ଅନୁକମ୍ପାମୂଳକ ନିଯୁକ୍ତି ପ୍ରସଙ୍ଗ : ମୂଳ ଅନୁକମ୍ପା ନିଯୁକ୍ତି ଆଇନ ଆଧାରରେ ବିଚାର କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

The Sakala Picture
Published On

କଟକ :ଅନୁକମ୍ପା ନିଯୁକ୍ତି ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୨୦ ମସିହାରେ ନୂଆ ଆଇନ୍‍ ପ୍ରଣିତ ହେବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ଆବେଦନକାରୀଙ୍କ ଦରଖାସ୍ତକୁ ୧୯୯୦ର ମୂଳ ଆଇନ୍‍ ଆଧାରରେ ଫଇସଲା କରିବା ଲାଗି ଏହି ରାୟରେ କୁହାଯାଇଛି। ୨୦୨୧ ମସିହାରେ କର୍ତ୍ତୃପକ୍ଷଙ୍କ ପ୍ରତ୍ୟାଖାନ ଆଦେଶକୁ ନାକଚ କରିଦେବା ସହିତ ୧୯୯୦ ମସିହାର ମୂଳ ଅନୁକମ୍ପାମୂଳକ ଆଇନ୍‍ ଓ ତାହାର ୨୦୧୬ ମସିହାର ସଂଶୋଧନ ଆଧାରରେ […]

କଟକ :ଅନୁକମ୍ପା ନିଯୁକ୍ତି ସଂକ୍ରାନ୍ତରେ ରୁଜୁ ଏକ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ୨୦୨୦ ମସିହାରେ ନୂଆ ଆଇନ୍‍ ପ୍ରଣିତ ହେବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ଆବେଦନକାରୀଙ୍କ ଦରଖାସ୍ତକୁ ୧୯୯୦ର ମୂଳ ଆଇନ୍‍ ଆଧାରରେ ଫଇସଲା କରିବା ଲାଗି ଏହି ରାୟରେ କୁହାଯାଇଛି। ୨୦୨୧ ମସିହାରେ କର୍ତ୍ତୃପକ୍ଷଙ୍କ ପ୍ରତ୍ୟାଖାନ ଆଦେଶକୁ ନାକଚ କରିଦେବା ସହିତ ୧୯୯୦ ମସିହାର ମୂଳ ଅନୁକମ୍ପାମୂଳକ ଆଇନ୍‍ ଓ ତାହାର ୨୦୧୬ ମସିହାର ସଂଶୋଧନ ଆଧାରରେ ଆବେଦନକାରୀଙ୍କ କଥା ବିଚାର କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅମୀୟ କୁମାର ଜେନାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି। ମଳୟାନନ୍ଦ ସେଠୀ, ବିନ୍ଦୁ ସାଗର ସାମନ୍ତରାୟ, ବିଶ୍ୱଜିତ ସ୍ୱାଇଁ, ଅନୀଲ ପାଢ଼ୀ ଆଦି ମାମଲାକୁ ନଜିର ଭାବେ ଦର୍ଶାଇଛନ୍ତି ଅଦାଲତ।

ପ୍ରକାଶ ଯେ ଓଡ଼ିଶା ଖଣି ନିଗମ ଅଧୀନରେ ଅଲେଖ ଚନ୍ଦ୍ର ଜେନା ଜଣେ ନିୟମିତ କର୍ମଚାରୀ ଭାବେ କାମ କରୁଥିବା ବେଳେ ୨୦୧୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ପୁଅ ଅମୀୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରମାଣପତ୍ର ସହିତ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଆବେଦନ କରିଥିଲେ। ଅମୀୟଙ୍କ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନକୁ କର୍ତ୍ତୃପକ୍ଷ ୨୦୨୧ ମସିହାରେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଏ ସଂକ୍ରାନ୍ତରେ ବାରମ୍ବାର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅମୀୟ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀଙ୍କ ପିତା ଓଏମ୍‍ସି ଅଧୀନରେ ଚାକିରି କରୁଥିବା ବେଳେ ୨୦୧୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିବାରୁ ସେତେବେଳେ ପ୍ରଚଳିତ ଥିବା ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍‍ ଆଧାରରେ ତାଙ୍କ ଆବେଦନକୁ ବିଚାର କରାଯିବା ଉପରେ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଥିଲେ। ସଂଯୋଗକ୍ରମେ ଏହି ମାମଲାର ରାୟ ପ୍ରକାଶ ପାଇବା ପରେ ଓଡ଼ିଶା ସରକାର ତାଙ୍କ କ୍ୟାବିନେଟ୍‍ ବୈଠକରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ସରକାର ନେଇଥିବା ନିଷ୍ପତ୍ତିରେ ଦର୍ଶାଇଛନ୍ତି ଯେ ୨୦୨୦ର ସଂଶୋଧିତ ଅନୁକମ୍ପାମୂଳକ ନିଯୁକ୍ତି ଆସିବା ପୂର୍ବରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନ ରହିଛି ସେସବୁକୁ ୧୯୯୦ର ମୂଳ ଆଇନ୍‍ ଆଧାରରେ ବିଚାର କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର