ଗୋଆରୁ ଓଡିଶାକୁ ଲମ୍ବିଛି ନିଶା ବେପାରର ଚେର, ଓଡିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଇଡି ଚଢ଼ାଉ

Madhusudan Das Picture
Published On

ଭୁବନେଶ୍ୱର: ନିଶା ବେପାରର ହବ ପାଲଟିଛି ଓଡିଶା । ଗୋଆରୁ ଓଡିଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ବ୍ୟାପକ ରେଡ଼ କରିଛି ଇଡି । ଆନ୍ତର୍ଜାତୀୟ ନିଶା କାରବାରରେ ମିଳିଥିଲା ଓଡିଶା ଲିଙ୍କ । ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଦାମୀ ନିଶା । ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଙ୍ଘାତିକ ସୁରାଗ। ଓଡିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ାଉ ହୋଇଛି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ବିପୁଳ ନିଶାଦ୍ରବ୍ୟ। ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଚାଲିଛି ପ୍ରୟାସ। ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ତେବେ ଏସବୁକୁ ରୋକିବା ଏବେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

ଆହୁରି ପଢ଼ନ୍ତୁ: ଝାରସୁଗୁଡା ଏବଂ ସୁନ୍ଦରଗଡ଼ରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଉଛି ବେଦାନ୍ତ, ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ଦ୍ୱାରା ୫୦,୦୦୦ରୁ ଅଧିକ ଲୋକ ଉପକୃତ

20 Jan 2026 By Madhusudan Das

ଗୋଆରୁ ଓଡିଶାକୁ ଲମ୍ବିଛି ନିଶା ବେପାରର ଚେର, ଓଡିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଇଡି ଚଢ଼ାଉ

ଭୁବନେଶ୍ୱର: ନିଶା ବେପାରର ହବ ପାଲଟିଛି ଓଡିଶା । ଗୋଆରୁ ଓଡିଶାକୁ ଲମ୍ବିଛି ଚେର । ଚାଲାଣ ହେଉଛି ଦାମୀ ନିଶା ଦ୍ରବ୍ୟ । ଖବର ପାଇବା ପରେ ବ୍ୟାପକ ରେଡ଼ କରିଛି ଇଡି । ଆନ୍ତର୍ଜାତୀୟ ନିଶା କାରବାରରେ ମିଳିଥିଲା ଓଡିଶା ଲିଙ୍କ । ଚଢ଼ାଉ ବେଳେ ଜବତ ହୋଇଛି ପୁଳା ପୁଳା ଦାମୀ ନିଶା । ମନି ଲଣ୍ଡରିଂ ମାମଲାର ତଦନ୍ତ କରିବା ବେଳେ ମିଳିଛି ସାଙ୍ଘାତିକ ସୁରାଗ। ଓଡିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ାଉ ହୋଇଛି । ନଗଦ ୩ କୋଟି ଟଙ୍କା ସହ ଜବତ ହୋଇଛି ବିପୁଳ ନିଶାଦ୍ରବ୍ୟ। ମାଫିଆଙ୍କୁ ଧରିବାକୁ ଓ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ନେଇ ଚାଲିଛି ପ୍ରୟାସ। ସେପଟେ ନିଶା ମାଫିଆଙ୍କ ପାଇଁ ଗଳା ବାଟ ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ଅନ୍ୟ ସ୍ଥାନକୁ ନିଶାଦ୍ରବ୍ୟ ଚାଲାଣ ହେଉଥିଲେ ମଧ୍ୟ ଭାୟା ପାଲଟିଛି ଭୁବନେଶ୍ୱର ବିମାନବନ୍ଦର। ତେବେ ଏସବୁକୁ ରୋକିବା ଏବେ ସୃଷ୍ଟି କରିଛି ବଡ଼ ଚ୍ୟାଲେଞ୍ଜ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର