ବିଜେପି ସରକାରକୁ ବିଜେଡିର କଟାକ୍ଷ: ଭାଷା ଜନନୀର ବସ୍ତ୍ରହରଣ କରିଛନ୍ତି ବିଜେପି ସରକାର

ତ୍ରୁଟିପୂର୍ଣ୍ଣ ବହିରେ ପିଲା ପାଠ ପଢିବା ଦୁର୍ଭାଗ୍ୟଜନକ: ବିଜେଡି

Madhusudan Das Picture
Published On

ଭୁବନେଶ୍ୱର: ଦୁର୍ନୀତି, ନାରୀ ନିର୍ଯାତନା, ବିଶୃଙ୍ଖଳା, ଚୋରି ଓ ରାହାଜାନି ଆଦି ଯେପରି ବିଜେପି ସରକାରର ଏକ ପ୍ରସଙ୍ଗ ପାଲଟିଛି ଯାଇଛି। ଏବେ ଏଥିରେ ଯୋଡି ହୋଇଯାଇଛି  ପିଲାମାନଙ୍କ ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପୁସ୍ତକରେ ୧୭୬୦ରୁ ଅଧିକ ଭୁଲ୍‌ ରହିଛି। ଏହା ବିଜେପି ସରକାରର ଦାୟିତ୍ୱହୀନତା ଓ ପିଲାଙ୍କ ଭବିଷ୍ୟତ ସହ ଖେଳ ବୋଲି ଅଭିଯୋଗ କରିଛି ବିଜେଡି। 

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ, ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ବିଧାୟକ ଶ୍ରୀ ଦାସ କହିଥିଲେ ଯେ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନକୁ ଆସିଥିବା ସରକାର ଆଜି ଓଡ଼ିଆ ଅସ୍ମିତାକୁ ଭ୍ରୁଲୁଣ୍ଠିତ କରିଛନ୍ତିା ସରକାର ଦୁଇ ବର୍ଷ ପୂର୍ତ୍ତି ପାଳନ ପାଇଁ ଉତ୍ସବରେ ବ୍ୟସ୍ତ ରହି ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକ ପିଲାଙ୍କୁ ବାଣ୍ଟି ଓଡ଼ିଶାର ଭବିଷ୍ୟତ ସହ ଖେଳୁଛନ୍ତି। ବିଜେପି ସରକାର ଓଡ଼ିଆ ଭାଷା ଜନନୀର ବସ୍ତ୍ରହରଣ କରିଛି। ଯାହା ଓଡ଼ିଆ ଭାଷା, ସାହିତ୍ୟ ଓ ଜାତି ପ୍ରତି ଘୋର ଅପମାନ। ସ୍ୱାଧୀନତା ସଂଗ୍ରାମୀ ମାଧୋ ସିଂ ବ୍ରିଟିଶମାନଙ୍କ ବିରୋଧରେ ଲଢ଼ି ଫାଶୀ ପାଇଥିଲେ। ତାଙ୍କର ଜନ୍ମସ୍ଥାନ, ଫାଶୀ ପାଇଥିବା ତାରିଖ ଓ ତାଙ୍କ ଉପରେ ସଂପୂର୍ଣ୍ଣ ବିବରଣୀ ତ୍ରୁଟି ପୂର୍ଣ୍ଣ ଭାବେ ଛପା ଯାଇଛି ବୋଲି ପଦ୍ମଶ୍ରୀ କବି ହଳଧର ନାଗ ମାସକ ତଳେ କହିଥିଲେ ମଧ୍ୟ ସରକାର ତାହାକୁ ଗ୍ରହଣ କଲେ ନାହିଁ। ଯଦି ସରକାର ସେ କଥାକୁ ଗୁରୁତ୍ୱର ସହ ନେଇଥାଆନ୍ତେ, ଆଜି ଏଭଳି ଦୁର୍ଭାଗ୍ୟଜନକ ସ୍ଥିତି ଦେଖିବାକୁ ପଡିନଥାଆନ୍ତା। ବହି ଛାପିବା ପାଇଁ ଯେଉଁ କମିଟି ଗଠନ ହୋଇଥିଲା ସେଥିରେ ସଭ୍ୟମାନଙ୍କ ଯୋଗ୍ୟତା ନ ମାପି ତାଙ୍କୁ ରାଜନୈତିକ ଚାପରେ ନିଯୁକ୍ତି ଦିଆଯାଇଛି। ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ଅଧିକାଂଶ ସଂଘ ଓ ସରସ୍ୱତୀ ଶିଶୁ ମନ୍ଦିର ଶିକ୍ଷକ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କରମା ପୂଜା ପାଇଁ ବାଲି ଆଣିବାକୁ ଯାଇଥିଲେ, ଶଙ୍ଖ ନଦୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ

ଚିନ୍ମୟ ସାହୁ କହିଛନ୍ତି ଯେ ପାଠ୍ୟପୁସ୍ତକ ପ୍ରସ୍ତୁତି, ସମୀକ୍ଷା ଓ ସମ୍ପାଦନା ସହିତ ଜଡ଼ିତ ସମସ୍ତ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଠୋର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଉା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ପ୍ରତ୍ୟାହାର କରାଯାଇ ନୂତନ ଓ ସଂଶୋଧିତ ପୁସ୍ତକ ଛପାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯାଉ। ଏହାସହିତ ବର୍ତ୍ତମାନ ଛପାଯାଇଥିବା ଭୁଲ ପାଠ୍ୟପୁସ୍ତକକୁ କୌଣସି ବିଦ୍ୟାଳୟରେ ପଢ଼ାନଯାଉ। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି ଯେ ପାଠ୍ୟପୁସ୍ତକରେ ଏଭଳି ଭୁଲ ରଖି ପିଲାଙ୍କୁ ପାଠ ପଢାଇବା ଅର୍ଥ ସେମାନଙ୍କୁ ଅନ୍ଧାରକୁ ଠେଲି ଦେବା। ବିଜେପି ସରକାର ବାରମ୍ୱାର ରାଜ୍ୟବାସୀଙ୍କୁ ଧୋକା ଦେଉଛି। ଯଦି ସରକାର ପାଖରେ ନୂତନ ଓ ନିର୍ଭୁଲ ପୁସ୍ତକ ଛପାଇବା ପାଇଁ ଅର୍ଥ ନାହିଁ। ତାହେଲେ ସରକାର ପୁରୁଣା ସିଲାବସର ବହିକୁ ଏ ବର୍ଷ ପଢିବା ପାଇଁ ପିଲାଙ୍କୁ ଅନୁମତି ଦିଅନ୍ତୁ। ତ୍ରୁଟିପୂର୍ଣ୍ଣ ପୁସ୍ତକରେ ପିଲା ପାଠ ପଢନ୍ତୁ ଏହା ଆମେ କୌଣସି ପରିସ୍ଥିିତିରେ ଗ୍ରହଣ କରିବୁ ନାହିଁ। ଏଥିରେ ସମ୍ପୃକ୍ତ ବିଭାଗର ମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ତୁରନ୍ତ ଇସ୍ତଫା ଦିଅନ୍ତୁ କିମ୍ୱା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ। ମୁଖ୍ୟମନ୍ତ୍ରୀ ଖୋଦ୍‌ ଏହି ଘଟଣା ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା ନୁହେଁ ଗଭୀର ଅବପାତର ରୂପ ନେବ ଲଘୁଚାପ, ରାଜ୍ୟର ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର