ବନ୍ୟା ପରିଚାଳନା ପ୍ରସଙ୍ଗରେ ସରକାରଙ୍କୁ ବିଜେଡି ନେତ୍ରୀ ସୁଜାତାଙ୍କ ସମାଲୋଚନା: ୨ ବର୍ଷରେ ଭୁଶୁଡ଼ିଯାଇଛି ୨ ଦଶନ୍ଧିର ବ୍ୟବସ୍ଥା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ବନ୍ୟା ପରିସ୍ଥିତି ଓ ବନ୍ୟା ପରିଚାଳନାକୁ ନେଇ ରାଜ୍ୟ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ।  ପୂର୍ବ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ମଡେ଼ଲ ପ୍ରସଙ୍ଗ ବର୍ତ୍ତମାନ ସରକାରଙ୍କୁ ସ୍ମରଣ କରାଇ କରାଇଦେବା ସହ  ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ‘ଇନ୍ଦ୍ରଙ୍କ ଫୋନ୍‌ ନମ୍ବର’ ସଂକ୍ରାନ୍ତ ଟିପ୍ପଣୀ ବନ୍ୟା ପରିଚାଳନାରେ  ସରକାରଙ୍କ ଦ୍ୱନ୍ଦ୍ୱ, ଅସହାୟତା ଓ ପ୍ରଶାସନିକ ବିଫଳତାକୁ ପ୍ରତିଫଳିତ କରିଛି ବୋଲି ସୁଜାତା କହିଛନ୍ତି । 

ଆହୁରି ପଢ଼ନ୍ତୁ: ଭାଷଣ ଓ ପ୍ରଚାରରେ ସୀମିତ ବିଜେପି ସରକାରଙ୍କ କାର୍ଯ୍ୟ : ବିଜେଡି

ଏକ ସମ୍ବାଦପତ୍ରର ସ୍ତମ୍ଭରେ ସୁଜାତା କହିଛନ୍ତି ଯେ ଅତୀତରେ ଓଡ଼ିଶା  ଅନେକ ମହାବନ୍ୟାକୁ ସଫଳତାର ସହ ମୁକାବିଲା କରିଛି। ୨୦୦୮ରେ ମୁଣ୍ଡଳିରେ ୧୫.୮୧ ଲକ୍ଷ କ୍ୟୁସେକ, ୨୦୦୧ରେ ୧୪.୫୧ ଲକ୍ଷ କ୍ୟୁସେକ ଏବଂ ୨୦୧୧ରେ ୧୩.୬୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା। ୨୦୦୬ ଓ ୨୦୨୨ରେ ମଧ୍ୟ ୧୨ ଲକ୍ଷ କ୍ୟୁସେକରୁ ଅଧିକ ଜଳପ୍ରବାହ ରେକର୍ଡ ହୋଇଥିଲା। ଏହା ତୁଳନାରେ ଚଳିତ ବର୍ଷର ୯ ଲକ୍ଷ କ୍ୟୁସେକ୍‌ରୁ କମ୍‌ ଜଳ ପ୍ରବାହିତ ହୋଇଛି ଓ ଜଳସମ୍ପଦ ବିଭାଗ ଏହାକୁ ମଧ୍ୟମ ଧରଣର ବନ୍ୟା ବୋଲି ସ୍ୱୀକାର କରିଛି। ଏହା ସତ୍ତେ୍ୱ ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ସମେତ ଅନେକ ଜିଲ୍ଲାର ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି । ଅନେକ ଲୋକଙ୍କର ମୃତ୍ୟୁ ଘଟିଛି, ଶହଶହ ପଶୁସମ୍ପଦ ନଷ୍ଟ ହୋଇଛନ୍ତି, ହଜାର ହଜାର ହେକ୍ଟର ଜମିର ଫସଲ ନଷ୍ଟ ହୋଇଛି । ଲୋକମାନେ ଏବେ ବି ଖୋଲା ଛାତ ତଳେ ଜୀବନ ବିତାଉଛନ୍ତି । ସେମାନେ  ଖାଦ୍ୟ, ବିଶୁଦ୍ଧ ପାଣି, ପରିମଳ ଓ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହୋଇଛନ୍ତି । ନଦୀ ପ୍ରଣାଳୀ, ପ୍ରଶାସନିକ କଳ, ବିପର୍ଯ୍ୟୟ ପରିଚାଳନା ଢ଼ାଞ୍ଚା ସମାନ ଥିବା ସତ୍ତେ୍ୱ ମାତ୍ର ଦୁଇ ବର୍ଷରେ ୨ ଦଶନ୍ଧିର ବ୍ୟବସ୍ଥା ଧ୍ୱଂସ ହୋଇ ଯାଇଛି । 

ଆହୁରି ପଢ଼ନ୍ତୁ: ଖୋଲିଲା ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍: ମୋଟ ୧୭ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

୧୯୯୯ର ମହାବାତ୍ୟା ପରେ ରାଜ୍ୟରେ ଶାସନ ଭାର ଗ୍ରହଣ କରିଥିବା ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨ ଦଶନ୍ଧି ମଧ୍ୟରେ ଓଡ଼ିଶାକୁ ବିପର୍ଯ୍ୟୟ ଯୋଦ୍ଧା ଭାବରେ ଗଢ଼ି ତୋଳିଥିଲେ।  ପ୍ରାକ୍‌ ସତର୍କତା, ସମୟୋଚିତ ସ୍ଥାନାନ୍ତରଣ, ତୃଣମୂଳସ୍ତରରେ ପ୍ରସ୍ତୁତି ଏବଂ ପ୍ରଶାସନ ଓ ସ୍ଥାନୀୟ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ଥିଲା ଏହି ମଡେଲର ମୂଳ ଶକ୍ତି। ଏକ ସ୍ପଷ୍ଟ ନିର୍ଦ୍ଦେଶ ଶୃଙ୍ଖଳ ମଧ୍ୟରେ ଜିଲ୍ଲାପାଳଙ୍କଠାରୁ ପଞ୍ଚାୟତର ୱାଡର଼୍ମେମ୍ବରଙ୍କ ପର୍ଯ୍ୟନ୍ତ ସମସ୍ତେ ଏକ କାର୍ଯ୍ୟ କରୁଥିଲେ। ମାତ୍ର ଗତ ଦୁଇ ବର୍ଷ ମଧ୍ୟରେ ପୂର୍ବରୁ ଗଢ଼ି ଉଠିଥିବା ତୃଣମୂଳସ୍ତରୀୟ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ବିଶେଷକରି ମିଶନ ଶକ୍ତି ମହିଳା ଗୋଷ୍ଠୀ, ପଞ୍ଚାୟତିରାଜ ପ୍ରତିନିଧି ଓ ପ୍ରଶାସନ ମଧ୍ୟରେ ଥିବା ସମନ୍ୱୟ ଭାଙ୍ଗିବାରୁ ପୂର୍ବ ସତର୍କତା, ସ୍ଥାନାନ୍ତରଣ ଓ ରିଲିଫ୍‌ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଡ଼ମ୍ବନା ହେଉଛି ବିପର୍ଯ୍ୟୟ ସମୟରେ ଦଳୀୟ ହସ୍ତକ୍ଷେପ, ଠିକାଦାରୀ ରାଜନୀତି ଏବଂ ରିଲିଫ୍‌ ବଣ୍ଟନରେ ଦଳୀୟ ପ୍ରିୟାପ୍ରୀତି ଭଳି ଅଭିଯୋଗ ଅତ୍ୟନ୍ତ ଉଦ୍‌ବେଗଜନକ। ବିପର୍ଯ୍ୟୟ ସମୟରେ ଲୋକଙ୍କ ଜୀବନର ସୁରକ୍ଷା, ରିଲିଫ୍‌ ଓ ଥଇଥାନ ପ୍ରାଥମିକତା ନ ହୋଇ ଦଳୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରାଯିବା ସବୁ କ୍ଷେତ୍ରରେ ବିଭ୍ରାଟ ସୃଷ୍ଟି କରିଛି  ବୋଲି ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବକେୟା ଅଭିଯୋଗରେ ପାରାଦ୍ଵୀପ ବନ୍ଦରରେ ବିଦେଶୀ ଜାହାଜ 'MT UNITY' ଗିରଫ

ନବୀନ ପଟ୍ଟନାୟକଙ୍କ ସମୟର ‘ସମଗ୍ର ସରକାର ଦୃଷ୍ଟିକୋଣ’କୁ ଉଲ୍ଲେଖ କରି ସୁଜାତା କହିଛନ୍ତି ଯେ, ସେତେବେଳେ ମନ୍ତ୍ରୀ, ସଚିବ, ଅଧିକାରୀ, ପିଆରଆଇ ପ୍ରତିନିଧି ଓ ସାମାଜିକ ସଂଗଠନ ଏକାଠି ହୋଇ ବିପର୍ଯ୍ୟୟର ମୁକାବିଲା କରୁଥିଲେ। ଆଜି କିନ୍ତୁ କେଉଁ ବିଭାଗ କେଉଁ କାର୍ଯ୍ୟପାଇଁ ଉତ୍ତରଦାୟୀ, ତାହାକୁ ନେଇ ଦ୍ୱନ୍ଦ୍ୱ ତୁଟୁନାହିଁ। ଦୁଇ ଦଶନ୍ଧି ଧରି ଗଢ଼ି ଉଠିଥିବା ଏକ ସୁଦୃଢ଼ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା କିପରି ଦୁଇ ବର୍ଷରେ ଦୁର୍ବଳ ହୋଇଗଲା, ତାହାର ଉତ୍ତର ସରକାର ଖୋଜିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଛନ୍ତି  । ତେଣୁ ବନ୍ୟାକୁ କେବଳ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଦେଖି ଦାୟିତ୍ୱ ଏଡ଼ାଇ ହେବ ନାହିଁ; ସରକାରଙ୍କ ପ୍ରସ୍ତୁତି, ସମନ୍ୱୟ ଓ ତ୍ୱରିତ ପ୍ରତିକ୍ରିୟା ହିଁ ଲୋକଙ୍କ ଜୀବନ ରକ୍ଷା କରିପାରିବ ବୋଲି ସୁଜାତା  ମତ ପ୍ରକାଶ କରିଛନ୍ତି।

21 Aug 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର