୧୪ ବିଧାୟକଙ୍କୁ ନିଲମ୍ବନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ମହାମହୀମ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ । ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର […]

ଭୁବନେଶ୍ୱର : ରାଜ୍ୟରେ ମହିଳା ଅତ୍ୟାଚାର ବୃଦ୍ଧିର ନିୟନ୍ତ୍ରଣ ଓ ତାଙ୍କ ସୁରକ୍ଷା ଗୁରୁତ୍ୱ ପ୍ରଦାନ କରି ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧିଦଳ ମହାମହୀମ ରାଜ୍ୟପାଳଙ୍କୁ ରାଜଭବନ ଠାରେ ଭେଟି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ନାରୀ ନ୍ୟାୟ ପାଇଁ ଏକ ଗୃହକମିଟି ଗଠନ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାପାଇଁ ଅନୁରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ଦିପାବଳୀ ପରେ ଭୁବନେଶ୍ୱରର ବାୟୁ ଗୁଣବତ୍ତା ଅତି ଖରାପ: AQI ସ୍ତର ୧୨୦୦ ଅତିକ୍ରମ କଲା

ପ୍ରକାଶଥାଉକି ଗତ ୧ ମାସ ଧରି ରାଜ୍ୟ କଂଗ୍ରେସର ବିଧାୟକ ଦଳ ଓ ପ୍ରଦେଶ କଂଗ୍ରେସ ନାରୀ ନ୍ୟାୟ ପାଇଁ କ୍ରମାଗତ ଭାବରେ ଆନ୍ଦୋଳନ ଜାରି ରଖିଛନ୍ତି । ମହିଳାମାନଙ୍କ ସୁରକ୍ଷା ଓ ତାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବିଧାନସଭାରେ କଂଗ୍ରେସ ନେତୃବୃନ୍ଦ ଗୃହ କମିଟି ଦାବି କରିଆସୁଥିବା ବେଳେ ସରକାରୀ ଦଳର ମନ୍ତ୍ରୀ ଓ ବିଧାୟକ ମାନେ କଂଗ୍ରେସ ବିଧାୟକ ମାନଙ୍କୁ ଆକ୍ରମଣ କରିବା ସହିତ ବିଧାନସଭାର ବାଚସ୍ପତିଙ୍କ ଉପରେ ଚାପ ପ୍ରୟୋଗ କରି କଂଗ୍ରେସ ବିଧାୟକ ମାନଙ୍କୁ ଗୃହର ନିଲମ୍ବନ କରାଗଲା । ଏହା ସଂପୂର୍ଣ୍ଣ ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ ଅଟେ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର କାଡାମ, ତାରା ପ୍ରସାଦ ବାହିନୀପତି, ଶ୍ରୀକାନ୍ତ ଜେନା, ରାଜନ ଏକ୍କା, ଦାସରଥି ଗମାଙ୍ଗୋ, ଶରତ ରାଉତ, ଦେବାଶିଷ ପଟ୍ଟନାୟକ, ଓ ପବିତ୍ର ସାଉଂଟା ଙ୍କ ସମେତ ଅନ୍ୟ ବିଧାୟକମାନେ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ପ୍ରାଞ୍ଜଳ ଭାବରେ ମହାମହୀମ ରାଜ୍ୟପାଳଙ୍କୁ କହିଥିଲେ ।

ଆହୁରି ପଢ଼ନ୍ତୁ: ୩ କୋଟିରୁ ଅଧିକ ଟଙ୍କା ହରିଲୁଟ୍: ଫେରାର ଡେରାବିଶ ବ୍ଲକ ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ଗିରଫ

ଗତ ଗୁରୁବାର ଦିନ ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୁଲିସ କଂଗ୍ରେସ ନେତୃବର୍ଗ ଓ କର୍ମୀମାନଙ୍କୁ ଅମାନୁଷିକ ଭାବରେ ଯେଉଁଭଳି ମାଡ଼ମାରି ଲହୁ ଲୁହାଣ କଲେ ତାହା ଅତ୍ୟନ୍ତ ନିନ୍ଦନୀୟ । ପୁଲିସର ଏଭଳି ହିଂସ୍ର ଆଚରଣ ଗଣତାନ୍ତ୍ରିକ ବ୍ୟବସ୍ଥାର ସଂପୂଣ୍ଣ ପରିପନ୍ଥି ବୋଲି ସେ କହିଛନ୍ତି । ପୁଲିସ କାହିଁକି ଛାତି, ପିଠି ଓ ମୁଣ୍ଡକୁୂ ଲାଠି ପ୍ରହାର କଲା ଏହା କ’ଣ ଆଇନ ସମ୍ମତ କି? ପୁଲିସ, ଡିଜି ସଂପୂର୍ଣ୍ଣ ଭିଡିଓକୁ ଦେଖନ୍ତୁ କାହା ନିର୍ଦ୍ଦେଶରେ ହଠାତ ଲାଠି ଚାର୍ଜ କରାଗଲା ବୋଲି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ପୁଲିସ ମହାନିର୍ଦ୍ଦେଶକଙ୍କ ଆଚରଣ ଓ ଉଚାରଣକୁ ରାଜ୍ୟବାସୀ ନାପସନ୍ଦ କରୁଛନ୍ତି ।

ଆହୁରି ପଢ଼ନ୍ତୁ: ପାଟଣାଗଡ଼ରେ ଚାଞ୍ଚଲ୍ୟ: ସାମାନ୍ୟ କଳିରୁ ବଡ଼ ଭାଇକୁ ଖଟ କାଠରେ ପିଟିପିଟି ମାରିଦେଲା ସାନ ଭାଇ

ରାଜ୍ୟରେ ୯ ମାସ ଭିତରେ ମହିଳାମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସଂପୂର୍ଣ୍ଣ ତଥ୍ୟ କଂଗ୍ରେସ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଏକ ସ୍ମାରକପାତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳକୁ ଗୃହ କମିଟି ଗଠନ କରିବାପାଇଁ ପ୍ରତିଶୃତି ଦେବା ସହିତ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ଖୁବଶୀଘ୍ର ନିଷ୍ପତି ନେବେ ବୋଲି କହିଛନ୍ତି । ବିଧାୟକମାନଙ୍କ ନିଲମ୍ବନ ଘଟଣାକୁ ଗୁରୁତ୍ୱର ସହିତ ଗ୍ରହଣ କରିବା ସହିତ ଏହା ଉପରେ ବିଚାର କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ କାଡରାକା ଆପାଲାସ୍ୱାମୀ, ସୋଫିଆ ଫିର୍ଦ୍ଦୋଶ, ପ୍ରଫୁଲ ପ୍ରଧାନ, ସସ୍ମିତା ବେହେରା, ସୁଧାଂଶୁ ଦେଓ, ରଜନୀ ମହାନ୍ତି ଉପସ୍ଥିତ ଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର