ଘୁର୍ଣ୍ଣିବଳୟ ପ୍ରଭାବରେ କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା, ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ଆଶଙ୍କା
ଭୁବନେଶ୍ୱର: କାଲିଠୁ ରାଜ୍ୟରେ ପୁଣି ବଢିବ ବର୍ଷା । ଉତ୍ତର ଓଡିଶା ଓ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ l ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢିବ । ଏହି ଘୁର୍ଣ୍ଣିବଳୟଟି ଆସନ୍ତା 22 କିମ୍ବା 23 ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା 28 ତାରିଖ ଯାଏ ରାଜ୍ୟରେ ପୁଣି ଭାରି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
ଆସନ୍ତା 24 ଘଣ୍ଟା ପାଇଁ ଉତ୍ତର ଓଡିଶା ଓ ଉପକୂଳ ଓଡିଶାରେ ବିଜୁଳି ଘଡଘଡି ସହ ହାଲକାରୁ ମାଧ୍ୟମ ଧରଣର ବର୍ଷା ହେବା 14 ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେହି ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଓ ଗଜପତି ଜିଲ୍ଲା । ବର୍ତମାନ ରାଜ୍ୟରେ ଜୁନ 1 ରୁ ଅଗଷ୍ଟ 21 ଯାଏ ସ୍ୱାଭାବିକ ଠାରୁ 28 ପ୍ରତିଶତ ବର୍ଷା ରେକର୍ଡ ହୋଇଛି । ଗତ 24 ଘଣ୍ଟାରେ ନୟାଗଡ ରେ ସର୍ବାଧିକ 35 ମିଲି ମିଟର ବର୍ଷା ରେକର୍ଡ ହୋଇଛି ।