ଛତ୍ରପୁର ତାମ୍ପରା ହ୍ରଦରେ ବୁଡିଲା ଡଙ୍ଗା : ଭାଉଜ ମୃତ, ନଣନ୍ଦ ଉଦ୍ଧାର

The Sakala Picture
Published On

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ହ୍ରଦରେ ବୁଡିଲା ଦେଶୀ ଡଙ୍ଗା। ଡଙ୍ଗା ବୁଡିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ତାଙ୍କ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ଓ ବନି ବେହେରା ଜାଳେଣୀ କାଠ ପାଇଁ ଡଙ୍ଗା ନେଇ ହ୍ରଦ ସେପଟକୁ ଯାଉଥିଲେ। […]

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ତାମ୍ପରା ହ୍ରଦରେ ବୁଡିଲା ଦେଶୀ ଡଙ୍ଗା। ଡଙ୍ଗା ବୁଡିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପୁଷ୍ପା ବେହେରା (୩୪)। ତାଙ୍କ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

ମିଳିଥିବା ସୂଚନା ମୁତାବକ ଛତ୍ରପୁର ଥାନା ଅନ୍ତର୍ଗତ ହୂମର ଗ୍ରାମର ପୁଷ୍ପା ବେହେରା ଓ ବନି ବେହେରା ଜାଳେଣୀ କାଠ ପାଇଁ ଡଙ୍ଗା ନେଇ ହ୍ରଦ ସେପଟକୁ ଯାଉଥିଲେ। ଯିବା ବାଟରେ ଡ଼ଙ୍ଗାଟି ଓଲଟି ଓଲଟି ପଡିବାରୁ ଦୁହେଁ ପାଣିରେ ବୁଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକ ନଣନ୍ଦ ବନି ବେହେରାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ଭାଉଜ ପୁଷ୍ପା ବେହେରା ପାଣିରେ ବୁଡି ଯାଇଥିଲେ। ଘଟଣାର ଖବର ପାଇ ଛତ୍ରପୁର ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ପୁଷ୍ପାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର