ଆଜି ରାତିରେ ଆନ୍ଧ୍ର-ଓଡ଼ିଶା ଉପକୂଳ ଅତିକ୍ରମ କରିବ ଗଭୀର ଅବପାତ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା

Madhusudan Das Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପଶ୍ଚିମ ଦିଗରେ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଏହା ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ଗଣେଷ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀରେ ବୁଡି ନବନ ଶ୍ରେଣୀ ଛାତ୍ର ମୃତ

ଆଇଏମ୍‌ଡିର ସୂଚନା ମୁତାବକ, ବୁଧବାର ସକାଳ ୫.୩୦ ମିନିଟ୍‌ ସୁଦ୍ଧା ଏହି ଗଭୀର ଅବପାତଟି ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଥିଲା। ବର୍ତ୍ତମାନ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍‌ ଠାରୁ ୭୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ରହିଥିବା ବେଳେ ଓଡ଼ିଶାର ଗୋପାଳପୁର ଠାରୁ ୧୫୦ କି.ମି ଦକ୍ଷିଣରେ ରହିଛି। ସେହିପରି ଏହା ପୁରୀ ଠାରୁ ୨୩୦ କି.ମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଏବଂ ବିଶାଖାପାଟଣା ଠାରୁ ୧୫୦ କି.ମି ପୂର୍ବ-ଉତ୍ତରପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି। ଏହି ସିଷ୍ଟମ୍‌ ଉପକୂଳର ନିକଟତର ହେଉଥିବାରୁ ଆଜି ରାତିରେ ଲ୍ୟାଣ୍ଡଫଲ୍ କରିବାର ପ୍ରବଳ ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ସୁନ୍ଦରଗଡ଼ରେ ଲଜ୍ଜା: କର୍ମା ପୂଜା ଦେଖି ଫେରୁଥିବା ବେଳେ ୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଅଟକ

ଏହି ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆଗେଇ ଆସି ବିଶାଖାପାଟଣା ଏବଂ ଗୋପାଳପୁର ମଧ୍ୟରେ ଥିବା କଳିଙ୍ଗପାଟନମ୍‌ ପାଖରେ ଉପକୂଳ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ଉପକୂଳ ଅତିକ୍ରମ କରିବା ସମୟରେ ଏକ ଗଭୀର ଅବପାତ ରୂପେ ହିଁ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ଉତ୍ତର ଆଣ୍ଡାମାନରେ ପଶିଲା ଘୂର୍ଣ୍ଣିବଳୟ; ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପ ସମ୍ଭାବନା, ୨୨ରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ବର୍ତ୍ତମାନ ବଙ୍ଗୋପସାଗର ଉପରେ ଏହି ପାଣିପାଗ ବ୍ୟବସ୍ଥା ଲଗାତାର ପଶ୍ଚିମ ଦିଗରେ ଗତି କରୁଥିବାରୁ ଓଡ଼ିଶା-ଆନ୍ଧ୍ରପ୍ରଦେଶ ଉପକୂଳରେ ଆଲର୍ଟ ଜାରି କରାଯାଇଛି। ଗଭୀର ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର