ଗଣେଶ ଭସାଣିବେଳେ ଅଘଟଣ, ଜେନେରେଟରରେ ନିଆଁ ଲାଗି ୫ ଶିଶୁ ଗୁରୁତର

Madhusudan Das Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ସହରରେ ଗଣେଶ ମୂର୍ତ୍ତି ଭସାଣି ଶୋଭାଯାତ୍ରା ସମୟରେ ଏକ ବଡ଼ ଅଘଟଣ ଘଟିଛି। ଏହି ଶୋଭାଯାତ୍ରାରେ ବ୍ୟବହୃତ ଏକ ଜେନେରେଟରରେ ହଠାତ୍ ନିଆଁ ଲାଗିଯିବା ଫଳରେ ୫ ଜଣ ଶିଶୁ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ରାଉରକେଲା ଅବକାରୀ ଅଧୀକ୍ଷକ: ୫ ଲକ୍ଷ ଟଙ୍କାର ଲାଞ୍ଚ ଜବତ

ଆହତ ହୋଇଥିବା ଶିଶୁମାନେ ହେଲେ ସୀତାରାମପୁର ଅଗ୍ରହାରମ୍ ସାହିର ବାସିନ୍ଦା ୪ ବର୍ଷୀୟା ଇତିଶ୍ରୀ ନାୟକ, ୧୧ ବର୍ଷୀୟା ସୁହାନୀ ନାୟକ, ୮ ବର୍ଷୀୟା ଭୂମି ନାୟକ, ୭ ବର୍ଷୀୟା ରାହାରୀ ନାୟକ ଏବଂ ୫ ବର୍ଷୀୟ ବିକାଶ ନାୟକ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବିରୂପା ନଦୀକୁ ଡେଇଁଲେ ଦମ୍ପତି, ସ୍ତ୍ରୀ ଉଦ୍ଧାର ଓ ସ୍ୱାମୀ ନିଖୋଜ

ମିଳିଥିବା ସୂଚନା ଅନୁଯାୟୀ, ଭସାଣି ଶୋଭାଯାତ୍ରା ପାଇଁ ଏକ ଟ୍ରାକ୍ଟର ଉପରେ ଜେନେରେଟର ରଖାଯାଇଥିଲା। ଏହି ଜେନେରେଟର ନିକଟରେ ଏକ ପେଟ୍ରୋଲ୍ କ୍ୟାନ୍ ମଧ୍ୟ ଥିଲା ଏବଂ ଶିଶୁମାନେ ସେଠାରେ ବସି ଶୋଭାଯାତ୍ରା ଦେଖୁଥିଲେ। ଦୀର୍ଘ ସମୟ ଧରି ଚାଲିବା କାରଣରୁ ଜେନେରେଟରଟି ଅତ୍ୟଧିକ ଗରମ ହୋଇଯାଇଥିଲା, ଯାହା ଫଳରେ ପାଖରେ ଥିବା ପେଟ୍ରୋଲ୍ କ୍ୟାନରେ ହଠାତ୍ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ନିଆଁ ଚାରିଆଡ଼କୁ ବ୍ୟାପିଯାଇଥିଲା ଏବଂ ପାଖରେ ବସିଥିବା ଶିଶୁମାନେ ନିଆଁ ହାବୁଡ଼ରେ ପଡ଼ିଯାଇଥିଲେ।

ଆହୁରି ପଢ଼ନ୍ତୁ: ନଦୀରେ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ପାଣିରେ ବୁଡ଼ି ୨ ଛାତ୍ରଙ୍କ ମୃତ୍ୟୁ

ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଆହତ ଶିଶୁମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ବ୍ରହ୍ମପୁର ସ୍ଥିତ ଏମକେସିଜି (MKCG) ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ଡାକ୍ତରଖାନାରେ ପହଞ୍ଚି ଆହତ ଶିଶୁମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଏବଂ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର