ଝୁଲନ୍ତା ମୃତଦେହକୁ ୨୪ ଘଣ୍ଟା ଜଗିରହିଲା ପୁଲିସ

The Sakala Picture
Published On

ମହାକାଳପଡା: ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାଲକାନାଗିରି ମାଥିଲି ଅଂଚଳର ଜନୈକ ଆଦିବାସୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପୁଲିସ ଝୁଲନ୍ତା ମୃତଦେହକୁ ଜଗିବା ପରେ ଗୁରୁବାର ଅପରାହ୍ନରେ ପରିବାରଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଗୟାସପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଲେଙ୍କାଙ୍କ ଘରେ ପ୍ରାୟ ୮ ବର୍ଷ ହେବ ମାଲକାନାଗିରି ମାଥିଲି ଅଂଚଳର […]

ମହାକାଳପଡା: ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାଲକାନାଗିରି ମାଥିଲି ଅଂଚଳର ଜନୈକ ଆଦିବାସୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପୁଲିସ ଝୁଲନ୍ତା ମୃତଦେହକୁ ଜଗିବା ପରେ ଗୁରୁବାର ଅପରାହ୍ନରେ ପରିବାରଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କ୍‌କୁ ଜମା ପାଇଁ ଗଲା ବେଳେ ୨ଟି ବାଇକ୍‌ରେ ଆସି ୨ ଲକ୍ଷ ଝାମ୍ପିନେଲେ ଲୁଟେରା

ଗୟାସପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଲେଙ୍କାଙ୍କ ଘରେ ପ୍ରାୟ ୮ ବର୍ଷ ହେବ ମାଲକାନାଗିରି ମାଥିଲି ଅଂଚଳର ମୁନା ନାଲି ନାମକ ଛାତ୍ର ରହିଆସୁଥିଲା । ସ୍ଥାନୀୟ ବିଣାପାଣୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ବୁଧବାର ଅପରାହ୍ନରେ ସେ ରହୁଥିବା ଘରେ ସିଲିଙ୍ଗ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ମହାକାଳପଡା ପୁଲିସକୁ ସୂଚନା ଦିଆଯାଇଥିଲା ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଖବର ପାଇ ପୁଲିସ ଗୟାସପୁରରେ ପହଞ୍ଚି ସଂପୃକ୍ତ ଘରକୁ ସିଲ୍ କରି ମୃତଦେହକୁ ଜଗି ରହିଥିଲା । ଗୁରୁବାର ଅପରାହ୍ନରେ ମୃତକଙ୍କ ପରିବାର ଲୋକ ପହଂଚିବା ପରେ ବି ପୁଲିସ ନିକଟରେ କୌଣସି ଅଭିଯୋଗ କରି ନ ଥିଲେ ଫଳରେ ଘରମାଲିକଙ୍କ ଲିଖିତି ସୂଚନାକୁ ଗ୍ରହଣ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ବାଲ୍ୟ ବିବାହ ପାଇଁ ବଢ଼ୁଛି କିଶୋରୀ ମାତୃତ୍ୱ, ଶିକ୍ଷାରେ ପ୍ରତିବନ୍ଧକ ସାଜୁଛି ଇଲୋପମେଣ୍ଟ

ତେବେ ଛାତ୍ରର ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମେଧାବୀ ଛାତ୍ର ଭାବରେ ମୁନା ନାଲି ଏନଆରଟିଏସ୍‌,ଏମଏମଏନଏସ୍ ଭଳି ଛାତ୍ରବୃତି ପାଇବାକୁ ଯୋଗ୍ୟ ହୋଇପାରିଥିଲେ । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ୟ୍ୟନ୍ତ ସମସ୍ତ କ୍ରୀଡାରେ ଚମ୍ପୟାନ ମଧ୍ୟ ହେଉଥିଲା । ତେଣୁ ଜଣେ ମେଧାବୀ ଛାତ୍ରର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଅଞ୍ଚଳବାସୀ ଏବଂ ସହପାଠୀ ଛାତ୍ରଛାତ୍ରୀମାନେ ।

ଦଶମ ଶ୍ରେଣୀରେ ପଢୁଥିବା ଆଦିବାସୀ ଛାତ୍ର ପ୍ରାୟ ୮ ବର୍ଷ ତଳେ ଅର୍ଥାତ ପ୍ରଥମ ଶ୍ରେଣୀରେ ପଢୁଥିବା ବେଳେ ସୁଦୂର ମାଲକାନାଗିରିରୁ ଆସି କେନ୍ଦ୍ରାପଡାର ଗୟାସପୁରରେ କେମିତି ପହଂଚିଲା । କେମିତି ଏତେ ଛୋଟ ବେଳୁ ରହିପାରିଲା, କେବଳ ପାଠ ପଢିବା ପାଇଁ ରହିଥିଲା ନା ଆଉ କିଛି କାରଣ ରହିଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

01 Jul 2021 By The Sakala

ଝୁଲନ୍ତା ମୃତଦେହକୁ ୨୪ ଘଣ୍ଟା ଜଗିରହିଲା ପୁଲିସ

ମହାକାଳପଡା: ମହାକାଳପଡା ବ୍ଲକ ରାଜଗଡ ପଞ୍ଚାୟତ ଗୟାସପୁର ଗ୍ରାମର ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ମାଲକାନାଗିରି ମାଥିଲି ଅଂଚଳର ଜନୈକ ଆଦିବାସୀ ଛାତ୍ରର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ୨୪ ଘଣ୍ଟା ପୁଲିସ ଝୁଲନ୍ତା ମୃତଦେହକୁ ଜଗିବା ପରେ ଗୁରୁବାର ଅପରାହ୍ନରେ ପରିବାରଲୋକ ଏବଂ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ଗୟାସପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କାର୍ତିକ ଲେଙ୍କାଙ୍କ ଘରେ ପ୍ରାୟ ୮ ବର୍ଷ ହେବ ମାଲକାନାଗିରି ମାଥିଲି ଅଂଚଳର ମୁନା ନାଲି ନାମକ ଛାତ୍ର ରହିଆସୁଥିଲା । ସ୍ଥାନୀୟ ବିଣାପାଣୀ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢୁଥିଲା। ବୁଧବାର ଅପରାହ୍ନରେ ସେ ରହୁଥିବା ଘରେ ସିଲିଙ୍ଗ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ଅବସରପ୍ରାପ୍ତ ଶିକ୍ଷକଙ୍କ ପକ୍ଷରୁ ମହାକାଳପଡା ପୁଲିସକୁ ସୂଚନା ଦିଆଯାଇଥିଲା ।

ଖବର ପାଇ ପୁଲିସ ଗୟାସପୁରରେ ପହଞ୍ଚି ସଂପୃକ୍ତ ଘରକୁ ସିଲ୍ କରି ମୃତଦେହକୁ ଜଗି ରହିଥିଲା । ଗୁରୁବାର ଅପରାହ୍ନରେ ମୃତକଙ୍କ ପରିବାର ଲୋକ ପହଂଚିବା ପରେ ବି ପୁଲିସ ନିକଟରେ କୌଣସି ଅଭିଯୋଗ କରି ନ ଥିଲେ ଫଳରେ ଘରମାଲିକଙ୍କ ଲିଖିତି ସୂଚନାକୁ ଗ୍ରହଣ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

ତେବେ ଛାତ୍ରର ମୃତ୍ୟୁକୁ ନେଇ ନାନା ପ୍ରଶ୍ନ ଉଙ୍କି ମାରୁଛି ଯାହା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ମେଧାବୀ ଛାତ୍ର ଭାବରେ ମୁନା ନାଲି ଏନଆରଟିଏସ୍‌,ଏମଏମଏନଏସ୍ ଭଳି ଛାତ୍ରବୃତି ପାଇବାକୁ ଯୋଗ୍ୟ ହୋଇପାରିଥିଲେ । ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ଉଚ୍ଚ ବିଦ୍ୟାଳୟ ପର୍ୟ୍ୟନ୍ତ ସମସ୍ତ କ୍ରୀଡାରେ ଚମ୍ପୟାନ ମଧ୍ୟ ହେଉଥିଲା । ତେଣୁ ଜଣେ ମେଧାବୀ ଛାତ୍ରର ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ଅଞ୍ଚଳବାସୀ ଏବଂ ସହପାଠୀ ଛାତ୍ରଛାତ୍ରୀମାନେ ।

ଦଶମ ଶ୍ରେଣୀରେ ପଢୁଥିବା ଆଦିବାସୀ ଛାତ୍ର ପ୍ରାୟ ୮ ବର୍ଷ ତଳେ ଅର୍ଥାତ ପ୍ରଥମ ଶ୍ରେଣୀରେ ପଢୁଥିବା ବେଳେ ସୁଦୂର ମାଲକାନାଗିରିରୁ ଆସି କେନ୍ଦ୍ରାପଡାର ଗୟାସପୁରରେ କେମିତି ପହଂଚିଲା । କେମିତି ଏତେ ଛୋଟ ବେଳୁ ରହିପାରିଲା, କେବଳ ପାଠ ପଢିବା ପାଇଁ ରହିଥିଲା ନା ଆଉ କିଛି କାରଣ ରହିଥିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

https://www.thesakala.in/latest-odisha-news/kendrapara/the-police-were-on-guard-hanging-deadbody/article-3396
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର