ମନୋରଞ୍ଜନ
ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶିବାଜୀ ମାଝୀଙ୍କ ପରଲୋକ
ଭୁବନେଶ୍ୱର: ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଶିବାଜୀ ମାଝୀଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ସେ ନିଜ ଜନ୍ମମାଟି ଅର୍ଥାତ୍ ଲାଞ୍ଜିଗଡ଼ ବ୍ଲକର ବିଜେପୁର ଦାନରଗୁଡ଼ା ଗ୍ରାମରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଲାଞ୍ଜିଗଡ଼ ଅଞ୍ଚଳରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।
ଦୀର୍ଘଦିନରୁ ଅସୁସ୍ଥ ଥିଲେ ଶିବାଜୀ ମାଝୀ । ତେବେ କିଛି ଦିନ ପୂର୍ବରୁ ଶିବାଜୀ ମାଝୀ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ଓ ପରେ ଉନ୍ନତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇ ନିଜ ଗାଁକୁ ଫେରିଥିଲେ। ମାତ୍ର ଆଜି ଭୋର୍ରେ ହଠାତ୍ ତାଙ୍କର ଦେହାନ୍ତ ହୋଇଥିଲା।
ଶିବାଜୀ ମାଝୀ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ନୂତନ ଭାବେ ଗଠିତ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ପ୍ରଥମ ବିଧାୟକ ଭାବେ ସେ ୨୦୦୯ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ପ୍ରତିନିଧିତ୍ୱ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଲାଞ୍ଜିଗଡ଼ ଏବଂ ଥୁଆମୂଳ ରାମପୁର ଭଳି ଆଦିବାସୀ ଅଧ୍ୟୁଷିତ ତଥା ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ। ପରବର୍ତୀ ସମୟରେ ବିଜେଡିରେ ଯୋଗଦେଇଥିଲେ । ବିଜେଡିରେ ସାମିଲ ହେଲା ପରେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ତାଙ୍କୁ ଦାୟିତ୍ୱ ମିଳିଥିଲା । ଦଳିତ ଓ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ।
ଶିବାଜୀ ମାଝୀ ଅତ୍ୟନ୍ତ ସରଳ ଜୀବନଯାପନ କରୁଥିଲେ। ତାଙ୍କର ଅମାୟିକ ବ୍ୟବହାର ଓ ମିଷ୍ଟଭାଷୀ ଗୁଣ ଯୋଗୁଁ ସେ ସାଧାରଣ ଲୋକଙ୍କ ନିକଟତର ହୋଇପାରିଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତା, ସମାଜସେବୀ ଏବଂ ସ୍ଥାନୀୟ ଜନସାଧାରଣ ତାଙ୍କର ଅକାଳ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।