କରୋନାର ତୃତୀୟ ଲହରରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଟିପ୍ସ ଦେଲେ ବିଶେଷଜ୍ଞ

The Sakala Picture
Published On

କରୋନା ମୁକାବିଲା ନେଇ ବୁଧବାର ରାଜ୍ୟ ସରକାର ପ୍ରେସମିଟ୍‌ରେ ଶିଶୁଙ୍କ ଠାରେ କରୋନାର ଲକ୍ଷଣ ଏବଂ ସଂକ୍ରମିତ ଶିଶୁଙ୍କ ଯତ୍ନ କିପରି ନେବେ ସେ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ପ୍ରେସବାର୍ତ୍ତାରେ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର୍ ସେବାରଞ୍ଜନ ବିଶ୍ୱାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୟସ୍କ ଓ ପିଲାଙ୍କ ଠାରେ କରୋନା ଲକ୍ଷଣ ପ୍ରାୟ ସମାନ ଦେଖାଯାଏ । ଜ୍ୱର, କାଶ , ପେଟ ଦରଜ, ଆଖି ଲାଲ ପଡ଼ିବା […]

କରୋନା ମୁକାବିଲା ନେଇ ବୁଧବାର ରାଜ୍ୟ ସରକାର ପ୍ରେସମିଟ୍‌ରେ ଶିଶୁଙ୍କ ଠାରେ କରୋନାର ଲକ୍ଷଣ ଏବଂ ସଂକ୍ରମିତ ଶିଶୁଙ୍କ ଯତ୍ନ କିପରି ନେବେ ସେ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ପ୍ରେସବାର୍ତ୍ତାରେ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର୍ ସେବାରଞ୍ଜନ ବିଶ୍ୱାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୟସ୍କ ଓ ପିଲାଙ୍କ ଠାରେ କରୋନା ଲକ୍ଷଣ ପ୍ରାୟ ସମାନ ଦେଖାଯାଏ । ଜ୍ୱର, କାଶ , ପେଟ ଦରଜ, ଆଖି ଲାଲ ପଡ଼ିବା ବାନ୍ତି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଶିଶୁ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ସଂକ୍ରମିତ ହେବାର ପ୍ରାୟ ୪ରୁ ୬ ସପ୍ତାହ ପରେ ଏହି ସବୁ ଲକ୍ଷଣ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ ।

ଆହୁରି ପଢ଼ନ୍ତୁ: ବନ୍ୟାଞ୍ଚଳରେ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାରେ ସରକାର ବିଫଳ: ବିଜେଡି

ତେବେ ପିଲାଙ୍କୁ କୋଭିଡ ହେଲେ ମଧ୍ୟ ଗୁରୁତର ହୁଅନ୍ତି ନାହିଁ । ସେମାନଙ୍କ ଠାରେ ଅନ୍ୟାନ୍ୟ ରୋଗ ନଥିବାରୁ ସେମାନେ ଗୁରୁତର ହୁଅନ୍ତି ନାହିଁ । ଏଥିସହିତ ସେମାନଙ୍କ ଧୂମପାନ ଭଳି ଅଭ୍ୟାସ ନଥିବାରୁ ସେମାନଙ୍କ ଫୁସଫୁସ୍ ମଧ୍ୟ ଠିକ୍ ଥାଏ । ଏଣୁ ସେମାନେ ସଂକ୍ରମିତ ହୋଇ ଗୁରୁତର ହେବାର ଆଶଙ୍କା କମ୍ । ଛୁଆମାନେ ପ୍ରାୟତଃ ଘରେ ରହୁଥିବାରୁ ସେମାନେ ବଡ଼ମାନଙ୍କ ଠାରୁ ହିଁ ସଂକ୍ରମିତ ହୋଇଥାନ୍ତି । ଏଣୁ ବଡ଼ମାନଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ଶିକ୍ଷା ବଞ୍ଚାଅ ଆନ୍ଦୋଳନରେ ଗର୍ଜିଲା ବିଜେଡି: ଛାତ୍ରଛାତ୍ରୀଙ୍କୁ ଅଣଦେଖା ସରକାରକୁ ଭାରି ପଡ଼ିବ

ତେବେ ନାକର ପାଣି ବୋହିଲେ, ଜ୍ଜର ହେବା କିମ୍ୱା ଥଣ୍ଡା କାଶ ହେଲେ ସଙ୍ଗେ ସଙ୍ଗେ ଶିଶୁଙ୍କୁ ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ରହିଛି । ୫୦ ରୁ ୬୦ ପ୍ରତିଶତ ସଂକ୍ରମିତ ଶିଶୁଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏନି ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟରେ ସୂଚିତ କରାଯାଇଛି ।

ଆହୁରି ପଢ଼ନ୍ତୁ: ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ମାନସଙ୍କ ଉଦ୍‌ବେଗ: ଏଗ୍ରିଷ୍ଟାକକୁ ନେଇ ଏପର୍ଯ୍ୟନ୍ତ ଆସିନାହିଁ ସ୍ପଷ୍ଟତା

09 Jun 2021 By The Sakala

କରୋନାର ତୃତୀୟ ଲହରରୁ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଟିପ୍ସ ଦେଲେ ବିଶେଷଜ୍ଞ

କରୋନା ମୁକାବିଲା ନେଇ ବୁଧବାର ରାଜ୍ୟ ସରକାର ପ୍ରେସମିଟ୍‌ରେ ଶିଶୁଙ୍କ ଠାରେ କରୋନାର ଲକ୍ଷଣ ଏବଂ ସଂକ୍ରମିତ ଶିଶୁଙ୍କ ଯତ୍ନ କିପରି ନେବେ ସେ ନେଇ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର । ପ୍ରେସବାର୍ତ୍ତାରେ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର୍ ସେବାରଞ୍ଜନ ବିଶ୍ୱାଳ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୟସ୍କ ଓ ପିଲାଙ୍କ ଠାରେ କରୋନା ଲକ୍ଷଣ ପ୍ରାୟ ସମାନ ଦେଖାଯାଏ । ଜ୍ୱର, କାଶ , ପେଟ ଦରଜ, ଆଖି ଲାଲ ପଡ଼ିବା ବାନ୍ତି ହେବା, ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଭଳି ଲକ୍ଷଣ ଶିଶୁ କରୋନା ରୋଗୀଙ୍କ ଠାରେ ଦେଖିବାକୁ ମିଳିଥାଏ । ସଂକ୍ରମିତ ହେବାର ପ୍ରାୟ ୪ରୁ ୬ ସପ୍ତାହ ପରେ ଏହି ସବୁ ଲକ୍ଷଣ ଶିଶୁଙ୍କ ଠାରେ ଦେଖିବାକୁ ମିଳିଥାଏ ।

ତେବେ ପିଲାଙ୍କୁ କୋଭିଡ ହେଲେ ମଧ୍ୟ ଗୁରୁତର ହୁଅନ୍ତି ନାହିଁ । ସେମାନଙ୍କ ଠାରେ ଅନ୍ୟାନ୍ୟ ରୋଗ ନଥିବାରୁ ସେମାନେ ଗୁରୁତର ହୁଅନ୍ତି ନାହିଁ । ଏଥିସହିତ ସେମାନଙ୍କ ଧୂମପାନ ଭଳି ଅଭ୍ୟାସ ନଥିବାରୁ ସେମାନଙ୍କ ଫୁସଫୁସ୍ ମଧ୍ୟ ଠିକ୍ ଥାଏ । ଏଣୁ ସେମାନେ ସଂକ୍ରମିତ ହୋଇ ଗୁରୁତର ହେବାର ଆଶଙ୍କା କମ୍ । ଛୁଆମାନେ ପ୍ରାୟତଃ ଘରେ ରହୁଥିବାରୁ ସେମାନେ ବଡ଼ମାନଙ୍କ ଠାରୁ ହିଁ ସଂକ୍ରମିତ ହୋଇଥାନ୍ତି । ଏଣୁ ବଡ଼ମାନଙ୍କୁ ଅଧିକ ସତର୍କ ହେବା ଆବଶ୍ୟକ ।

ତେବେ ନାକର ପାଣି ବୋହିଲେ, ଜ୍ଜର ହେବା କିମ୍ୱା ଥଣ୍ଡା କାଶ ହେଲେ ସଙ୍ଗେ ସଙ୍ଗେ ଶିଶୁଙ୍କୁ ଡାକ୍ତରଙ୍କୁ ଦେଖାଇବାର ଆବଶ୍ୟକତା ରହିଛି । ୫୦ ରୁ ୬୦ ପ୍ରତିଶତ ସଂକ୍ରମିତ ଶିଶୁଙ୍କ ଠାରେ କୌଣସି ଲକ୍ଷଣ ପ୍ରକାଶ ପାଏନି ବୋଲି ରାଜ୍ୟ ସରକାରଙ୍କ କରୋନା ସମ୍ପର୍କିତ ପ୍ରେସମିଟରେ ସୂଚିତ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର