କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ
ଭୁବନେଶ୍ୱର: ଆୟକର ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ । ପ୍ରାଥମିକ ଭାବେ ପାଖପାଖି ୫୦ କୋଟି ଟଙ୍କାର ଟିକସ ଫାଙ୍କିବା ନେଇ ପ୍ରମାଣ ପାଇଲା ଆୟକର ବିଭାଗ । ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଏମ୍ବାସି ବାର ଏବଂ ସ୍କାଏ ଲାଉଞ୍ଜ ବାର୍ଷିକ ୨୫ କୋଟି କାରବାର କରୁଥିବା ବେଳେ ୮୦ ପ୍ରତିଶତ ଟିକସ ଫାଙ୍କିବା ନେଇ ତଥ୍ୟ ପ୍ରମାଣପାଇଛି ଆୟକର ବିଭାଗ । ସେହିଭଳି ମହୀଶୂର ଏକ୍ସପ୍ରେସ ଓ ତନ୍ଦୁରୱାଲା ମଧ୍ୟ ବିପୁଳ ପରିମାଣର ଟିକସ ଠକେଇ କରିଥିବା ଆୟକର ବିଭାଗ ପ୍ରମାଣ ପାଇଛି । ପେଟପୂଜା ଆପ୍ ଜରିଆରେ ଏହି ରେଷ୍ଟୁରାଣ୍ଟ ଗୁଡିକ ଠକେଇ କରିବା ନେଇ ପ୍ରାଥମିକ ପ୍ରମାଣ ସହ ଆୟକର ବିଭାଗର ୧୫ଟି ଟିମ୍ କଟକ, ଭୁବନେଶ୍ୱର, ପୁରୀର ୬ଟି ସ୍ଥାନରେ ଚଢାଉ କରିଥିଲା । ୨୪ ଘଣ୍ଟା ଧରି ଖୋଳତାଡ଼ କରିବା ପରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କ୍ୟାସ ବୁକ୍, ବ୍ୟାଙ୍କ ସମ୍ବନ୍ଧିତ କାଗଜପତ୍ର ଆଦି ଜବତ କରିଛି ଚଢାଉକାରୀ ଦଳ । ମହୀଶୂର ଏକ୍ସପ୍ରେସ ମାଲିକ ଅଭୟ କୁମାର ନାୟକ ଓ ଏମ୍ବାସି ବାର ଏବଂ ରେଣ୍ଟୁରାଣ୍ଟ , ସ୍କାଏ ଲାଉଞ୍ଜ ମାଲିକଙ୍କୁ ଜେରା ପରେ ଆୟକର ବିଭାଗ ଅଫିସରେ ହଜାର ପାଇଁ ନୋଟିସ କରାଯାଇଛି ।





