ରାସ୍ତା ଖୋଳି ଛାଡ଼ି ଦେଉଛନ୍ତି ବିଭାଗ; ହନ୍ତସନ୍ତ ସହରବାସୀ

The Sakala Picture
Published On

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ପ୍ରମୁଖ ପିଚୁରାସ୍ତା ଉପରେ ପ୍ୟାଚ୍‍ ପଡ଼ୁଛି। ହେଲେ ପିଚୁ ଭାଙ୍ଗି ମାଟି ଦିଶୁଥିବା ରାସ୍ତାରେ ବର୍ଷବର୍ଷ ଧରି ମରାମତି କରାଯାଉ ନାହିଁ। ବର୍ତ୍ତମାନ ଖୋଳାଯାଇଥିବା ରାସ୍ତା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଦ୍ୟୁତ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ କେବୁଲ ତାର ବିଛାଯିବାକୁ ରାସ୍ତାଗୁଡ଼ିକ ଖୋଳାଯାଉଛି, ହେଲେ ତାର ବିଛା ଯିବା ପରେ ତାହାକୁ ପୂର୍ବଭଳି ମରାମତି କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଶେଷକରି ରାସ୍ତାଗୁଡ଼ିକ ଆର୍‍ ଆଣ୍ଡ […]

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ପ୍ରମୁଖ ପିଚୁରାସ୍ତା ଉପରେ ପ୍ୟାଚ୍‍ ପଡ଼ୁଛି। ହେଲେ ପିଚୁ ଭାଙ୍ଗି ମାଟି ଦିଶୁଥିବା ରାସ୍ତାରେ ବର୍ଷବର୍ଷ ଧରି ମରାମତି କରାଯାଉ ନାହିଁ। ବର୍ତ୍ତମାନ ଖୋଳାଯାଇଥିବା ରାସ୍ତା ରାଜଧାନୀବାସୀଙ୍କ ଚିନ୍ତାର କାରଣ ପାଲଟିଛି। ବିଶେଷକରି ବିଦ୍ୟୁତ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ କେବୁଲ ତାର ବିଛାଯିବାକୁ ରାସ୍ତାଗୁଡ଼ିକ ଖୋଳାଯାଉଛି, ହେଲେ ତାର ବିଛା ଯିବା ପରେ ତାହାକୁ ପୂର୍ବଭଳି ମରାମତି କରାଯାଉ ନ ଥିବା ଦେଖିବାକୁ ମିଳିଛି। ବିଶେଷକରି ରାସ୍ତାଗୁଡ଼ିକ ଆର୍‍ ଆଣ୍ଡ ବି ଅଧୀନରେ ରହିଥିଲେ ମଧ୍ୟ କେଉଁ ରାସ୍ତା କେଉଁ କାରଣ ପାଇଁ ଖୋଳାଯାଉଛି ଅବା ରାସ୍ତାକୁ ପୂର୍ବଭଳି ମରାମତି କରାଗଲା କି ନାହିଁ ବିଭାଗ ପକ୍ଷରୁ ଦତାରଖ କରାଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ୟୁନିଟ୍‍-୩ ଇଡ୍‍କୋ ପ୍ରଦର୍ଶନୀ ପଡ଼ିଆ ପଛପଟ ଭୁବନେଶ୍ୱର ମନ୍ଦିର ଲେନ୍‍ ରାସ୍ତା ଏବେ ମରଣଯନ୍ତା ପାଲଟିଛି। କେବୁଲ ତାର ବିଛା ଯିବାକୁ ବଦ୍ୟୁତ ବିଭାଗ ବିଭିନ୍ନ ସଂସ୍ଥାଙ୍କୁ କାର୍ଯ୍ୟ ଦାୟିତ୍ୱ ହସ୍ତାନ୍ତର କରିଥାଏ। ମାସେ ପୂର୍ବରୁ ଏହି ରାସ୍ତାକୁ ଏକ ସଂସ୍ଥା ପକ୍ଷରୁ ଖୋଳାଯାଇ ବିଦ୍ୟୁତ ତାର ବିଛା ଯାଇଥିଲା। ହେଲେ ତାର ବିଛାଯିବା ପରେ ରାସ୍ତାକୁ ପୂର୍ବଭଳି ମରାମତି କରାଯିବା ବଦଳରେ ନାମକୁ ମାତ୍ର ମାଟି ପକାଇ ଛାଡ଼ିଦେଇଛି ଉକ୍ତ ଠିକାସଂସ୍ଥା। ଫଳରେ ଏହି ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି। ବିଶେଷ କରି ଗାନ୍ଧୀମାର୍ଗରେ ଅନେକ ସମୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସମୟରେ ଏହି ରାସ୍ତା ଦେଇ ଶହଶହ ଯାତ୍ରୀ ଯିବାଆସିବା କରିଥାନ୍ତି। ଏହାସହ ପ୍ରଦର୍ଶନୀ ପଡ଼ିଆ ସାଙ୍ଗକୁ ଅନେକ ଦପ୍ତର, ହୋଟେଲ ଆଦି ରହିଥିବାରୁ ଲୋକଙ୍କ ଗହଳି ଜମିଥାଏ। ବାଇକ୍‍ ଚାଳକଙ୍କ ଠାରୁ କାର୍‍, ଅଟୋ ଏହି ବାଟ ଦେଇ ଯିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ଜଣେ ବରିଷ୍ଠ ନାଗରିକ ସାଇକଲ୍‍ରେ ଯାଉଥିବା ସମୟରେ ଏହି ଖାଲରେ ପଡ଼ି ଆହତ ହୋଇଥିବା ସ୍ଥାନୀୟ ବାସିନ୍ଦା ଦିଲ୍ଲୀପ କୁମାର ବେହେରା କହିଛନ୍ତି। କେବଳ ସେତିକି ନୁହେଁ କୌଣସି ଅଟୋ କିମ୍ବା କାର୍‍ ଏହି ଖାଲରେ ପଡ଼ିଗଲେ ବାହାରିବା କଷ୍ଟକର ହୋଇପଡ଼ୁଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ତେବେ କେବୁଲ ତାର ବିଛାଯିବାକୁ ଏତେ ଓସାରରେ ରାସ୍ତା ଖୋଳାଯିବା ଆବଶ୍ୟକ ନ ଥାଇ ମଧ୍ୟ ଖୋଳାଯାଇଛି। ହେଲେ ଠିକ୍‍ ଭାବେ ମାଟି ଭର୍ତ୍ତି କରାଯାଇ ନଥିବାରୁ ଯାତ୍ରୀମାନେ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତାଟି ବିଏମ୍‍ସି ୱାର୍ଡ ନମ୍ବର ୩୫ ଅଧୀନରେ ରହିଥିବାରୁ ଏସମ୍ପର୍କରେ ପୂର୍ବତନ କର୍ପୋରେଟର ଦେବାଶିଷ ସିଟ୍‍ଙ୍କୁ ପଚାରିବାରୁ ସେ ଏହି ରାସ୍ତା ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି। ଯଦି ରାସ୍ତା ଲୋକମାନଙ୍କର ସମସ୍ୟାର କାରଣ ପାଲଟିଛି ତେବେ ସମାଧାନ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀରେ ମହକିବ ଓଡ଼ିଶାର କୋରାପୁଟ କଫି: ବିଦେଶୀ ଅତିଥି ଚାଖିବେ 'ଟାଇଗର ବ୍ରାଇଟ୍'

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର