ଅନନ୍ୟା ସେବକ ସନ୍ଧ୍ୟାବତୀ

The Sakala Picture
Published On

ଆଳି : କରୋନା ଭଳି ମହାମାରୀରେ ଯେତେବେଳେ ଲୋକେ ପ୍ରାଣହାନି ଭୟରେ ଘରେ ରହି ସୁସ୍ଥ ରହିବାକୁ ଉଚିତ ମନେ କରୁଛନ୍ତି ସେତେବେଳେ ସେ କିନ୍ତୁ ଅନ୍ୟର ପ୍ରାଣ ବଞ୍ଚାଇବାକୁ ଘର ଘର ବୁଲୁଛନ୍ତି। କରୋନା ବାବଦରେ ସଚେତନ ରହିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବ୍ୟକ୍ତିଗତ ଭାବେ ନିଜ ଘରେ ଥିବା କପଡ଼ାରୁ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି। କରୋନା ଭଳି ବିପତ୍ତି ସତ୍ତ୍ବେ ନିଜର ନିଃସ୍ୱାର୍ଥପର ସେବା ମନୋଭାବ […]

ଆଳି : କରୋନା ଭଳି ମହାମାରୀରେ ଯେତେବେଳେ ଲୋକେ ପ୍ରାଣହାନି ଭୟରେ ଘରେ ରହି ସୁସ୍ଥ ରହିବାକୁ ଉଚିତ ମନେ କରୁଛନ୍ତି ସେତେବେଳେ ସେ କିନ୍ତୁ ଅନ୍ୟର ପ୍ରାଣ ବଞ୍ଚାଇବାକୁ ଘର ଘର ବୁଲୁଛନ୍ତି। କରୋନା ବାବଦରେ ସଚେତନ ରହିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବ୍ୟକ୍ତିଗତ ଭାବେ ନିଜ ଘରେ ଥିବା କପଡ଼ାରୁ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି। କରୋନା ଭଳି ବିପତ୍ତି ସତ୍ତ୍ବେ ନିଜର ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ସେ ନିକଟରେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ବି ହୋଇଛନ୍ତି। ଏମିତି ଜଣେ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‍ ଅନ୍ତର୍ଗତ ପାତ୍ରପୁର ପଞ୍ଚାୟତର ସନ୍ଧ୍ୟାବତୀ ପରିଡ଼ା। ଏମ୍‍ଏ ଏଲ୍‍ଏଲ୍‍ବିର କୃତୀ ଛାତ୍ରୀ ସନ୍ଧ୍ୟାବତୀ ନିଜ ଗାଁ ପାଇଁ କିଛି କରିବାର ସଙ୍କଳ୍ପରେ ସେ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ବଲାଙ୍ଗୀରରେ ଅଭାବନୀୟ ଘଟଣା: ବିବାହ ଶୋଭାଯାତ୍ରାରେ ଡିଜେର ପ୍ରଚଣ୍ଡ ଶବ୍ଦ ନେଲା ମହିଳାଙ୍କ ଜୀବନ

ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କୁ ଅକ୍ସିମିଟର ଓ ଥର୍ମାଲ୍‍ ସ୍କ୍ରିନିଂ କରିବା, ସେମାନଙ୍କ ପାଖେ ପାଖେ ରହି କରୋନା ବାବଦରେ ସଚେତନ କରିବା ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଥା’ନ୍ତି ସନ୍ଧ୍ୟା। ନିଜେ ତିଆରି କରିଥିବା ମାସ୍କ ଓ ସାନିଟାଇଜର ନେଇ ଲୋକଙ୍କ ପାଖେ ପହଞ୍ଚିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ, ସହ ଅଣ୍ଡା-ଛତୁଆ ଦେଇଥା’ନ୍ତି। ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ପଞ୍ଜିକୃତ କରିବା ସହ ସେମାନେ କିପରି ସଙ୍ଗରୋଧ କେନ୍ଦ୍ରରେ ରହିବେ ସେକଥା ବୁଝିଥା’ନ୍ତି। ସାମାନ୍ୟ ଥଣ୍ଡା ଜ୍ୱର ହେଲେ ସେମାନଙ୍କୁ ଚିହ୍ନଟ କରି ସ୍ଥାନୀୟ ଆଶା ଦିଦିଙ୍କ ସହାୟତାରେ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବନ୍ଦୋବସ୍ତ ବି କରନ୍ତି। କରୋନା ବେଳେ ଛୋଟ ପିଲାମାନେ ବାହାରକୁ ଯାଇ ପାରୁ ନ ଥିବା ବେଳେ ‘ଅରୁଣିମା’ର କାର୍ଯ୍ୟକ୍ରମଗୁଡ଼ିକ କିପରି ଠିକ୍‍ ଭାବେ ଚାଲିବ ସେ ଦିଗରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଇଥା’ନ୍ତି। ପଞ୍ଚାୟତର ସରପଞ୍ଚଙ୍କ ସହ ମିଶି କରୋନା କଟକଣାରେ ଆସୁଥିବା ପ୍ରବାସୀମାନଙ୍କୁ ପଞ୍ଜୀକରଣ ଓ ସଙ୍ଗରୋଧ କେନ୍ଦ୍ରକୁ ପହଞ୍ଚାଇବା ସହ ସେମାନଙ୍କୁ କିପରି ମାଗଣାରେ ଖାଦ୍ୟ ଓ ଔଷଧ ମିଳିପାରିବ ସେସବୁର ବନ୍ଦୋବସ୍ତ କରିଥା’ନ୍ତି।

ଆହୁରି ପଢ଼ନ୍ତୁ: ଆଇନଜୀବୀଙ୍କ ସହାୟତା ରାଶି ୪୦% ବୃଦ୍ଧି କଲେ ସରକାର, ଅବସର କିମ୍ବା ଦେହାନ୍ତ କ୍ଷେତ୍ରରେ ପରିବାରକୁ ମିଳିବ ସହାୟତା

ସନ୍ଧ୍ୟାଙ୍କ ଏହି ସେବା ମନୋଭାବ କରୋନାର ପ୍ରଥମ ଲହର ବେଳୁ। ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ପରିସ୍ଥିତି ଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ଥିବାରୁ ସନ୍ଧ୍ୟା ନିଜଘରୁ ନୂଆ ସୂତା ଶାଢ଼ି ଆଣି ସେଥିରେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିଥିଲେ, ଯାହାକି ଏବେ ବି ଚାଲିଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ସନ୍ଧ୍ୟା ଏସବୁ କାମ କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। କେବଳ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ର ପହଞ୍ଚାଇବା ନୁହେଁ; ସେମାନେ ସେଠାରୁ ଫେରିବା ପରେ ନିଜ ଘରେ କିପରି ଆଉ ୭ ଦିନ ସଙ୍ଗରୋଧ ହୋଇ ରହିବେ ସେଥିପାଇଁ ବି ଲୋକଙ୍କୁ ବୁଝାଉଛନ୍ତି। ଛୋଟ ପିଲା ଓ ପ୍ରସୂତିଙ୍କୁ ଅଣ୍ଡା, ଛତୁଆ, ରନ୍ଧାଖାଦ୍ୟ, ଚାଉଳ, ପନିପରିବା ଆଦି ଘର ଘର ବୁଲି ବଣ୍ଟନ କରୁଛନ୍ତି। କେବଳ ସେତିକି ନୁହେଁ; ସନ୍ଧ୍ୟା ନିଜସ୍ୱ ଉଦ୍ୟମରେ ଚଳିତବର୍ଷ ‘ୟସ୍‍’ ବାତ୍ୟା ବେଳେ ପଞ୍ଚାୟତର ଗରିବ ଓ ଆଦିବାସୀ ମହିଳା, ଶିଶୁ, ପୁରୁଷମାନଙ୍କ ଖାଦ୍ୟପେୟର ତଦାରଖ ଦାୟିତ୍ୱ ନେଇଥିଲେ। ବିଡିଓ, ସରପଞ୍ଚ, ଶିଶୁ ବିକାଶ ଅଧିକାରୀଙ୍କ ପରାମର୍ଶ କ୍ରମେ ପଞ୍ଚାୟତ ଲୋକମାନଙ୍କ ନିକଟରେ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଆଦି ପହଞ୍ଚାଇବାରେ ସନ୍ଧ୍ୟାଙ୍କ ଗୁରୁ ଦାୟିତ୍ୱ ରହିଛି।

ଆହୁରି ପଢ଼ନ୍ତୁ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ୩୯୬ ପୃଷ୍ଠାର ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କଲା ବ୍ରହ୍ମପୁର ପୋଲିସ

29 Jun 2021 By The Sakala

ଅନନ୍ୟା ସେବକ ସନ୍ଧ୍ୟାବତୀ

ଆଳି : କରୋନା ଭଳି ମହାମାରୀରେ ଯେତେବେଳେ ଲୋକେ ପ୍ରାଣହାନି ଭୟରେ ଘରେ ରହି ସୁସ୍ଥ ରହିବାକୁ ଉଚିତ ମନେ କରୁଛନ୍ତି ସେତେବେଳେ ସେ କିନ୍ତୁ ଅନ୍ୟର ପ୍ରାଣ ବଞ୍ଚାଇବାକୁ ଘର ଘର ବୁଲୁଛନ୍ତି। କରୋନା ବାବଦରେ ସଚେତନ ରହିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ବ୍ୟକ୍ତିଗତ ଭାବେ ନିଜ ଘରେ ଥିବା କପଡ଼ାରୁ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟୁଛନ୍ତି। କରୋନା ଭଳି ବିପତ୍ତି ସତ୍ତ୍ବେ ନିଜର ନିଃସ୍ୱାର୍ଥପର ସେବା ମନୋଭାବ ଯୋଗୁଁ ସେ ନିକଟରେ ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କୃତ ବି ହୋଇଛନ୍ତି। ଏମିତି ଜଣେ ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‍ ଅନ୍ତର୍ଗତ ପାତ୍ରପୁର ପଞ୍ଚାୟତର ସନ୍ଧ୍ୟାବତୀ ପରିଡ଼ା। ଏମ୍‍ଏ ଏଲ୍‍ଏଲ୍‍ବିର କୃତୀ ଛାତ୍ରୀ ସନ୍ଧ୍ୟାବତୀ ନିଜ ଗାଁ ପାଇଁ କିଛି କରିବାର ସଙ୍କଳ୍ପରେ ସେ ଗାଁ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗ ଦେଇଛନ୍ତି।

ପ୍ରତିଦିନ ଘରକୁ ଘର ବୁଲି ଲୋକଙ୍କୁ ଅକ୍ସିମିଟର ଓ ଥର୍ମାଲ୍‍ ସ୍କ୍ରିନିଂ କରିବା, ସେମାନଙ୍କ ପାଖେ ପାଖେ ରହି କରୋନା ବାବଦରେ ସଚେତନ କରିବା ଭଳି ଗୁରୁ ଦାୟିତ୍ୱ ସମ୍ଭାଳିଥା’ନ୍ତି ସନ୍ଧ୍ୟା। ନିଜେ ତିଆରି କରିଥିବା ମାସ୍କ ଓ ସାନିଟାଇଜର ନେଇ ଲୋକଙ୍କ ପାଖେ ପହଞ୍ଚିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ରନ୍ଧାଖାଦ୍ୟ, ସହ ଅଣ୍ଡା-ଛତୁଆ ଦେଇଥା’ନ୍ତି। ଗାଁକୁ ଫେରୁଥିବା ପ୍ରବାସୀଙ୍କୁ ପଞ୍ଜିକୃତ କରିବା ସହ ସେମାନେ କିପରି ସଙ୍ଗରୋଧ କେନ୍ଦ୍ରରେ ରହିବେ ସେକଥା ବୁଝିଥା’ନ୍ତି। ସାମାନ୍ୟ ଥଣ୍ଡା ଜ୍ୱର ହେଲେ ସେମାନଙ୍କୁ ଚିହ୍ନଟ କରି ସ୍ଥାନୀୟ ଆଶା ଦିଦିଙ୍କ ସହାୟତାରେ ସଙ୍ଗରୋଧ କେନ୍ଦ୍ରକୁ ପଠାଇବାର ବନ୍ଦୋବସ୍ତ ବି କରନ୍ତି। କରୋନା ବେଳେ ଛୋଟ ପିଲାମାନେ ବାହାରକୁ ଯାଇ ପାରୁ ନ ଥିବା ବେଳେ ‘ଅରୁଣିମା’ର କାର୍ଯ୍ୟକ୍ରମଗୁଡ଼ିକ କିପରି ଠିକ୍‍ ଭାବେ ଚାଲିବ ସେ ଦିଗରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦେଇଥା’ନ୍ତି। ପଞ୍ଚାୟତର ସରପଞ୍ଚଙ୍କ ସହ ମିଶି କରୋନା କଟକଣାରେ ଆସୁଥିବା ପ୍ରବାସୀମାନଙ୍କୁ ପଞ୍ଜୀକରଣ ଓ ସଙ୍ଗରୋଧ କେନ୍ଦ୍ରକୁ ପହଞ୍ଚାଇବା ସହ ସେମାନଙ୍କୁ କିପରି ମାଗଣାରେ ଖାଦ୍ୟ ଓ ଔଷଧ ମିଳିପାରିବ ସେସବୁର ବନ୍ଦୋବସ୍ତ କରିଥା’ନ୍ତି।

ସନ୍ଧ୍ୟାଙ୍କ ଏହି ସେବା ମନୋଭାବ କରୋନାର ପ୍ରଥମ ଲହର ବେଳୁ। ରାଜ୍ୟବ୍ୟାପୀ ଲକ୍‌ଡାଉନ୍‌ ପରିସ୍ଥିତି ଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ଥିବାରୁ ସନ୍ଧ୍ୟା ନିଜଘରୁ ନୂଆ ସୂତା ଶାଢ଼ି ଆଣି ସେଥିରେ ମାସ୍କ ତିଆରି କରି ମାଗଣାରେ ବାଣ୍ଟିଥିଲେ, ଯାହାକି ଏବେ ବି ଚାଲିଛି। ଗାଁର ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ସନ୍ଧ୍ୟା ଏସବୁ କାମ କରୁଥିବା ବେଳେ ଏହାକୁ ସ୍ଥାନୀୟ ଲୋକେ ବେଶ୍‌ ପସନ୍ଦ କରିଛନ୍ତି। କେବଳ ପ୍ରବାସୀଙ୍କୁ ସଙ୍ଗରୋଧ କେନ୍ଦ୍ର ପହଞ୍ଚାଇବା ନୁହେଁ; ସେମାନେ ସେଠାରୁ ଫେରିବା ପରେ ନିଜ ଘରେ କିପରି ଆଉ ୭ ଦିନ ସଙ୍ଗରୋଧ ହୋଇ ରହିବେ ସେଥିପାଇଁ ବି ଲୋକଙ୍କୁ ବୁଝାଉଛନ୍ତି। ଛୋଟ ପିଲା ଓ ପ୍ରସୂତିଙ୍କୁ ଅଣ୍ଡା, ଛତୁଆ, ରନ୍ଧାଖାଦ୍ୟ, ଚାଉଳ, ପନିପରିବା ଆଦି ଘର ଘର ବୁଲି ବଣ୍ଟନ କରୁଛନ୍ତି। କେବଳ ସେତିକି ନୁହେଁ; ସନ୍ଧ୍ୟା ନିଜସ୍ୱ ଉଦ୍ୟମରେ ଚଳିତବର୍ଷ ‘ୟସ୍‍’ ବାତ୍ୟା ବେଳେ ପଞ୍ଚାୟତର ଗରିବ ଓ ଆଦିବାସୀ ମହିଳା, ଶିଶୁ, ପୁରୁଷମାନଙ୍କ ଖାଦ୍ୟପେୟର ତଦାରଖ ଦାୟିତ୍ୱ ନେଇଥିଲେ। ବିଡିଓ, ସରପଞ୍ଚ, ଶିଶୁ ବିକାଶ ଅଧିକାରୀଙ୍କ ପରାମର୍ଶ କ୍ରମେ ପଞ୍ଚାୟତ ଲୋକମାନଙ୍କ ନିକଟରେ ସରକାରଙ୍କର ସମସ୍ତ ସୁବିଧା ସୁଯୋଗ ଆଦି ପହଞ୍ଚାଇବାରେ ସନ୍ଧ୍ୟାଙ୍କ ଗୁରୁ ଦାୟିତ୍ୱ ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର