ବରିଷ୍ଠ ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ: ହିମାଂଶୁ କୁମାର ଲାଲ୍ ହେଲେ ଇଓଡବ୍ଲ୍ୟୁ ଆଇଜି
ଭୁବନେଶ୍ୱର: ବରିଷ୍ଠ IPS ସ୍ତରରେ ବଡ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। ରାଜ୍ୟର ୬ ଜଣ ବରିଷ୍ଠ ଆଇପିଏସ୍ (IPS) ଅଧିକାରୀଙ୍କୁ ବଦଳି କରାଯାଇ ସେମାନଙ୍କୁ ପୋଲିସ ଏବଂ ଗୁଇନ୍ଦା ବିଭାଗର ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଓଡ଼ିଶାର ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ଗୃହ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ବର୍ତ୍ତମାନ ସମ୍ବଲପୁରର ଉତ୍ତରାଞ୍ଚଳ ରେଞ୍ଜ୍ ଆଇଜି ଥିବା ୨୦୦୩ ବ୍ୟାଚ୍ର ଆଇପିଏସ୍ ହିମାଂଶୁ କୁମାର ଲାଲ୍ଙ୍କୁ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ (EOW)ର ଆଇଜି (IG) ଭାବେ ବଦଳି କରାଯାଇଛି। ଏହା ସହିତ ତାଙ୍କୁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ବା ଏସ୍ଟିଏଫ୍ (STF)ର ଅତିରିକ୍ତ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି। ସେହିପରି ତାଳଚେରସ୍ଥିତ ଉତ୍ତର-କେନ୍ଦ୍ରୀୟ ରେଞ୍ଜ୍ର ଆଇଜି ତଥା ଅନୁଗୋଳ ପିଟିସିର ଅଧ୍ୟକ୍ଷ ଥିବା ୨୦୦୪ ବ୍ୟାଚ୍ ଆଇପିଏସ୍ ସତ୍ୟବ୍ରତ ଭୋଇଙ୍କୁ ଗୁଇନ୍ଦା ବିଭାଗର ଆଇଜି ଭାବେ ନୂତନ ଦାୟିତ୍ୱ ମିଳିଛି।
ବର୍ତ୍ତମାନର ଗୁଇନ୍ଦା ବିଭାଗ ଆଇଜି ଥିବା ୨୦୦୫ ବ୍ୟାଚ୍ର ଅଧିକାରୀ ଜୟ ନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରେଞ୍ଜ୍ର ଆଇଜି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ, ବର୍ତ୍ତମାନ ଦକ୍ଷିଣାଞ୍ଚଳ ରେଞ୍ଜ୍ ଆଇଜି ଥିବା ୨୦୦୭ ବ୍ୟାଚ୍ର ନୀତି ଶେଖରଙ୍କୁ ପୋଲିସ ମୁଖ୍ୟାଳୟରେ ପ୍ରୋଭିଜନିଂ ଆଇଜି ଭାବେ ଅବସ୍ଥାପିତ କରାଯାଇଛି। ଏହା ବ୍ୟତୀତ ପ୍ରୋଭିଜନିଂ ଡିଆଇଜି ଭାବେ କାର୍ଯ୍ୟରତ ଥିବା ୨୦୦୯ ବ୍ୟାଚ୍ ଆଇପିଏସ୍ ଚରଣ ସିଂ ମୀନାଙ୍କୁ ସମ୍ବଲପୁର ଉତ୍ତରାଞ୍ଚଳ ରେଞ୍ଜ୍ର ନୂଆ ଡିଆଇଜି ଭାବେ ବଦଳି କରାଯାଇଛି।
କେନ୍ଦ୍ରୀୟ ଡେପୁଟେସନ୍ରୁ ଫେରି ଗୃହ ବିଭାଗରେ ଯୋଗ ଦେଇଥିବା ୨୦୧୦ ବ୍ୟାଚ୍ର ଆଇପିଏସ୍ ଆଶିଷ କୁମାର ସିଂହଙ୍କୁ ତାଳଚେର ଉତ୍ତର-କେନ୍ଦ୍ରୀୟ ରେଞ୍ଜ୍ର ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ ବା ପିଟିସି (PTC)ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି।