କନ୍ଧମାଳ ଜିଲ୍ଲାର ସ୍ୱତନ୍ତ୍ର ସୁଆଦିଆ ଫୁଟୁକୁଲି ଛତୁ,ବର୍ଷା ଦିନ ଆସିଲେ ଆସେ ବଜାରକୁ….

The Sakala Picture
Published On

ଫୁଲବାଣୀ: ବର୍ଷା ଋତୁର ଆଗମନ ହୋଇଛି। ଏହା ସହିତ ସ୍ତାନୀୟ ବଜାରକୁ ଆସିଛି ଫୁଟୁକୁଲି ଛତୁ। ଜିଲ୍ଲାର ସ୍ୱତନ୍ତ୍ର ଓ ସୁଆଦିଆ ଫୁଟୁକୁଲି ଛତୁ ପାଇଁ ଲୋକେ ଏହି ସମୟକୁ ଅପେକ୍ଷା କରିଥାନ୍ତି। ଜଙ୍ଗଲରୁ ସଂଗ୍ରହ ହୁଏ ଫୁଟୁକୁଲି ଛତୁ। ଜଙ୍ଗଲରେ ଥିବା ଶାଳ ଗଛ ମୁଳରେ ପ୍ରାୟତଃ ହୋଇଥାଏ। ଜିଲ୍ଲାରେ ଶାଳ ଜଙ୍ଗଲ ଅଧିକ ଥିବାରୁ ଏହି ଛତୁ ଅଧିକ ମାତ୍ରାରେ ମିଳିଥାଏ। ଦେଖିବାକୁ ମାଟିଆ ରଙ୍ଗ। ମାଟି ଭିତରୁ ବାହାର କରାଯାଉଥିବାରୁ ଉପର ରଙ୍ଗ […]

ଫୁଲବାଣୀ: ବର୍ଷା ଋତୁର ଆଗମନ ହୋଇଛି। ଏହା ସହିତ ସ୍ତାନୀୟ ବଜାରକୁ ଆସିଛି ଫୁଟୁକୁଲି ଛତୁ। ଜିଲ୍ଲାର ସ୍ୱତନ୍ତ୍ର ଓ ସୁଆଦିଆ ଫୁଟୁକୁଲି ଛତୁ ପାଇଁ ଲୋକେ ଏହି ସମୟକୁ ଅପେକ୍ଷା କରିଥାନ୍ତି। ଜଙ୍ଗଲରୁ ସଂଗ୍ରହ ହୁଏ ଫୁଟୁକୁଲି ଛତୁ। ଜଙ୍ଗଲରେ ଥିବା ଶାଳ ଗଛ ମୁଳରେ ପ୍ରାୟତଃ ହୋଇଥାଏ। ଜିଲ୍ଲାରେ ଶାଳ ଜଙ୍ଗଲ ଅଧିକ ଥିବାରୁ ଏହି ଛତୁ ଅଧିକ ମାତ୍ରାରେ ମିଳିଥାଏ। ଦେଖିବାକୁ ମାଟିଆ ରଙ୍ଗ। ମାଟି ଭିତରୁ ବାହାର କରାଯାଉଥିବାରୁ ଉପର ରଙ୍ଗ ମାଟିଆ ଦେଖାଯାଏ। ଧୋଇଲେ ଧଳା ରଙ୍ଗ। ଏହି ଛତୁ ଛୋଟଛୋଟ ଏବଂ ଗୋଲଗୋଲ ଆକାରର ହୋଇଥାଏ। ଉପର ଖୋଳକୁ ବାହାର କଲେ ଭିତରେ ଥିବା ଏହି କୋମଳ ଜିନିଷକୁ ଖାଇ ଥାଆନ୍ତି ଲୋକେ। ଏହାକୁ ଭାଜିବା କିମ୍ବା ତରକାରୀ ଭାବରେ ରାନ୍ଧି ଖାଇ ଥାଆନ୍ତି ସ୍ଥାନୀୟ ଲୋକେ।

ଜିଲ୍ଲାର ଗ୍ରାମାଞ୍ଚଳର ଲୋକେ ଏବଂ ମହିଳା ମାନେ ଶାଳ ଜଙ୍ଗଲରୁ ଏହାକୁ ସଂଗ୍ରହ କରି ନିକଟସ୍ଥ ସହରରେ ବିକ୍ରି କରିଥାନ୍ତି। ଏହାର କିଲୋପିଛା ଦର ପ୍ରାୟ ୨ଶହରୁ ତିନିଶହ ଟଙ୍କା ଲେଖାଏଁ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ୍‍, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ବି, ସି ଏବଂ ଡି ରହିଛି। ଏଥିରେ ଫସଫରସ,ସେଲେନିୟମ ଏବଂ ଲୌହ ସାର ରହିଥିବାରୁ ଏହା ସ୍ୱାସ୍ଥ୍ୟ ପକ୍ଷରେ ହିତକାରକ। ସ୍ଥାନୀୟ ଲୋକେ ଏହି ସୁଆଦିଆ ଛତୁ ବର୍ଷକୁ ଥରେ ପାଇବା ପାଇଁ ଚାହିଁ ରହିଥାନ୍ତି। ବର୍ଷା ପରେ ପରେ ଏବେ ବଜାରକୁ ଆସିଛି ଫୁଟୁକୁଲି ଛତୁ। ଫୁଲବାଣୀ ସମେତ ବାଲିଗୁଡା, ଦାରିଙ୍ଗବାଡି, ରାଇକିଆ, କୋଟଗଡ, ତୁମୁଡିବନ୍ଧ, ଫିରିଙ୍ଗିଆ ପ୍ରଭୃତି ସବୁ ବଜାରରେ ସ୍ଥାନୀୟ ଲୋକେ ଆଣି ବିକ୍ରି କରୁଛନ୍ତି। ଆଦିବାସୀ ମହିଳା ମାନେ ଏହି ଛତୁ ବିକ୍ରି କରି ଦୁଇପଇସା ଲାଭବାନ ହୁଅନ୍ତି। ଜଙ୍ଗଲ ଲୋକଙ୍କୁ ଦେଇଛି ଜିବିକା ଓ ଜୀବନ। ଫୁଟୁକୁଲି ପରି ଅନେକ ସ୍ୱତନ୍ତ୍ର ଓ ନିଆରା ଖାଦ୍ୟ ଜଙ୍ଗଲ ଯୋଗେଇ ଦେବା ସହିତ କିଛି ନା କିଛି ରୋଜଗାର ମଧ୍ୟ ଦେଇଛି।

30 Jun 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର