କମିଶନରେଟ ପୋଲିସ ପଞ୍ଝାରେ ୨ ଚୋରା ବନ୍ଧୁକ ବେପାରୀ, ୧୧ ମାଉଜର ଜବତ

Madhusudan Das Picture
Published On

ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧିଙ୍କୁ ମାଡି ବସିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ୧୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ, ଜୀବନ୍ତ ଗୁଳି, କାର ଓ ମୋବାଇଲ ଫୋନ ଜବତ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଂଚଳରେ । ବେଆଇନ ବନ୍ଧୁକ ଚାଲାଣ ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଏଇ କିଛି ଦିନ ମଧ୍ୟରେ ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ୭୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଇନିଂ ବକେୟା ଆଦାୟ ପାଇଁ ସମ୍ପତ୍ତି ବ୍ୟାଜ୍ୟାପ୍ତି ପ୍ରକ୍ରିୟା ଆରମ୍ଭ

ସୂଚନା ଅନୁସାରେ, ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।  ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା ।  ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।  ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଲଜ୍ଜା: ଚାକିରି ଦେବାକୁ କହି ପାର୍ଲରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

06 Dec 2025 By Madhusudan Das

କମିଶନରେଟ ପୋଲିସ ପଞ୍ଝାରେ ୨ ଚୋରା ବନ୍ଧୁକ ବେପାରୀ, ୧୧ ମାଉଜର ଜବତ

ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧିଙ୍କୁ ମାଡି ବସିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ୧୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ, ଜୀବନ୍ତ ଗୁଳି, କାର ଓ ମୋବାଇଲ ଫୋନ ଜବତ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଂଚଳରେ । ବେଆଇନ ବନ୍ଧୁକ ଚାଲାଣ ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଏଇ କିଛି ଦିନ ମଧ୍ୟରେ ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ, ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।  ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା ।  ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।  ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର