ଓଡ଼ିଶାରେ ନିବେଶ ନିମନ୍ତେ କମ୍ପାନୀଙ୍କୁ ମିଳୁନାହାନ୍ତି ପ୍ରମୋଟର, ରାଜ୍ୟ ହରାଉଛି ନିବେଶକଙ୍କ ବିଶ୍ୱାସ

The Sakala Picture
Published On

ଭୁବନେଶ୍ୱର: ସରକାର ଓଡ଼ିଶାରେ ବିପୁଳ ନିବେଶର ସ୍ୱପ୍ନ ଦେଖାଉଛନ୍ତି। ୨୦୩୬ ସୁଦ୍ଧା ରାଜ୍ୟ ଶିଳ୍ପସମୃଦ୍ଧ ହେବ ବୋଲି କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଯେ ରାଜ୍ୟରେ ଶିଳ୍ପ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଅନେକ କମ୍ପାନୀ ଓ ନିବେଶକଙ୍କୁ ପ୍ରମୋଟର ମିଳୁନାହାନ୍ତି। ରାଜ୍ୟର ସାମ୍ପ୍ରତିକ ସ୍ଥିତି, ରାଜନୈତିକ ଅସ୍ଥିରତା, ଆଇନଶୃଙ୍ଖଳା ପରିସ୍ଥିତି ଓଡ଼ିଶାରେ ନିବେଶ ନିମନ୍ତେ ନିବେଶକଙ୍କୁ ଅନାଗ୍ରହୀ କରିଛି। ନିବେଶକମାନେ ଓଡ଼ିଶା ଉପରୁ ଆସ୍ଥା ହରାଇବାରେ ଲାଗିଛନ୍ତି। ଗତ ସରକାର ସମୟରେ ଶିଳ୍ପ ସ୍ଥାପନ ନିମନ୍ତେ […]

ଭୁବନେଶ୍ୱର: ସରକାର ଓଡ଼ିଶାରେ ବିପୁଳ ନିବେଶର ସ୍ୱପ୍ନ ଦେଖାଉଛନ୍ତି। ୨୦୩୬ ସୁଦ୍ଧା ରାଜ୍ୟ ଶିଳ୍ପସମୃଦ୍ଧ ହେବ ବୋଲି କହୁଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଯେ ରାଜ୍ୟରେ ଶିଳ୍ପ ସ୍ଥାପନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଅନେକ କମ୍ପାନୀ ଓ ନିବେଶକଙ୍କୁ ପ୍ରମୋଟର ମିଳୁନାହାନ୍ତି। ରାଜ୍ୟର ସାମ୍ପ୍ରତିକ ସ୍ଥିତି, ରାଜନୈତିକ ଅସ୍ଥିରତା, ଆଇନଶୃଙ୍ଖଳା ପରିସ୍ଥିତି ଓଡ଼ିଶାରେ ନିବେଶ ନିମନ୍ତେ ନିବେଶକଙ୍କୁ ଅନାଗ୍ରହୀ କରିଛି। ନିବେଶକମାନେ ଓଡ଼ିଶା ଉପରୁ ଆସ୍ଥା ହରାଇବାରେ ଲାଗିଛନ୍ତି। ଗତ ସରକାର ସମୟରେ ଶିଳ୍ପ ସ୍ଥାପନ ନିମନ୍ତେ ବୁଝାମଣା କରିଥିବା ଅନେକ ସଂସ୍ଥା ଏଯାଏ ଜମି ଅଧିଗ୍ରହଣ କ୍ଷେତ୍ରରେ ଯାବତୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଶାସକ ଦଳର ନେତାମାନଙ୍କ ରାଜନୈତିକ ହସ୍ତକ୍ଷେପ ଓ ଆଇନଶୃଙ୍ଖଳା ସ୍ଥିତି ସେମାନଙ୍କୁ ଓଡ଼ିଶାରେ ଶିଳ୍ପ ସ୍ଥାପନ ନିମନ୍ତେ ବୀତସ୍ପୃହ କରିଛି। ପରିଣାମ ସ୍ୱରୂପ କଟକ ଜିଲ୍ଲାର ନରାଜରେ ପ୍ରସ୍ତାବିତ ଜେଏସ୍‌ଡ଼ବ୍ଲ୍ୟୁ ଇଭି କାରଖାନା, କେନ୍ଦ୍ରାପଡ଼ାରେ ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ କାରଖାନା ବିଳମ୍ବିତ ହୋଇ ଚାଲିଛି। ଏହି ଦୁଇ ପ୍ରକଳ୍ପର ଭବିଷ୍ୟତ ଏବେ ବି ଅନିଶ୍ଚିତ। ଏହି ସମୟରେ ସୌର ମଡ଼୍ୟୁଲ୍‌ ନିର୍ମାତା ୱାରୀ କମ୍ପାନୀର ଢେ଼ଙ୍କାନାଳ ପ୍ରକଳ୍ପ ମଧ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ଜୋରଦାର ପ୍ରସ୍ତୁତି: ଆସନ୍ତାକାଲି ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି ଛୁଟି

ଦେଶର ଅଗ୍ରଣୀ ସୋଲାର ମଡ୍ୟୁଲ ନିର୍ମାତା ୱାରୀ ଢେଙ୍କାନାଳ ପ୍ରକଳ୍ପ ଗୁଜରାଟ, ମହାରାଷ୍ଟ୍ରକୁ ସ୍ଥାନାନ୍ତର କରିବା ନିମନ୍ତେ ବିଏସ୍‌ଇ ଓ ଏନ୍‌ଏସ୍‌ଇକୁ ଅବଗତ କରିଛି। ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନର ଅସହଯୋଗ କାରଣରୁ କମ୍ପାନୀ ଏହି ପ୍ରକଳ୍ପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି। ୱାରୀ ପକ୍ଷରୁ ପ୍ରାୟ ୨୫ ହଜାର କୋଟି ଟଙ୍କା ନିବେଶରେ ଢେ଼ଙ୍କାନାଳରେ ୬ ଗିଗାୱାଟର ପ୍ରକଳ୍ପ ପ୍ରତିଷ୍ଠା କରାଯିବାକୁ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି ୟୁନିଟରେ କମ୍ପାନୀ ଇନ୍‌ଗଟ, ୱେଫର୍ସ ସେଲ୍‌ ଏବଂ ସୋଲାର ମଡ୍ୟୁଲ ଉତ୍ପାଦନ କରିଥାନ୍ତା। ଏହି କମ୍ପାନୀ ସ୍ଥାପନ ହୋଇଥିଲେ ପ୍ରାୟ ୧୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା। ଏହି ପ୍ରକଳ୍ପ ପାଇଁ ଥରେ ନୁହେଁ ଦୁଇଥର ଶିଳାନ୍ୟାସ ହୋଇଥିଲା। ଥରେ ଖାଦ୍ୟ ଯୋଗାଣ ଓ ଖାଉଟିକଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିବା ବେଳେ କିଛି ସପ୍ତାହ ତଳେ ଢେ଼ଙ୍କାନାଳ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ମାତ୍ର ଦୁଇଥର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଏହି କମ୍ପାନୀ ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ଯୋଗୁଁ ଅନ୍ୟତ୍ର ଚାଲିଯିବାକୁ ନିଷ୍ପତ୍ତି ନେଇଛି। କାମ ବିଳମ୍ବ ହେଉଥିବାରୁ କମ୍ପାନୀର ଅଡିଟ କମିଟି ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇଥିଲା। ଏହ ପରାମର୍ଶ ଆଧାରରେ ଓଡ଼ିଶା ବଦଳରେ ଏହା ତାମିଲନାଡୁ ଓ ଗୁଜୁରାଟରେ ନିଜ ଶିଳ୍ପ ସ୍ଥାପନ କରିବ ବୋଲି କମ୍ପନୀ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜ (ବିଏସ୍‌ଇ ଓ ଏନ୍‌ଏସ୍‌ଇ)କୁ ଅବଗତ କରାଯାଇଛି।

ଆହୁରି ପଢ଼ନ୍ତୁ: ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେଲା 'ଅକୱାନ'; ବାତ୍ୟା ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି

ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ଅସହଯୋଗ କାରଣରୁ କମ୍ପାନୀ ପ୍ରକଳ୍ପରୁ ଓହରିଯିବାକୁ ଶୁକ୍ରବାର ନିଷ୍ପତ୍ତି ନେଇଥିଲା। ଏହାକୁ ନେଇ ଆଜି ବେଶ୍‌ ତମ୍ବିତୋଫାନ ହେବା ପରେ କମ୍ପାନୀ ନିଜ ନିଷ୍ପତ୍ତି ପରିବର୍ତ୍ତନ କରିଥିବା କୁହାଯାଇଛି। ଆମେ ଓଡ଼ିଶା ଛାଡ଼ି ଯାଉନାହୁଁ। ଓଡ଼ିଶାରେ ପ୍ରକଳ୍ପ ପ୍ରତିଷ୍ଠା ନେଇ ଆମେ ଆମ ପ୍ରତିଶ୍ରୁତିରେ ଦୃଢ଼ ରହିଛୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ଗୋଟିଏ ଦିନ ବ୍ୟବଧାନରେ କମ୍ପାନୀ ପକ୍ଷରୁ ଦୁଇ ଦୁଇଟି ପରସ୍ପର ବିରୋଧୀ ବିଜ୍ଞପ୍ତି ପ୍ରକାଶକୁ ନେଇ ସ୍ୱାଭାବିକ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ନେଇ କମ୍ପାନୀର ମତ ପରିବର୍ତ୍ତନ ପଛରେ ଚାପ ପଡ଼ିଥିବା ଶିଳ୍ପ ସମୀକ୍ଷକମାନେ ମତ ଦେଉଛନ୍ତି ଗତକାଲି କମ୍ପାନୀ ସ୍ଥାନାନ୍ତର ସୂଚନା ଦେଇଥିବାବେଳେ ଗୋଟିଏ ଦିନ ମଧ୍ୟରେ କମ୍ପାନୀ ନିଜ ନିଷ୍ପତ୍ତିରୁ ଓହରିଯିବାକୁ ନେଇ ସାଧାରଣରେ ସଂଶୟ ପ୍ରକାଶ ପାଇଛି। ପୂର୍ବରୁ ଆର୍ସେଲର ନିପ୍ପନ- ମିତ୍ତଲ ଓ ଜେଏସଡବ୍ଲ୍ୟୁ ପ୍ରକଳ୍ପ ପ୍ରତିଷ୍ଠା ସ୍ୱପ୍ନ ଧିରେ ଧିରେ ଘୁଞ୍ଚି ଘୁଞ୍ଚି ଯାଉଛି। ଏପରିକି ଆର୍ସେଲର-ମିତ୍ତଲ ପ୍ରକଳ୍ପ ପଡେ଼ାଶୀ ଆନ୍ଧ୍ର ପ୍ରଦେଶରେ ହେବା ଏକପ୍ରକାର ନିଶ୍ଚିତ କୁହାଯାଉଥିବା ବେଳେ ସେଠାରେ ଜମି ଅଧିଗ୍ରହଣ କାମ ଜାରି ରହିଛି। ସେହିପରି ଜେଏସଡବ୍ଲ୍ୟୁର ଇଭି ପ୍ରକଳ୍ପ ମଧ୍ୟ ମହାରାଷ୍ଟ୍ରକୁ ସ୍ଥାନାନ୍ତରଣ ହୋଇଥିବା ନେଇ କୁହାଯାଉଛି। ଏବେ ପୁଣି ଆଉ ଏକ ବଡ଼ ଶିଳ୍ପ ଓଡ଼ିଶାରୁ ଚାଲିଯିବା ନିମନ୍ତେ ଆଗ୍ରହ ପ୍ରକାଶ କରିବା ସ୍ୱାଭାବିକ ରାଜ୍ୟର ଶିଳ୍ପ ବାତାବରଣକୁ ପ୍ରଶ୍ନଘେରରେ ଠିଆ କରିଛି।

ଆହୁରି ପଢ଼ନ୍ତୁ: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ ମାମଲା: ଗିରଫ ହେଲେ ସାତକୋଶିଆ DFO ଅଫିସ୍‌ର ବରିଷ୍ଠ ସହାୟକ ଅଜୟ ନାୟକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର