କମିଶନରେଟ ପୋଲିସ ପଞ୍ଝାରେ ୨ ଚୋରା ବନ୍ଧୁକ ବେପାରୀ, ୧୧ ମାଉଜର ଜବତ

Madhusudan Das Picture
Published On

ଭୁବନେଶ୍ୱର: ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ୨ କୁଖ୍ୟାତ ଅପରାଧିଙ୍କୁ ମାଡି ବସିଲା କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ସେମାନଙ୍କ ନିକଟରୁ ୧୦ରୁ ଅଧିକ ସେମି ଅଟୋମେଟିକ ପିସ୍ତଲ ସହ ଗୋଟିଏ କାର୍ବାଇନ, ଜୀବନ୍ତ ଗୁଳି, କାର ଓ ମୋବାଇଲ ଫୋନ ଜବତ । ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରୁ ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ ।  ୨ ବନ୍ଧୁକ ମାଫିଆଙ୍କ ଘର ଅନୁଗୁଳ ଅଂଚଳରେ । ବେଆଇନ ବନ୍ଧୁକ ଚାଲାଣ ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଏଇ କିଛି ଦିନ ମଧ୍ୟରେ ୪ଟି ମାମଲା ରୁଜୁ କରି ୮ ଜଣ କୁଖ୍ୟାତ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି ।

ଆହୁରି ପଢ଼ନ୍ତୁ: ଅନ୍ଧାରରେ ପୂଜା ପାଉଛନ୍ତି ମା’ ତାରାତାରିଣୀ; ତିକ୍ତ ଅନୁଭୂତି ନେଇ ଫେରୁଛନ୍ତି ଶ୍ରଦ୍ଧାଳୁ

ସୂଚନା ଅନୁସାରେ, ଏକ କାର୍ ଯୋଗେ ବନ୍ଧୁକ ବିହାରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା । ଏ ସଂପର୍କରେ ଗୁଇନ୍ଦା ସୁତ୍ରରୁ ଖବର ପାଇ ଚଢାଉ କରିଥିଲା କମିଶନରେଟ୍ ପୋଲିସ । ପୋଲିସକୁ ଦେଖି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା କାର୍ ।  ହେଲେ ଉକ୍ତ କାରର ପିଛା କରି ପୋଲିସ ଶେଷରେ କାବୁ କରିଥିଲା ।  ୨ ଜଣ ବନ୍ଧୁକ ବେପାରୀଙ୍କୁ ଗିରଫ କରି ପଚରାଉଚରା ଜାରି ରହିଛି ।  ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ସେନେଇ ଛାନଭିନ୍ ଜାରି ରଖିଛି କମିଶନରେଟ ପୋଲିସ ।

ଆହୁରି ପଢ଼ନ୍ତୁ: ଦୈନିକ ‘ସକାଳ’ର ୫ମ ସ୍ୱନକ୍ଷତ୍ର ଅବସରରେ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା: ବରିଷ୍ଠରେ ଶାଶ୍ୱତୀ, କନିଷ୍ଠରେ ଶୁଭମ୍‌ ପ୍ରଥମ

Join Us @ WhatsApp

About The Author

Google News
Join Us @ WhatsApp