ପିକ୍‌ଅପ୍‌କୁ ଧକ୍କା ଦେଇ ଓଲଟିଲା ଗୋରୁ ବୋଝେଇ ଗାଡ଼ି, ୩ ବ୍ୟକ୍ତିଙ୍କ ସହ ୩୫ରୁ ଉର୍ଦ୍ଧ୍ବ ଗୋରୁ ମୃତ

The Sakala Picture
Published On

ବାଲେଶ୍ବର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ରାସ୍ତାର ୧୦ ଫୁଟ ତଳକୁ ଓଲଟିପଡିଲା ଗୋରୁ ବୋଝେଇ ଗାଡି । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ବର ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ । ସୂଚନା ଅନୁଯାୟୀ  ବେଆଇନ ଗୋରୁ ବୁଝେଇ ଗାଡି କଣ୍ଟେନରରେ […]

ବାଲେଶ୍ବର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌ ସହ ଧକ୍କା ପରେ ରାସ୍ତାର ୧୦ ଫୁଟ ତଳକୁ ଓଲଟିପଡିଲା ଗୋରୁ ବୋଝେଇ ଗାଡି । ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଛି । ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବାଲେଶ୍ବର ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧୀଛକ ନିକଟରେ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ସୂଚନା ଅନୁଯାୟୀ  ବେଆଇନ ଗୋରୁ ବୁଝେଇ ଗାଡି କଣ୍ଟେନରରେ ଶତାଧିକ ଗୋରୁ ଲଦା ହୋଇ ଯାଉଥିଲେ। ଟ୍ରକଟି ଭଦ୍ରକରୁ ପଶ୍ଚିମବଙ୍ଗ ଅଭିମୁଖେ ଦ୍ରୁତଗତିରେ ଯାଉଥିଲା। ବାଟରେ ଏକ ବୋଲେରୋକୁ ଛପଟୁ ଧକ୍କା ଦେଇ ଟ୍ରକ୍‌ଟି ରାସ୍ତା କଡ଼କୁ ୧୦ ଫୁଟ ତଳକୁ ଖସି ପଡ଼ିଲା। ଫଳରେ କଣ୍ଟେନରରେ ଥିବା ତିନିଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ପ୍ରାୟ ୩୫ରୁ ଅଧିକ ଗୋରୁଙ୍କ ମୃତ୍ୟୁ ହୋଇଛି।  ଖବର ପାଇବା ପରେ ବସ୍ତା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୋରୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଅନୁମାନ କରାଯାଉଛି। ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ଅବଶିଷ୍ଟ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର, ହେଲପର ଫେରାର ଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ବ୍ରାହ୍ମଣୀ ବ୍ରିଜ୍‌ ଉପରେ କାର୍ ରଖି ନଦୀକୁ ଡେଇଁଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

 

ଆହୁରି ପଢ଼ନ୍ତୁ: ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ମମ ହତ୍ୟା, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର