ଜ୍ୟୋତି ମାଲହୋତ୍ରା -ପ୍ରିୟଙ୍କା ସେନାପତି ସମ୍ପର୍କ : ତଦନ୍ତରେ ବିଳମ୍ବ, ବଢୁଛି ସନ୍ଦେହ….

The Sakala Picture
Published On

ପୁରୀ : ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ହରିଆଣାର ଜଣାଶୁଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ରହିଛି ଓଡ଼ିଶା ଲିଙ୍କ୍‌। ସେ ପୁରୀ ଆସି ଦୁଇଦିନ ରହିଥିବା ବେଳେ ବିଭିନ୍ନ ସ୍ଥାନ ବୁଲିଛନ୍ତି। ଆଉ, ତାଙ୍କୁ ପୁରୀ ବୁଲାବୁଲିରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ପୁରୀର ଝିଅ ପ୍ରିୟଙ୍କା ସେନାପତି। ସେ ବି ଜଣେ ବ୍ଲଗର୍‌। ଜ୍ୟୋତିଙ୍କ ଗିରଫ ପରେ ତାଙ୍କ ସହ ଯେଉଁମାନଙ୍କର ସମ୍ପର୍କ ବେଶ୍‌ ନିବିଡ଼ ରହିଛି, ତାହାର ଚେର ଖୋଜି ପହଞ୍ଚୁଛି ଏନ୍‌ଆଇଏ। […]

ପୁରୀ : ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ହରିଆଣାର ଜଣାଶୁଣା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କର ରହିଛି ଓଡ଼ିଶା ଲିଙ୍କ୍‌। ସେ ପୁରୀ ଆସି ଦୁଇଦିନ ରହିଥିବା ବେଳେ ବିଭିନ୍ନ ସ୍ଥାନ ବୁଲିଛନ୍ତି। ଆଉ, ତାଙ୍କୁ ପୁରୀ ବୁଲାବୁଲିରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି ପୁରୀର ଝିଅ ପ୍ରିୟଙ୍କା ସେନାପତି। ସେ ବି ଜଣେ ବ୍ଲଗର୍‌। ଜ୍ୟୋତିଙ୍କ ଗିରଫ ପରେ ତାଙ୍କ ସହ ଯେଉଁମାନଙ୍କର ସମ୍ପର୍କ ବେଶ୍‌ ନିବିଡ଼ ରହିଛି, ତାହାର ଚେର ଖୋଜି ପହଞ୍ଚୁଛି ଏନ୍‌ଆଇଏ। ଏହି କ୍ରମରେ ଏବେ ଏନ୍‌ଆଇଏ ଏବଂ ପୁଲିସ୍‌ ସ୍କାନର୍‌ରେ ଅଛି ପ୍ରିୟଙ୍କା। ପୁରୀ ପୁଲିସ ୬ଦିନ ହେଲାଣି ଜ୍ୟୋତି-ପ୍ରିୟଙ୍କାଙ୍କ ମଧ୍ୟରେ ସମ୍ପର୍କ କେତେ ଗଭୀର ଆଉ ନିବିଡ଼; ତାହାକୁ ନେଇ ଖୋଳତାଡ଼ କରୁଛି। ହେଲେ ତଦନ୍ତରେ ଯେତେ ବିଳମ୍ବ ହେଉଛି, ଜ୍ୟୋତିଙ୍କ ସହିତ ପ୍ରିୟଙ୍କାଙ୍କ ସମ୍ପର୍କକୁ ନେଇ ସନ୍ଦେହ ସେତେ ସୁଦୃଢ଼ ହେଉଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି, ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି

ଜ୍ୟୋତି ଗତବର୍ଷ ସେପ୍ଟେମ୍ବର ୨୧ ଓ ୨୨ତାରିଖ ଦୁଇ ଦିନ ପୁରୀରେ ରହିଥିଲେ। ତିନିଦିନ ରହିବା ପାଇଁ ବୁକ୍‌ କରିଥିଲେ ହେଁ ଦୁଇଦିନ ରହିଥିଲେ। ଏହି ରହଣି ମଧ୍ୟରେ ସେ ତାଙ୍କ ବାନ୍ଧବୀ ପ୍ରିୟଙ୍କାଙ୍କ ସହ ଶ୍ରୀମନ୍ଦିର, ଚିଲିକା ସମେତ ବିଭିନ୍ନ ସ୍ଥାନ ବୁଲିବା ସହ ଭିଡିଓ ଉତ୍ତୋଳନ କରିଥିଲେ। ଶ୍ରୀମନ୍ଦିର ଡ୍ରୋନ୍‌ ଭିଡିଓ ଉତ୍ତୋଳନ କରୁଥିବା ଯୁବକଙ୍କ ସହ ପ୍ରିୟଙ୍କା ଓ ଜ୍ୟୋତିଙ୍କର କ’ଣ ସମ୍ପର୍କ ରହିଛି, ଷଷ୍ଠ ଦିନରେ ତା’ର ମଧ୍ୟ ତଦନ୍ତ କରିଛି ପୁଲିସ୍‌।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ'ର ଲ୍ୟାଣ୍ଡଫଲ୍: ସ୍ଥିତି ନିୟନ୍ତ୍ରଣାଧୀନ ଥିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସୂଚନା, ୩.୭୨ ଲକ୍ଷ ଲୋକ ସ୍ଥାନାନ୍ତରିତ

ଅନ୍ୟପକ୍ଷରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଅନେକ ସମୟରେ ମନ୍ଦିର ଭିତରକୁ ଅଣହିନ୍ଦୁ ପ୍ରବେଶ କରୁଥିବା ବେଳେ ମୋବାଇଲ ଫୋନ୍‌ ଭିତରକୁ ଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅନେକ ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ କ୍ୟାମେରା ଯୋଗେ ଭିଡିଓ ଉତ୍ତୋଳନ ହେଉଛି। ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡିଓ ମଧ୍ୟ ବିଭିନ୍ନ ସମୟରେ ଭାଇରାଲ ହୋଇଛି। ତେଣୁ ଶ୍ରୀମନ୍ଦିର ସୁରକ୍ଷା ଉପରେ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ପ୍ରଶାସନ ଅଧିକ ସତର୍କ ଓ ସଜାଗ ହେବାର ଆବଶ୍ୟକତା ରହିଛି। ଶ୍ରୀମନ୍ଦିର ଭିତରକୁ କଡ଼ାକଡ଼ି ଯାଞ୍ଚ କରି ଭକ୍ତଙ୍କୁ ଛାଡ଼ିବା ସହ ମୋବାଇଲ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ରହିବା ଉଚିତ ବୋଲି କହିଛନ୍ତି ସାଂସଦ ଶ୍ରୀ ଖୁଣ୍ଟିଆ।

ଆହୁରି ପଢ଼ନ୍ତୁ: ୧୯ ବର୍ଷ ତଳର ହତ୍ୟାକାଣ୍ଡ ମାମଲାରେ ବଡ଼ ରାୟ: ୮ ଜଣଙ୍କୁ ଆଜୀବନ କାରାଦଣ୍ଡ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର