ପୋଲାଭରମ୍‌ ପ୍ରକଳ୍ପରେ କ୍ଷୟକ୍ଷତି ଆକଳନ: ତେଲଙ୍ଗାନା ଜିତିଲା; ଓଡ଼ିଶା ଜଳକା

The Sakala Picture
Published On

ଭୁବନେଶ୍ୱର: ତେଲଙ୍ଗାନା ସରକାରଙ୍କ ପ୍ରବଳ ଚାପ ଆଗରେ ଶେଷରେ ନଇଁଛନ୍ତି କେନ୍ଦ୍ର ଓ ଆନ୍ଧ୍ର ସରକାର। ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ତେଲଙ୍ଗାନାର କେତେ ଅଞ୍ଚଳ ଜଳମଗ୍ନ ହେବ ସେନେଇ ଖୁବଶୀଘ୍ର କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ସର୍ଭେ କରାଯିବ। ମାତ୍ର ସୁପ୍ରିମକୋର୍ଟଙ୍କ ପରାମର୍ଶ ସତ୍ତ୍ବେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଅନୁରୂପ ସର୍ଭେ ପାଇଁ କେନ୍ଦ୍ର ସରକାର ବା ଆନ୍ଧ୍ର ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି। ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା […]

ଭୁବନେଶ୍ୱର: ତେଲଙ୍ଗାନା ସରକାରଙ୍କ ପ୍ରବଳ ଚାପ ଆଗରେ ଶେଷରେ ନଇଁଛନ୍ତି କେନ୍ଦ୍ର ଓ ଆନ୍ଧ୍ର ସରକାର। ପୋଲାଭରମ୍‌ ପ୍ରକଳ୍ପ ଯୋଗୁଁ ତେଲଙ୍ଗାନାର କେତେ ଅଞ୍ଚଳ ଜଳମଗ୍ନ ହେବ ସେନେଇ ଖୁବଶୀଘ୍ର କେନ୍ଦ୍ରୀୟ ଜଳ ଆୟୋଗଙ୍କ ପକ୍ଷରୁ ସର୍ଭେ କରାଯିବ। ମାତ୍ର ସୁପ୍ରିମକୋର୍ଟଙ୍କ ପରାମର୍ଶ ସତ୍ତ୍ବେ ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଅନୁରୂପ ସର୍ଭେ ପାଇଁ କେନ୍ଦ୍ର ସରକାର ବା ଆନ୍ଧ୍ର ସରକାର ଆଗ୍ରହ ପ୍ରକାଶ କରୁନାହାନ୍ତି। ପୋଲାଭରମ ପ୍ରକଳ୍ପ ଯୋଗୁଁ ମାଲକାନଗିରି ଜିଲ୍ଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ନିଶ୍ଚିତ ହୋଇଥିଲେ ମଧ୍ୟ ରାଜ୍ୟର ଶାସକ ବିଜେପି ସରକାର ଏ ସମ୍ପର୍କରେ ନିରବ ରହିଛନ୍ତି। ବିରୋଧୀ ବିଜେଡି ଓ କଂଗ୍ରେସ ଏ ସମ୍ପର୍କରେ ବାରମ୍ବାର ଦାବି କରିଥିଲେ ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ନିରବ ରହିଛନ୍ତି।

ଆହୁରି ପଢ଼ନ୍ତୁ: ବାତ୍ୟା-ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ପୋଲାଭରମ୍‌ ପ୍ରକଳ୍ପର ପଛୁଆ ଜଳ ଯୋଗୁଁ ତେଲଙ୍ଗାନାର ଭଦ୍ରାଚଳମ୍‌ ସହର ଜଳମଗ୍ନ ହେବ। ଏହାକୁ ନେଇ ତେଲଙ୍ଗାନା ସରକାର ଉଦ୍‌ବେଗ ପ୍ରକାଶ କରିବା ସହ ପ୍ରକଳ୍ପ ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିଥିଲା। ଶେଷରେ ଉଭୟ ଆନ୍ଧ୍ର ସରକାର, ତେଲେଙ୍ଗାନା ସରକାର, ପୋଲାଭରମ ପ୍ରକଳ୍ପ ପ୍ରାଧିକରଣ(ପିପିଏ)ଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପଛୁଆ ଜଳ ସର୍ଭେ ନେଇ ସହମତି ପ୍ରକାଶ ପାଇବା ପରେ ଏନେଇ ସିଡବ୍ଲ୍ୟୁସିଙ୍କୁ ପିପିଏଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରସ୍ତାବ ଦିଆଯାଇଥିଲା ଓ ଏହା ଆଧାରରେ ସର୍ଭେ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି। ମାତ୍ର ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ନିରବ ରହିବା ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ଓଡ଼ିଶାର କ୍ରମାଗତ ଦାବି ସତ୍ତ୍ବେ ପ୍ରକଳ୍ପର ପଛୁଆ ପାଣି ଯୋଗୁଁ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବେ ବୋଲି ସର୍ଭେ କରାଯାଉ ନାହିଁ। ଯାହାଫଳରେ ଓଡ଼ିଶାର ସ୍ୱାର୍ଥ ଏବଂ ଦାବି ଦିନକୁ ଦିନ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଉଛି। ଗୋଟିଏ ପଟେ ତେଲଙ୍ଗାନାର କଂଗ୍ରେସ ସରକାର ନିଜ ଦାବି ହାସଲ କରିବାରେ ସଫଳ ହୋଇଥିବା ବେଳେ ଓଡ଼ିଶାର ଡବଲ ଇଞ୍ଜିନ ସରକାର କଣ ପାଇଁ ଫେଲ୍‌ ମାରିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ବାତ୍ୟା 'ଅକୱାନ' ମୁକାବିଲା: ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ୧୪ ଅଧିକାରୀ ନିୟୋଜିତ

ଜଳ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରକଳ୍ପ ଉଚ୍ଚତା ୧୫୦ ଫୁଟ ହୋଇଥିବାରୁ ୫୦ ଲକ୍ଷ କ୍ୟୁସେକ ବନ୍ୟା ଜଳ ଆସିବାର ଆକଳନ ହୋଇଛି। ଯାହାଫଳରେ ଓଡ଼ିଶାର ମାଲକାନଗିରିର ଅନେକ କ୍ଷୟକ୍ଷତି ହେବ। ବିଶେଷକରି ମୋଟୁ ନିକଟରେ ୧୯୪ ଫୁଟରୁ ଅଧିକ ପଛୁଆ ଜଳ ଆସିବ। ମାତ୍ର ଓଡ଼ିଶା ଏନେଇ କାହିଁକି ଦୃଢ଼ ଦାବି ଉପସ୍ଥାପନ କରୁନାହିଁ, ତାହାକୁ ନେଇ ବିଶେଷଜ୍ଞ ମହଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଗତ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସମେତ ୪ଟି ରାଜ୍ୟକୁ ନେଇ ବୈଠକ ଅନୁଷ୍ଠିତ ହେବାର ଥିଲା। ମାତ୍ର ଶେଷ ମୂହୂର୍ତ୍ତରେ ଏହି ବୈଠକ ସ୍ଥଗିତ ରହିଥିବା ଜଣାପଡ଼ିଛି। ଆସନ୍ତା ୨୦୨୭ ମାଚର୍ଚ୍ଚ ସୁଦ୍ଧା ପ୍ରକଳ୍ପ କାମ ସାରିବାକୁ ଆନ୍ଧ୍ର ସରକାର ଲକ୍ଷ୍ୟ ରଖିଛନ୍ତି। କଣ ପ୍ରକଳ୍ପ କାର୍ଯ୍ୟ ସରିଲେ, ଓଡ଼ିଶାର ଅପୂରଣୀୟ କ୍ଷତି ହେଲେ ଯାଇ ଓଡ଼ିଶା ସରକାର ମୁହଁ ଖୋଲିବେ ବୋଲି ବୁଦ୍ଧିଜୀବି ମହଲ ପ୍ରଶ୍ନ କରିଛନ୍ତି। ଏମିତି ଜଳକା ପରି ଅଭିନୟ ନ କରି ରାଜ୍ୟ ସରକାର ରାଜ୍ୟସ୍ୱାର୍ଥ ପାଇଁ ମୁହଁ ଖୋଲନ୍ତୁ ବୋଲି ବୁଦ୍ଧିଜୀବୀ ମହଲ ପକ୍ଷରୁ ଦାବି କରାଯାଇଛି।

ଆହୁରି ପଢ଼ନ୍ତୁ: ଆଜିଠୁ ଶ୍ରୀମନ୍ଦିରରେ ପଞ୍ଚୁକ ନୀତି ଆରମ୍ଭ: ‘ଲକ୍ଷ୍ମୀ-ନାରାୟଣ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର