ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବ୍ୟାସନଗର କଲେଜରେ ବୋମାମାଡ଼: ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଓ ହଷ୍ଟେଲକୁ ଟାର୍ଗେଟ, ଛାତ୍ରଛାତ୍ରୀ ଭୟଭୀତ

Madhusudan Das Picture
Published On

ଯାଜପୁର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କଲେଜ କ୍ୟାମ୍ପସ । ଯାଜପୁର ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ଏବଂ ଛାତ୍ରାବାସକୁ ଲକ୍ଷ୍ୟ କରି କିଛି ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି। ଏହି ଘଟଣା ପରେ କଲେଜ ପରିସରରେ ତୀବ୍ର ଉତ୍ତେଜନା ଓ ଭୟର ବାତାବରଣ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ଚିଲିକା ମଝିରେ ପାଳିତ ହେଲା ଗାନ୍ଧୀ ଜୟନ୍ତୀ

ସୂଚନା ଅନୁଯାୟୀ, କଲେଜ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ଠିକ୍ ଗୋଟିଏ ଦିନ ପରେ ଏହି ବୋମାମାଡ଼ ହୋଇଛି। ନିର୍ବାଚନ ପୂର୍ବରୁ ଏଭଳି ହିଂସାକାଣ୍ଡ ଘଟିବା ଛାତ୍ରଛାତ୍ରୀ ଏବଂ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି। ଏହି ବୋମାମାଡ଼ ପଛରେ ନିର୍ବାଚନୀ ଶତ୍ରୁତା ରହିଛି ନା ଅନ୍ୟ କିଛି କାରଣ ଅଛି, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀମାନେ ଏହି ଘଟଣାକୁ ନେଇ ଭୟଭୀତ ଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ପୁରୀରେ ତୀର୍ଥଯାତ୍ରୀଙ୍କ ପାଇଁ ନୂଆ ଅତିଥି ଭବନ ‘ପତିତପାବନ ଭକ୍ତ ନିବାସ’ ନିର୍ମାଣ କରିବ ଶ୍ରୀମନ୍ଦିର ପ୍ରଶାସନ

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଧିକ ଖୋଳତାଡ଼ ପାଇଁ ଏକ ସାଇଣ୍ଟିଫିକ୍ ଟିମକୁ ଡକାଯିବ ବୋଲି ସୂତ୍ରରୁ ପ୍ରକାଶ। କେଉଁମାନେ ଏହି ବୋମାମାଡ଼ କରିଛନ୍ତି ଏବଂ ଏହା ପଛର ପ୍ରକୃତ ଉଦ୍ଦେଶ୍ୟ କ’ଣ, ତାହା ଖୋଜି ବାହାର କରିବାକୁ ପୋଲିସ ନିଜର ଉଦ୍ୟମ ଜାରି ରଖିଛି। ତଦନ୍ତ ଶେଷ ହେବା ପରେ ହିଁ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଗଞ୍ଜାମର ସୁନାପୁର ବେଳାଭୂମିରେ ଅଘଟଣ: ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁକ୍ତ ଦୁଇ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର