ବିଧାନସଭାରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ଦାବି

The Sakala Picture
Published On

ଭୁବନେଶ୍ବର: ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାୟକ ଦରମା ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା କମିଟି ସୁପାରିସ କରିଛି । ସେଥିପାଇଁ ଦରମା ବୃଦ୍ଧି କରାଯାଉ । ୨୦୧୭ ମସିହାରେ ଦରମା ବୃଦ୍ଧି ପାଇଥିଲା । ସାଂସଦମାନଙ୍କ ଦରମା ବୃଦ୍ଧି ପାଇଥିଲା ତେଣୁ ବିଧାୟକ […]

ଭୁବନେଶ୍ବର: ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରିବାକୁ ଗୃହରେ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶୂନ୍ୟକାଳରେ ଏହି ଦାବି ଉଠାଇଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ବିଧାୟକ ଦରମା ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ବିଧାନସଭା କମିଟି ସୁପାରିସ କରିଛି । ସେଥିପାଇଁ ଦରମା ବୃଦ୍ଧି କରାଯାଉ । ୨୦୧୭ ମସିହାରେ ଦରମା ବୃଦ୍ଧି ପାଇଥିଲା । ସାଂସଦମାନଙ୍କ ଦରମା ବୃଦ୍ଧି ପାଇଥିଲା ତେଣୁ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ । ସେହିପରି ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ବରିଷ୍ଠ ବିଜେପି ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଗୃହରେ ଦାବି କରିଛନ୍ତି। ବିଧାୟକ ଓ ପୂର୍ବତନ ବିଧାୟକଙ୍କ ଦରମା ବୃଦ୍ଧି ନେଇ ଗୃହରେ ଶାସକ ଓ ବିରୋଧୀ ଏକ ହୋଇ ସ୍ଵର ଉଠାଇଥିଲେ।ବିଧାୟକଙ୍କ ଦରମା ବୃଦ୍ଧି ନେଇ ବିଧାନସଭା କମିଟିର ଅଧ୍ୟକ୍ଷ ଭାସ୍କର ମଢେଇ ଦରମା ବୃଦ୍ଧି ସପକ୍ଷରେ ଶୂନ୍ୟକାଳରେ ଦାବି କରିଥିଲେ । ପୂର୍ବତନ ବିଧାୟକମାନେ ଭଲ ସ୍ଥିତିରେ ନାହାନ୍ତି  । ବଜାର ଦର ବୃଦ୍ଧି ପାଇଛି । ତେଣୁ ସମାଜର ନେତୃତ୍ୱ ନେଉଥିବା ବିଧାୟକମାନେ କାହା ପାଖରେ ହାତ ପତେଇବେନି । ଦରମା ବୃଦ୍ଧି ନେଇ କମିଟି ସୁପାରିସ କରିଛି । ସାଂସଦଙ୍କ ଦରମା ବି ବୃଦ୍ଧି ପାଇଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି ହେଉ । କମିଟି ଯାହା ସୁପାରିସ କରିଛି ତାହା କାର୍ଯ୍ୟକାରୀ କରାଯାଉ।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସେହିପରି ବରିଷ୍ଠ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ବିଧାୟକଙ୍କ ଦରମା ବୃଦ୍ଧି ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଦାବି କରିଛନ୍ତି । ସପ୍ତମ ବେତନ କମିଶନ ଅନୁସାରେ ପିଅନ, ଶିକ୍ଷକ, ଅଧ୍ୟାପକଙ୍କ ଦରମା ଠାରୁ ବିଧାୟକଙ୍କ ଦରମା କମ୍ ରହିଛି । ତେଣୁ ବିଧାୟକଙ୍କ ଦରମା ବୃଦ୍ଧି କରାଯାଉ। କମିଟି ଯାହା ସୁପାରିଶ କରିଛି ତାହାକୁ କାର୍ଯ୍ୟକାରୀ କରିବାକୁ ଦାବି କଲେ ପଦ୍ମଲୋଚନ ପଣ୍ଡା ।

ଆହୁରି ପଢ଼ନ୍ତୁ: MKCG ମେଡିକାଲ ପରିସର ନର୍ସିଂ ଛାତ୍ରାବାସରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର