ସଂଖ୍ୟାଲଘୁ ସମ୍ପ୍ରଦାୟ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଦୁର୍ଭାଗ୍ୟଜନକ: ବିଜେଡି

The Sakala Picture
Published On

ଭବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍‌ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୋଲିସ୍‌ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି କହିଛି ବିଜୁ ଜନତା ଦଳ। ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା  ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ […]

ଭବନେଶ୍ୱର: ନାରୀ ନିର୍ଯାତନାକୁ ନେଇ ସମଗ୍ର ରାଜ୍ୟ ଉଦ୍‌ବିଗ୍ନ ଥିଲାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଧର୍ମଶାଳା ବିଧାୟକଙ୍କ ଅସଦାଚରଣ ଘଟଣାରେ ପୋଲିସ୍‌ ଏତଲା ଗ୍ରହଣ ନ କରିବା ଉଦ୍‌ବେଗଜନକ ବୋଲି କହିଛି ବିଜୁ ଜନତା ଦଳ।

ଆହୁରି ପଢ଼ନ୍ତୁ: ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା 'ଅକୱାନ': ଘଣ୍ଟାପ୍ରତି ୮୦ କିମି ବେଗରେ ବହୁଛି ପବନ

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ପିଏସି ସଦସ୍ୟା  ଟୁକୁନି ସାହୁ କହିଛନ୍ତି ଯେ, ବିଜେପି ସରକାରରେ ରାଜ୍ୟରେ ମହିଳାମାନେ କୌଣସି କ୍ଷେତ୍ରରେ ସୁରକ୍ଷିତ ନାହାନ୍ତି। ପ୍ରତିଦିନ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣା ପାଇଁ ଓଡ଼ିଶା ଦେଶରେ ନିନ୍ଦିତ ହେଉଛି।

ଆହୁରି ପଢ଼ନ୍ତୁ: ପୁରୀର ବାବା ବାଲିକପିଳେଶ୍ୱର ମନ୍ଦିରରୁ ଲୁଟ୍, ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି

ଦଳର ମୁଖପାତ୍ର ଇପ୍‌ସୀତା ସାହୁ କହିଥିଲେ ଯେ, ବିଜେପି ସରକାରରେ ମହିଳା ଓ ଛାତ୍ରୀମାନେ ପ୍ରତ୍ୟେକ ଦିନ ନିର୍ଯାତନାର ଶିକାର ହେଉଥିବା ବେଳେ ଯାଜପୁର ଜିଲ୍ଲାରେ ଏକ ଅଭାବନୀୟ ନାରୀ ନିର୍ଯାତନାର ଖବର ସାମ୍ନାକୁ ଆସିଛି। ବିଜେପି ସଂଖ୍ୟାଲଘୁ ସେଲ୍‌ର ସଭାପତିଙ୍କ ପତ୍ନୀଙ୍କୁ ତାଙ୍କ ଝିଅ ସାମ୍ନାରେ ଧର୍ମଶାଳା ବିଧାୟକଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ପୋଲିସ୍‌ର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ତାଙ୍କର ଏତଲାକୁ ପୋଲିସ୍‌ ଏ ପର୍ଯ୍ୟନ୍ତ ଗ୍ରହଣ କରୁନାହିଁ। ତାଙ୍କ ସ୍ୱାମୀଙ୍କୁ ଧର୍ମଶାଳାରେ ବ୍ୟବସାୟ କରିବା ପାଇଁ ହେଲେ ମାସିକ ଦାଦାବାଟି ଦେବାକୁ ପଡ଼ିବ ବୋଲି ବିଧାୟକ ଧମକ ଦେଉଛନ୍ତି ବୋଲି ସେ ତାଙ୍କ ଏତଲାରେ ଦର୍ଶାଇଥିଲେ ମଧ୍ୟ ପୋଲିସ୍‌ ଏପର୍ଯ୍ୟନ୍ତ ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ସେହିପରି ଯାଜପୁର ଜିଲ୍ଲାରେ ଜଣେ କର୍ତ୍ତବ୍ୟରତ ମହିଳା ଏଏସ୍‌ଆଇଙ୍କୁ ଥାନା ଭିତରେ ବିଜେପି ସମର୍ଥକମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଅପାମାନିତ କରିଥିଲେ। ଏହି ଘଟଣାକୁ ନେଇ ମହିଳା ଏଏସ୍‌ଆଇ ଯାଜପୁର ପୋଲିସ୍‌ ପ୍ରଶାସନ ନିକଟରେ ଫେରାଦ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏଥିରୁ ଜଣାପଡୁଛି ଧର୍ମଶାଳା ବିଧାୟକଙ୍କ ଧନବଳ ଆଗରେ ରାଜ୍ୟ ବିଜେପି ସଭାପତି ଓ ମୁଖ୍ୟମନ୍ତ୍ରୀ ମହୋଦୟ ଅସହାୟ ହୋଇପଡ଼ିଛନ୍ତି।

ଆହୁରି ପଢ଼ନ୍ତୁ: କୁହୁଡି ଯୋଗୁଁ ଭୟଙ୍କର ସଡ଼କ ଦୁର୍ଘଟଣା: ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ୫ ଗୁରୁତର

ସେହିପରି ଦଳର ମୁଖପାତ୍ର ସୋଫିଆ ଆଲାମ କହିଥିଲେ ଯେ, ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ମହିଳାମାନେ ନିର୍ଯାତନାର ଶିକାର ହୋଇ ଥାନାର ଦ୍ୱାରସ୍ଥ ହେଉଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଦୁର୍ଭାଗ୍ୟଜନକ। ଏଠି ଅପରାଧୀ ଉପରମୁହାଁ ହୋଇଥିବା ବେଳେ ସରକାର ଉପାୟଶୂନ୍ୟ ହୋଇପଡ଼ିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର