ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଓଡ଼ିଶାରୁ ଗୁଜରାଟ-ଆସାମ-କୋଲକାତା ଯାଏଁ ଲିଙ୍କ୍

Madhusudan Das Picture
Published On

ଭୁବନେଶ୍ୱର: ହାଣ୍ଡିଆ ଦେଇ ଖୋଲୁଛନ୍ତି ମ୍ୟୁଲ୍ ଆକାଉଣ୍ଟ, ଟଙ୍କା ଲୁଟୁଛନ୍ତି ସାଇବର ଠକ । ମ୍ୟୁଲ୍ ଆକାଉଣ୍ଟରେ ଆସୁଛି ସାଇବର ଠକେଇ ଟଙ୍କା, ଆକାଉଣ୍ଟ ଖୋଲିଦେଇ ମୋଟା ଅଙ୍କର କମିଶନ ନେଉଛନ୍ତି ଠକଙ୍କ ସହଯୋଗୀ। ଏଭଳି ଏକ ବଡ଼ ସାଇବର ଠକେଇ ଚେନକୁ କାବୁ କରୁଛି ସାଇବର ଥାନା ପୋଲିସ। ମୟୂରଭଞ୍ଜରୁ ମ୍ୟୁଲ୍ ଆକାଉଣ୍ଟ ଚଳାଉଥିବା ରାଜେନ୍ଦ୍ର ସିଂକୁ ଗିରଫ କରିଛି ପୋଲିସ। ବାଲେଶ୍ୱର ଅଞ୍ଚଳରେ ମ୍ୟୁଲ୍ ଆକାଉଣ୍ଟ ଚଳାଇ ସାଇବର ଠକଙ୍କୁ ଠକେଇ ଟଙ୍କା ଲେଣଦେଣରେ ସହଯୋଗ କରୁଥିଲା ଅଭିଯୁକ୍ତ। 

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା ସ୍କର୍ପିଓ, ଶାଶୂ ଓ ଜ୍ୱାଇଁଙ୍କ ମୃତ୍ୟୁ

୨୦୨୫ରେ ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଫୋନ୍ କରି ଠକିଥିଲେ ସାଇବର ଠକ। ପରେ ହ୍ୱାଟ୍ସଆପ୍‌ରେ ଆପ୍ ପଠାଇ ପ୍ରାୟ ୯ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହି ଠକେଇ ଟଙ୍କା ମ୍ୟୁଲ୍ ଆକାଉଣ୍ଟ ଜରିଆରେ ଟ୍ରାନ୍ସଫର କରାଯାଇଥିଲା। ବରିଷ୍ଠ ନାଗରିକ ଓ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ ଠକ। ଲୋଭନୀୟ ଅଫର ଓ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କୁ ଫସାଇବା ପରେ ଆକାଉଣ୍ଟ ଖାଲି କରୁଥିଲେ। 

ଆହୁରି ପଢ଼ନ୍ତୁ: ଯାଜପୁରରେ ଅଘଟଣ: ନଦୀ ପାର ସମୟରେ ବୁଡିଗଲା ଡଙ୍ଗା; ଦୁଇ ନିଖୋଜ, ଦୁଇ ଉଦ୍ଧାର

ଓଡ଼ିଶା ସମେତ ଗୁଜରାଟ, ଆସାମ ଓ କୋଲକାତାରେ ଏହି ଠକେଇ ଚେନ୍‌ର ଲିଙ୍କ୍ ରହିଛି। ଏପର୍ଯ୍ୟନ୍ତ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ବେଳେ ଏହି ବଡ଼ ନେଟୱର୍କର ମାଷ୍ଟରମାଇଣ୍ଡକୁ ଧରିବାକୁ ତଦନ୍ତ ଚଳାଇଛି ସାଇବର ପୋଲିସ। ଅଭିଯୁକ୍ତ ରାଜେନ୍ଦ୍ର ଗିରଫ ପରେ ଏବେ ପୋଲିସର ଟାର୍ଗେଟରେ ଅନ୍ୟ ମୁଲ୍ ଆକାଉଣ୍ଟଧାରୀ ଓ ମାଷ୍ଟରମାଇଣ୍ଡ। ଏହି ସାଇବର ଠକେଇ ଚେନ୍‌ରେ ଆଉ କେତେ ଜଣ ସାମିଲ ଅଛନ୍ତି, ସେନେଇ ଖୋଳତାଡ଼ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଭୀମଭୋଇ ମେଡିକାଲରେ ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ପରିବାରର ପକ୍ଷରୁ ତୀବ୍ର ଉତ୍ତେଜନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର