'ହିଂସାକାଣ୍ଡ ଯୋଗୁଁ ସହରରେ ଯେଉଁ କ୍ଷତି ହୋଇଛି ତାକୁ ଅଟୋ ଚାଳକ ଭରଣା କରିବେ, ବେଆଇନ ଅଟୋ ଷ୍ଟାଣ୍ଡ ଭଙ୍ଗାଯିବ'
ଭୁବନେଶ୍ୱର: ଭୁବନେଶ୍ୱରରେ ଅଟୋ ଚାଳକଙ୍କ ଆନ୍ଦୋଳନ ଉଗ୍ର ରୂପ ନେବା ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆନ୍ଦୋଳନ ଆଳରେ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଏବଂ ସରକାରୀ ସମ୍ପତ୍ତି ନଷ୍ଟ କରିବା ଘଟଣାକୁ ମନ୍ତ୍ରୀ ଦୃଢ଼ ନିନ୍ଦା କରିଛନ୍ତି।
ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ମନ୍ତ୍ରୀ କହିଛନ୍ତି ଯେ, ରାଜଧାନୀରେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି, ସେହି ଅଟୋ ଚାଳକମାନେ କ୍ଷତିପୂରଣ ଦେବେ। ହିଂସାରେ ସମ୍ପୃକ୍ତ ଥିବା ଚାଳକଙ୍କ ବେଆଇନ ଅଟୋ ଷ୍ଟାଣ୍ଡଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯିବ। ଆନ୍ଦୋଳନକାରୀମାନେ ଆଇନକୁ ନିଜ ହାତକୁ ନେବା ସହ ସାଧାରଣ ନାଗରିକଙ୍କୁ ଆକ୍ରମଣ କରିଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ଯେଉଁମାନେ ସରକାରୀ ଗାଡ଼ି ଭଙ୍ଗାରୁଜା କରିଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଶହ ଶହ ଅଟୋ ଚାଳକ ମାଷ୍ଟର କ୍ୟାଣ୍ଟିନରୁ ଲୋୟର ପିଏମଜି ଅଭିମୁଖେ ଏକ ଶୋଭାଯାତ୍ରାରେ ବାହାରି ରାସ୍ତା ଅବରୋଧ କରିବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ପୋଲିସ ଉପରକୁ ଟେକାମାଡ଼ ହେବା ଫଳରେ ୧୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ଏବଂ ୧୧ଟି ପୋଲିସ ଭ୍ୟାନ ଭଙ୍ଗାରୁଜା କରାଯାଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ଏଥିରେ କିଛି ଅଟୋ ଚାଳକ ଆହତ ହୋଇଥିବା ବେଳେ ଜଣେ ଚେତାଶୂନ୍ୟ ବ୍ୟକ୍ତିଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।