ରାଜ୍ୟରେ ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

The Sakala Picture
Published On

ଭୁବନେଶ୍ୱର : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମରେ ଏକ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପରେ ତାର ମୃତଦେହ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରରୁ ମିଳିବା ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଶିଶୁ ଅପହରଣ, ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ହତ୍ୟା ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ […]

ଭୁବନେଶ୍ୱର : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମରେ ଏକ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପରେ ତାର ମୃତଦେହ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରରୁ ମିଳିବା ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଶିଶୁ ଅପହରଣ, ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ହତ୍ୟା ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଖଲିଙ୍ଗି ଗ୍ରାମ ଗସ୍ତ ଅବସରରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର କୋଳଥିଆ ଡବଲ୍ ମର୍ଡର ଘଟଣା: ଦୁଇ ନାବାଳକ ଛାତ୍ର ଗିରଫ, ପ୍ରେମ ବ୍ୟାପାରରୁ ଯୋଜନାବଦ୍ଧ ହତ୍ୟା

ପ୍ରତିନିଧି ମଣ୍ଡଳୀରେ ଯାଇଥିବା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ମହାନାଳା ଗାଁର ଏହି ଛୋଟ ଝିଅଟି ତା’ର ବାପାମାଆ ସହିତ ସପ୍ତାହବ୍ୟାପୀ ଯାତ୍ରାରେ ଯୋଗଦେବା ପାଇଁ ଖଲିଙ୍ଗି ସ୍ଥିତ ତାର ମାମୁଁ ଘରକୁ ଯାଇଥିଲା। ଗତ ଶୁକ୍ରବାର ଦିନ ମାମୁଁ ଘର ପାଖରେ ଅନ୍ୟ ପିଲାମାନଙ୍କ ସହିତ ଝିଅଟି ଖେଳୁଥିବା ସମୟରେ ଖଲିଙ୍ଗି ଗ୍ରାମର ଏକ ଦୁର୍ବୃତ୍ତ ୪ ବର୍ଷର ଏହି କୋମଳମତି ଶିଶୁ କନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା। ଶନିବାର ଭୋର ସମୟରେ ଗାଁ ଲୋକେ ନିର୍ମାଣାଧୀନ ଏକ ଅଙ୍ଗନବାଡ଼ି କୋଠାରୁ ଝିଅଟିର ମୃତଦେହ ପାଇଥିଲେ। ଏହି ପ୍ରସଙ୍ଗ ଜିଲ୍ଲାରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। ପୋଲିସ୍‌ର ଅପାରଗତା ଯୋଗୁଁ ଅପରାଧୀଙ୍କ ଆଇନ ପ୍ରତି ଆଉ ଭୟ ନାହିଁ। ଏପରି ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ଯୁବକଙ୍କୁ ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ବିଜେପି ସରକାରକୁ ଆସିବା ପରେ ନାବାଳିକା ଗର୍ଭବତୀ ହେବା ଓ କୋମଳମତୀ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ହୃଦୟ ବିଦାରକ ଘଟଣା ଘଟିବାରେ ଲାଗିଛି। ପୋଲିସ୍‌ ଥାନା ଆଜି ବିଜେପି ଦଳର ଚାପରେ ପରିଚାଳିତ। ସରକାର ଯଦି ଚେଇଁ ଶୋଇବେ ତାଙ୍କୁ ଉଠାଇବ କିଏ ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳାର ଅଧୋଗତି ଯୋଗୁଁ ଗତ ଏକ ମାସ ମଧ୍ୟରେ ୧୫ଟି ହତ୍ୟାକାଣ୍ଡ ସହ ୨୮ଟି ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ଘଟିଛି। ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ସ୍ଥିତି ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ପାଇଁ ହାଇଆଲର୍ଟରେ ଅଗ୍ନିଶମ ବାହିନୀ

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ,  ସଙ୍ଘମିତ୍ରା ଦଳେଇ, ରଞ୍ଜିତା ସାହୁ, ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ପ୍ରମୁଖ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମକୁ ଯାଇ ମୃତ କୋମଳମତୀ ଶିଶୁର ପରିବାରବର୍ଗକୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ତ୍ୱରିତ ନ୍ୟାୟ ଦେବା ପାଇଁ ବିଜେଡି ଟିମ୍‌ ଦାବି କରିଥିଲେ।

29 Apr 2025 By The Sakala

ରାଜ୍ୟରେ ଶିଶୁ ଦୁଷ୍କର୍ମ ରୋକିବାରେ ଅସମର୍ଥ ଅପାରଗ ବିଜେପି ସରକାର: ବିଜେଡି

ଭୁବନେଶ୍ୱର : ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମରେ ଏକ ୪ ବର୍ଷର କୋମଳମତି ଶିଶୁ କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ପରେ ତାର ମୃତଦେହ ନିର୍ମାଣାଧୀନ ଏକ ଅଙ୍ଗନୱାଡି କେନ୍ଦ୍ରରୁ ମିଳିବା ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ମର୍ମାହତ କରିଛି। ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଶିଶୁ ଅପହରଣ, ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ହତ୍ୟା ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହେବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଖଲିଙ୍ଗି ଗ୍ରାମ ଗସ୍ତ ଅବସରରେ ଅଭିଯୋଗ କରିଛନ୍ତି।

ପ୍ରତିନିଧି ମଣ୍ଡଳୀରେ ଯାଇଥିବା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ ଯେ, ଗଞ୍ଜାମ ଜିଲ୍ଲା ମହାନାଳା ଗାଁର ଏହି ଛୋଟ ଝିଅଟି ତା’ର ବାପାମାଆ ସହିତ ସପ୍ତାହବ୍ୟାପୀ ଯାତ୍ରାରେ ଯୋଗଦେବା ପାଇଁ ଖଲିଙ୍ଗି ସ୍ଥିତ ତାର ମାମୁଁ ଘରକୁ ଯାଇଥିଲା। ଗତ ଶୁକ୍ରବାର ଦିନ ମାମୁଁ ଘର ପାଖରେ ଅନ୍ୟ ପିଲାମାନଙ୍କ ସହିତ ଝିଅଟି ଖେଳୁଥିବା ସମୟରେ ଖଲିଙ୍ଗି ଗ୍ରାମର ଏକ ଦୁର୍ବୃତ୍ତ ୪ ବର୍ଷର ଏହି କୋମଳମତି ଶିଶୁ କନ୍ୟାକୁ ଅପହରଣ କରି ନେଇ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରିଥିଲା। ଶନିବାର ଭୋର ସମୟରେ ଗାଁ ଲୋକେ ନିର୍ମାଣାଧୀନ ଏକ ଅଙ୍ଗନବାଡ଼ି କୋଠାରୁ ଝିଅଟିର ମୃତଦେହ ପାଇଥିଲେ। ଏହି ପ୍ରସଙ୍ଗ ଜିଲ୍ଲାରେ ରାଜନୈତିକ ଝଡ଼ ସୃଷ୍ଟି କରିଥିଲା। ପୋଲିସ୍‌ର ଅପାରଗତା ଯୋଗୁଁ ଅପରାଧୀଙ୍କ ଆଇନ ପ୍ରତି ଆଉ ଭୟ ନାହିଁ। ଏପରି ଏକ ସମ୍ବେଦନଶୀଳ ଓ ଲଜ୍ଜାଜନକ ଘଟଣା ଜିଲ୍ଲା ଓ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି।

ବିଜେପି ସରକାରକୁ ଆସିବା ପରେ ନାବାଳିକା ଗର୍ଭବତୀ ହେବା ଓ କୋମଳମତୀ ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେବା ଭଳି ହୃଦୟ ବିଦାରକ ଘଟଣା ଘଟିବାରେ ଲାଗିଛି। ପୋଲିସ୍‌ ଥାନା ଆଜି ବିଜେପି ଦଳର ଚାପରେ ପରିଚାଳିତ। ସରକାର ଯଦି ଚେଇଁ ଶୋଇବେ ତାଙ୍କୁ ଉଠାଇବ କିଏ ବୋଲି ଶ୍ରୀମତୀ ଛୁରିଆ ପ୍ରଶ୍ନ କରିଥିଲେ। ଗଞ୍ଜାମ ଜିଲ୍ଲାରେ ଆଇନଶୃଙ୍ଖଳାର ଅଧୋଗତି ଯୋଗୁଁ ଗତ ଏକ ମାସ ମଧ୍ୟରେ ୧୫ଟି ହତ୍ୟାକାଣ୍ଡ ସହ ୨୮ଟି ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ଘଟିଛି। ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ସ୍ଥିତି ପାଇଁ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ।

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ,  ସଙ୍ଘମିତ୍ରା ଦଳେଇ, ରଞ୍ଜିତା ସାହୁ, ସୁଶ୍ରୀ ସୁଲକ୍ଷଣା ଗୀତାଞ୍ଜଳି ପ୍ରମୁଖ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଖଲିଙ୍ଗି ଗ୍ରାମକୁ ଯାଇ ମୃତ କୋମଳମତୀ ଶିଶୁର ପରିବାରବର୍ଗକୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ସହ ତ୍ୱରିତ ନ୍ୟାୟ ଦେବା ପାଇଁ ବିଜେଡି ଟିମ୍‌ ଦାବି କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର