କହୁଣିରେ ନେଡ଼ିଗୁଡ଼: କଂଗ୍ରେସ ଫାଶରେ ବିଜେପି

The Sakala Picture
Published On

ଭୁବନେଶ୍ୱର: ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖରେ ଆରମ୍ଭ ହେବା ଦିନଠାରୁ ରାଜ୍ୟରେ ମହିଳା ବିରୋଧୀ ହିଂସା ବିରୋଧରେ ଗୃହ କମିଟି ଦାବି କରିଥିଲା କଂଗ୍ରେସ। ପ୍ରସଙ୍ଗଟି ଏତେ ଗୁରୁତର ନ ଥିଲା କିମ୍ବା ଏହି କମିଟି ଗଠନ ହୋଇଥିଲେ ସରକାରଙ୍କର ସମ୍ମାନରେ ଆଞ୍ଚ ଆସି ନ ଥାନ୍ତା। ମାତ୍ର ଅହଂକାରର ବଶବର୍ତ୍ତୀ ହୋଇ ସରକାର ଏହି ପ୍ରସଙ୍ଗକୁ ଯେତେ ଉପେକ୍ଷା କରି ଚାଲିଲେ, କଂଗ୍ରେସ ଏହାକୁ ସରକାରଙ୍କ ଦୁର୍ବଳତା ମନେକରି ସେହି ପ୍ରସଙ୍ଗକୁ […]

ଭୁବନେଶ୍ୱର: ବଜେଟ୍‌ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୭ ତାରିଖରେ ଆରମ୍ଭ ହେବା ଦିନଠାରୁ ରାଜ୍ୟରେ ମହିଳା ବିରୋଧୀ ହିଂସା ବିରୋଧରେ ଗୃହ କମିଟି ଦାବି କରିଥିଲା କଂଗ୍ରେସ। ପ୍ରସଙ୍ଗଟି ଏତେ ଗୁରୁତର ନ ଥିଲା କିମ୍ବା ଏହି କମିଟି ଗଠନ ହୋଇଥିଲେ ସରକାରଙ୍କର ସମ୍ମାନରେ ଆଞ୍ଚ ଆସି ନ ଥାନ୍ତା। ମାତ୍ର ଅହଂକାରର ବଶବର୍ତ୍ତୀ ହୋଇ ସରକାର ଏହି ପ୍ରସଙ୍ଗକୁ ଯେତେ ଉପେକ୍ଷା କରି ଚାଲିଲେ, କଂଗ୍ରେସ ଏହାକୁ ସରକାରଙ୍କ ଦୁର୍ବଳତା ମନେକରି ସେହି ପ୍ରସଙ୍ଗକୁ ସେତେ ଆଘାତ କରି ଚାଲିଲା। ପ୍ରତିଦିନ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କଲା। କେବେ କଳା ପୋଷାକରେ ପ୍ରତିବାଦ ତ କେବେ ପୁଣି ଘଣ୍ଟମାଡ଼, କେବେ ପୁଣି ଗୃହ ମଧ୍ୟରେ ହଟ୍ଟଗୋଳ ଓ ବଂଶୀବାଦନ। ଏହାକୁ କଂଗ୍ରେସର ନାଟକ ମନେକରି ସରକାର ଗୁରୁତ୍ୱ ଦେଲେନାହିଁ; ବାଚସ୍ପତି ଏହାକୁ ହୃଦବୋଧ କଲେନାହିଁ। ମାତ୍ର କଂଗ୍ରେସ ଅଧିକ ଆକ୍ରମଣାତ୍ମକ ଢ଼ଙ୍ଗରେ ବିଧାନସଭାରେ ସରକାରଙ୍କୁ ସମାଲୋଚନା କଲା। ତାରାପ୍ରସାଦ ବାହିନୀପତିଙ୍କ କଲର ଧରି ଶାସକ ଦଳ ବିଧାୟକଙ୍କ ଆକ୍ରମଣ ଓ ପରବର୍ତ୍ତୀ ସମୟରେ ତାଙ୍କୁ ବିଧାନସଭାରୁ ୭ ନିଲମ୍ବନ ଜନିତ ଆତ୍ମତୃପ୍ତିରେ ହାକୁଟି ମାରୁଥିବା ସରକାରଙ୍କୁ ଛନ୍ଦିବା ପାଇଁ କଂଗ୍ରେସ ଯେଉଁ ଫାନ୍ଦ ବୁଣି ଚାଲିଥିଲା, ସେଇ ଫାନ୍ଦରେ ଫଶିଗଲେ ସରକାର। ପରିଣତିରେ ତାହା ହିଁ ଘଟିଲା, ଯାହା କଂଗ୍ରେସ ଚାହୁଁଥିଲା। ରାଜନୈତିକ ଅଭିଜ୍ଞତାର ଅଭାବ, ବିଧାନସଭା ପରିଚାଳନାରେ ଅଜ୍ଞାନତା ଯୋଗୁଁ ସରକାର ଏବେ ଖାଲି ଅଠାକାଠିରେ ଛନ୍ଦି ହୋଇ ଯାଇ ନାହାନ୍ତି; ମୁମୂର୍ଷୁ କଂଗ୍ରେସ ତୁଣ୍ଡରେ ସରକାର ସଞ୍ଜୀବନୀ ଦେଇ ନିଜର ଓ ନିଜ ଦଳର ଭବିଷ୍ୟତ ପଥରେ କଣ୍ଟା ବିଛାଇଛି ବିଜେପି।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମର ଋତୁସ୍ରାବ ସ୍ୱାସ୍ଥ୍ୟ ସଚେତନତା ସହିତ ରଜ ପର୍ବ ପାଳନ

ଚଳିତ ବିଧାନସଭାରେ ମୁଖ୍ୟ ବିରୋଧୀ ବିଜେଡି ବିଭିନ୍ନ ପ୍ରସଙ୍ଗକୁ ନେଇ ସରକାରଙ୍କୁ କାଠଗଡ଼ାକୁ ଟାଣିଛି। ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଛି। ସରକାରଙ୍କୁ କଟୁ ଶବ୍ଦରେ ସମାଲୋଚନା କରିଛି। ଅପରପକ୍ଷରେ କଂଗ୍ରେସ ଆରମ୍ଭରୁ କେବଳ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ବିରୋଧୀ ହିଂସାକୁ ନେଇ ସରକାରଙ୍କୁ ଲକ୍ଷ୍ୟଭେଦୀ ଆକ୍ରମଣ କରି ଚାଲିଛି। ଏ ସଂକ୍ରାନ୍ତରେ ଗୃହ କମିଟି ଗଠନ ନିମନ୍ତେ ଦାବି କରି ଆସିଛି। ଦଳର ନେତାମାନେ ନିର୍ଦ୍ଦିଷ୍ଟ ଭାବରେ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇ ଚାଲିଛନ୍ତି ଏବଂ ଗୃହ କମିଟି ଗଠନ ନିମନ୍ତେ ପ୍ରତିଦିନ ବିଧାନସଭା ହଟ୍ଟଗୋଳ କରିଛନ୍ତି । ଏପରିକି ଦଳର ଏକମାତ୍ର ମହିଳା ସଦସ୍ୟ ମଧ୍ୟ ରାଜ୍ୟର ମହିଳା ହିଂସାକୁ ନେଇ ସେ ନିଜକୁ ଅସୁରକ୍ଷିତ ମଣୁଥିବା ଉଲ୍ଲେଖ କରି ଗୃହ କମିଟି ଗଠନ ଦାବିକୁ ଅଧିକ ଶାଣିତ କରିଛନ୍ତି । ମାତ୍ର ଶାସକ ବିଜେପି, ମୁଖ୍ୟମନ୍ତ୍ରୀ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରଙ୍କ ପରାମର୍ଶଦାତାମାନେ ଏହାକୁ କ୍ରମାଗତ ଭାବରେ ଉପେକ୍ଷା କରିବା କଂଗ୍ରେସ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି। ଏହି ପ୍ରସଙ୍ଗକୁ ନେଇ ଜାତୀୟସ୍ତରରେ କଂଗ୍ରେସ ପହଞ୍ଚାଇବାକୁ ସଫଳ ହୋଇଥିଲା। ଦଳର ସାଂସଦ ସପ୍ତଗିରି ଉଲ୍ଲାକା ଓଡ଼ିଶାରେ ଘଟୁଥିବା ମହିଳା ହିଂସା କଥା ଉଠାଇଥିଲେ୤ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ବିଧାନସଭାରୁ ନିଲମ୍ବନ ପ୍ରସଙ୍ଗ ମଧ୍ୟ ଲୋକସଭାରେ ଉଠାଇଲେ । ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ରାଜ୍ୟରେ କ୍ରମବର୍ଦ୍ଧିଷ୍ଣୁ ମହିଳା ହିଂସା, ଦୁଷ୍କର୍ମ ଉଠାଇବା ଘଟଣାରୁ ମଧ୍ୟ ଶାସକ ବିଜେପି ଓ ସରକାର କିଛି ଅନୁମାନ କରିପାରିଲେ ନାହିଁ । ପ୍ରଥମେ ବିଧାୟକ ବାହିନୀପତିଙ୍କୁ ୭ ଦିନ, ପରେ ପୁଣି ୧୨ ବିଧାୟକ, ଏହାପରେ ପୁଣି ରମେଶ ଜେନା ଓ ତାରା ବାହିନୀପତିଙ୍କୁ ଆଉ ୭ ଦିନ ନିଲମ୍ବନ କରି ସରକାର ବିରୋଧୀ କଂଗ୍ରେସକୁ ଏକାଠି ହେବାକୁ ଯେଉଁ ସୁଯୋଗ ଦେଲେ, ତାହା ଭବିଷ୍ୟତରେ ବିଜେପି ଓ ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ: ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼, ୪ ରାଉଣ୍ଡ ଗୁଳିମାଡ଼ କରି ୩ ଦୁର୍ବୃତ୍ତ ଫେରାର୍

ଏହି ସୁଯୋଗର ଉପଯୁକ୍ତ ସଦୁପଯୋଗ କରି କଂଗ୍ରେସ ଦଳୀୟ ନେତାଙ୍କୁ ଏକାଠି କରିଛି। ସେହିପରି ଦିନକ ତଳେ ବିଳମ୍ବିତ ରାତିରେ ଦଳର ବିଧାୟକମାନଙ୍କ ନିଲମ୍ବନ ବିରୋଧରେ ଦଳର ସବୁ ଛାମୁଆଁ ନେତା ବିଧାନସଭା ନିକଟରେ ପହଞ୍ଚି ଯେଉଁ ବାର୍ତ୍ତାଟି ଦେଇଛନ୍ତି, ତାହା ସରକାରଙ୍କ ପାଇଁ ଏକ ବଡ଼ ବିପଦର ପୂର୍ବାଭାସ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ଢେ଼ର ଦିନ ଆଗରୁ ୨୭ ତାରିଖରେ କଂଗ୍ରେସ ରାଜଧାନୀରେ ମହା ସମାବେଶ କରିବା କଥା ଘୋଷଣା କରିଥିଲେ ହେଁ ତାହା ଏତେଟା ପ୍ରଭାବୀ ହେବ ନାହିଁ ବୋଲି ସରକାର ମନେ କରୁଥିଲେ। ମାତ୍ର ଶାସକ ବିଜେପି ଓ ସରକାରଙ୍କ ଏହି ଆକଳନ ଏବେ ଭୁଲ ହେବାକୁ ଯାଉଛି । ଦୁର୍ବଳ ସଂଗଠନକୁ ନେଇ କଂଗ୍ରେସ ନିଜର ସ୍ଥିତି ସହ ସଂଗ୍ରାମ କରୁଥିବାବେଳେ ବିଧାନସଭାରେ ଘଟିଥିବା ଘଟଣାକ୍ରମ ଓ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିର୍ଣ୍ଣୟ ଏବେ କଂଗ୍ରେସକୁ ଅଧିକ ସୁଦୃଢ଼ କରିବାକୁ ସୁଯୋଗ ଦେଇଛି । ସମ୍ଭବତଃ ପ୍ରଥମଥର ପାଇଁ ଗୋଷ୍ଠୀବିବାଦ ଭୂଲି କଂଗ୍ରେସର ସବୁ ବଡ଼ ନେତା ଏକାଠି ହୋଇଛନ୍ତି । ପିସିସି ସଭାପତି ଭକ୍ତ ଦାସଙ୍କ ସହ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହ ଛାମୁଆ ସଙ୍ଗଠନର ନେତାମାନେ ବିଳମ୍ବିତ ରାତିରେ ବିଧାନସଭା ନିକଟରେ ପହଞ୍ଚିବା ଓ ଦଳର ବିଧାୟକଙ୍କ ନିଲମ୍ବନକୁ ବିରୋଧ କରିବା ଭିନ୍ନ ବାର୍ତ୍ତା ଦେଇଛି । ଏକଦା କଂଗ୍ରେସର ଭୁଲ ପାଇଁ ରାଜ୍ୟରେ ବିଜେପିର ଅଭ୍ୟୁତ୍‌ଥାନ ହୋଇଥିଲା, ଏବେ ବିଜେପି ସେହି ଭୁଲକୁ ପୁନରାବୃତ୍ତି କରିଛି, ଯାହା ଆଗାମୀ ଦିନରେ କଂଗ୍ରେସ ପାଇଁ ଆଶୀର୍ବାଦ ହେବାକୁ ଯାଉଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମନେ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଲାଞ୍ଜିଗଡ଼ର ଶିବପଦର ପଞ୍ଚାୟତରେ ବେଦାନ୍ତ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଆୟୋଜନ, ୩୦୦ରୁ ଉର୍ଦ୍ଧ୍ୱ ସଦସ୍ୟଙ୍କୁ ମିଳିଲା ଉନ୍ନତ ସ୍ୱାସ୍ଥ୍ୟ ସୁବିଧା

27 Mar 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର