୁ ପୁରୁଣା ବୋଲି ମାନ୍ୟତା ରହି ଆସିଛି। ଏହି ବଇଆ କୋରାଖଇ କେବଳ ଯେ ଓଡ଼ିଶା ଲୋକଙ୍କୁ ପସନ୍ଦ ତାହା ନୁହଁ ବରଂ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ବେଶ ପସନ୍ଦ ଆସୁଛି। ପୁରୁଣା ଭୁବନେଶ୍ୱରର କୋରାଖଇକୁ ନେଇ ଯେତିକି ଐତିହ୍ୟ ଓ ସଂସ୍କୃତି ରହିଛି ତାହାର ପରମ୍ପରା ମଧ୍ୟ ସେତିକି ପୁରୁଣା ପ୍ରାୟ ୩ ଶହ ବର୍ଷ ପୁରୁଣା କୋରାଖଇ ଓଡ଼ିଶାର ଦେବାଦେବୀଙ୍କ ସହ ଜଡ଼ିତ। ଆଉ ଶ୍ରୀଜଗନ୍ନାଥ ଏବଂ ଶ୍ରୀଲିଙ୍ଗରାଜଙ୍କ ସହ ସମ୍ପର୍କ ମଧ୍ୟ ବହୁତ ପୁରୁଣା। ଶ୍ରୀଲିଙ୍ଗରାଜଙ୍କ ପାଖରେ ହେଉଥିବା କୋରାଖଇ ଭୋଗ ଏବେ ବିଶ୍ୱ ପ୍ରସିଦ୍ଧ ହେବା ସହ ଏବେ ଓଡ଼ିଶାର ବିଭିନ୍ନ ମନ୍ଦିରର ଭୋଗ ହୋଇପାରିଛି।

ପୁରୁଣା ଭୁବନେଶ୍ୱରର ଆଖପାଖ ଅଞ୍ଚଳରେ ବିଭିନ୍ନ ପ୍ରକାର କୋରାଖଇ ଦେଖିବାକୁ ମିଳେ। ମାତ୍ର ‘ବଇଆ କୋରାଖଇ’ ସବୁଠୁ ପୁରୁଣା ଦୋକାନ ବୋଲି ଜଣାଯାଏ। ଏଠାରେ ରୁଚି ଅନୁଯାୟୀ କୋରାଖଇ ମିଳିଥାଏ। ଦେବାଦେବୀଙ୍କ ପାଖରୁ ଭୋଗ ଲାଗିବା ପରେ ତାଙ୍କ ବିକ୍ରି ଆରମ୍ଭ ହୁଏ ବୋଲି କୋରାଖଇ ପ୍ରସ୍ତୁତ କରୁଥିବା ଭାଗବତ ସାହୁ କୁହନ୍ତି। ତାଙ୍କ କହିବା ଅନୁଯାୟୀ ପୁରୁଣା ଭୁବନେଶ୍ୱରର କୋରାଖଇର ଯେତିକି ସ୍ୱତନ୍ତ୍ରତା ରହିଛି ତା’ର ପ୍ରସ୍ତୁତି ପ୍ରଣାଳୀ ବି ଠିକ ସେଇଭଳି ନିଆରା। ତାଙ୍କ କହିବା ଅନୁଯାୟୀ ବିଶେଷ କରି ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ଗଣେଶ ପୂଜା, ମକର ସଂକ୍ରାନ୍ତି, ଧନୁ ସଂକ୍ରାନ୍ତି ଏବଂ ଜନ୍ମାଷ୍ଟମୀରେ ଅନ୍ୟ ଦିନ ଅପେକ୍ଷା କୋରାଖଇର ବିକ୍ରି ଅଧିକ ହୋଇଥାଏ। ରଥଯାତ୍ରା ସମୟରେ ବିଭିନ୍ନ ସ୍ଥାନରୁ ଲୋକ ଏଠାକୁ ଆସିଥାନ୍ତି। ତେଣୁ ଭୋଗ ଚଢ଼ାଇବା ପାଇଁ ପ୍ରଥମେ ଏହାକୁ ହିଁ ଖୋଜିଥାନ୍ତି। ଏହା ସହିତ ନିଜ ସମ୍ପର୍କୀୟଙ୍କ ପାଇଁ କିଣି ନେଇଥାନ୍ତି। ଅନ୍ୟଦିନ ଅପେକ୍ଷା ବର୍ତ୍ତମାନ ବିକ୍ରି ମଧ୍ୟ ଅଧିକ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର