ଦେବଗଡ଼ରେ ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରୀ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Madhusudan Das Picture
Published On

ଦେବଗଡ଼: ମଧ୍ୟାହ୍ନ ଭୋଜନ ଖାଇ ୪ ଛାତ୍ରୀ ଗୁରୁତର । ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକ ଅନ୍ତର୍ଗତ ନାଇକୁଳା ଆଦିବାସୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପରେ ୪ ଜଣ ଛାତ୍ରୀ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ଛାତ୍ରୀମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ର କଣ୍ଟାମାଲ ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ

ମିଳିଥିବା ସୂଚନା ଅନୁଯାୟୀ, ବିଦ୍ୟାଳୟରେ ଖାଦ୍ୟ ଖାଇବାର କିଛି ସମୟ ପରେ ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ପ୍ରଥମେ ଜଣେ ଛାତ୍ରୀଙ୍କୁ ସ୍ଥାନୀୟ ବାରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ୩ ଜଣ ଛାତ୍ରୀଙ୍କ ଠାରେ ସମାନ ଲକ୍ଷଣ ଦେଖାଯିବାରୁ ସମସ୍ତ ୪ ଜଣଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ଡାକ୍ତରଖାନାରେ ଅମ୍ଳଜାନ ସହାୟତା ଦିଆଯାଉଛି ଏବଂ ଡାକ୍ତରମାନେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖିଛନ୍ତି।

ଆହୁରି ପଢ଼ନ୍ତୁ: କ୍ରିକେଟ୍ ଖେଳୁଥିବା ବେଳେ ଟଳିପଡ଼ିଲେ ରାଜସ୍ୱ ନିରୀକ୍ଷକ, ହୃଦଘାତରେ ମୃତ୍ୟୁ ସନ୍ଦେହ

ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ବର୍ତ୍ତମାନ ଛାତ୍ରୀମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଥିବା ବେଳେ, ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାର ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଆବଶ୍ୟକୀୟ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜର ଐତିହାସିକ ମା’ କୀଚକେଶ୍ୱରୀ ମନ୍ଦିରର ବିକାଶ ପାଇଁ ୪୪.୯୧ କୋଟି ଟଙ୍କା ମଞ୍ଜୁର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର