ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

Madhusudan Das Picture
Published On

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର । ୨୦,୦୦୦ ଟଙ୍କା ଲାଞ୍ଚ ନେବାବେଳେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ରେ କାର୍ଯ୍ୟରତ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର (ଏନ୍‌ଏଚ୍‌ଏମ୍) ମନୋଜ ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ଜଣେ ଆଶାକର୍ମୀଙ୍କ ଚାକିରି ଦୁଇ ବର୍ଷ ଅଧିକ ବୃଦ୍ଧି କରିଦେବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମନୋଜ ।

ଆହୁରି ପଢ଼ନ୍ତୁ: ମହିଳାଙ୍କ ବେକରୁ ଚେନ୍ ଛିଣ୍ଡାଇବାବେଳେ ବାଇକରୁ ଖସିପଡ଼ିଲା ଲୁଟେରା, ପୋଲିସରେ ଜିମା ଦେଲେ ସ୍ଥାନୀୟ ଲୋକେ

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଆଶାକର୍ମୀଙ୍କ ଆଧାର କାର୍ଡ ରେ ଜନ୍ମ ତାରିଖ ଭୁଲ୍ ରହିଥିଲା। ମାତ୍ର ତାଙ୍କ ସ୍କୁଲ୍ ସାର୍ଟିଫିକେଟ୍ ଅନୁଯାୟୀ ତାଙ୍କର ଆହୁରି ଦୁଇ ବର୍ଷର ଚାକିରି ବାକି ଥିଲା। ଏହି ତ୍ରୁଟିପୂର୍ଣ୍ଣ ଆଧାର କାର୍ଡକୁ ଆଳ କରି ତାଙ୍କୁ ଆଗୁଆ ଅବସର ଦେଇଦିଆଯିବ ବୋଲି ମନୋଜ ରଞ୍ଜନ ନାୟକ ଧମକ ଦେଇଥିଲେ ଚାକିରୀ କରିବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ନିଜ ଚାକିରି ବଞ୍ଚାଇବା ପାଇଁ ଅନ୍ୟ ଉପାୟ ନପାଇ ସମ୍ପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଗର୍ଜିଲେ ଅନଲାଇନ୍ ଗାଡ଼ି ଡ୍ରାଇଭର: ଆନ୍ଦୋଳନବେଳେ ପୋଲିସ ସହ ଧସ୍ତାଧସ୍ତି, ଘଟଣାସ୍ଥଳରେ ଖଣ୍ଡଯୁଦ୍ଧ ପରିସ୍ଥିତି

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ମନୋଜ ରଞ୍ଜନ ନାୟକ ଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମନୋଜ ରଞ୍ଜନ ନାୟକଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଅଭିଯାନ ଜାରି ରହିଛି। 

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି: ଆଜି ରାତିରେ ରାଜଘାଟଠାରେ ସର୍ବୋଚ୍ଚ ସ୍ତର ଛୁଇଁବାର ଆଶଙ୍କା

20 Aug 2026 By Madhusudan Das

ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର, ମାଡିବସିଲା ଭିଜିଲାନ୍ସ

ଜଗତସିଂହପୁର: ଭିଜିଲାନ୍ସ ଜାଲରେ ବ୍ଲକ୍‌ ପ୍ରୋଗ୍ରାମ ମ୍ୟାନେଜର । ୨୦,୦୦୦ ଟଙ୍କା ଲାଞ୍ଚ ନେବାବେଳେ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି) ରେ କାର୍ଯ୍ୟରତ ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର (ଏନ୍‌ଏଚ୍‌ଏମ୍) ମନୋଜ ରଞ୍ଜନ ନାୟକଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ଜଣେ ଆଶାକର୍ମୀଙ୍କ ଚାକିରି ଦୁଇ ବର୍ଷ ଅଧିକ ବୃଦ୍ଧି କରିଦେବା ନିମନ୍ତେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ମନୋଜ ।

ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ଆଶାକର୍ମୀଙ୍କ ଆଧାର କାର୍ଡ ରେ ଜନ୍ମ ତାରିଖ ଭୁଲ୍ ରହିଥିଲା। ମାତ୍ର ତାଙ୍କ ସ୍କୁଲ୍ ସାର୍ଟିଫିକେଟ୍ ଅନୁଯାୟୀ ତାଙ୍କର ଆହୁରି ଦୁଇ ବର୍ଷର ଚାକିରି ବାକି ଥିଲା। ଏହି ତ୍ରୁଟିପୂର୍ଣ୍ଣ ଆଧାର କାର୍ଡକୁ ଆଳ କରି ତାଙ୍କୁ ଆଗୁଆ ଅବସର ଦେଇଦିଆଯିବ ବୋଲି ମନୋଜ ରଞ୍ଜନ ନାୟକ ଧମକ ଦେଇଥିଲେ ଚାକିରୀ କରିବା ପାଇଁ ୨୦୦୦୦ ଟଙ୍କା ଲାଞ୍ଚ ମାଗିଥିଲେ । ନିଜ ଚାକିରି ବଞ୍ଚାଇବା ପାଇଁ ଅନ୍ୟ ଉପାୟ ନପାଇ ସମ୍ପୃକ୍ତ କର୍ମଚାରୀ ଜଣକ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଆଶାକର୍ମୀଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଟିମ୍ ମନୋଜ ରଞ୍ଜନ ନାୟକ ଙ୍କୁ କାବୁ କରିଥିଲେ। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହାସହିତ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ମନୋଜ ରଞ୍ଜନ ନାୟକଙ୍କ ସହ ଜଡ଼ିତ ଦୁଇଟି ସ୍ଥାନରେ ଏକକାଳୀନ ତଲାସୀ ଅଭିଯାନ ଜାରି ରହିଛି। 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର