ପିଲାଙ୍କ ବସ୍ତାନି; ଅଭିଭାବକଙ୍କ ପାଇଁ ବୋଝ

The Sakala Picture
Published On

ଭୁବନେଶ୍ୱର: ଅଭିଭାବକଙ୍କୁ ଶୋଷଣ କରୁଛନ୍ତି ଘରୋଇ ବିଦ୍ୟାଳୟ। ବିଶେଷ କରି ଇଂରାଜୀ ବିଦ୍ୟାଳୟଗୁଡ଼ିକର ମନମାନୀ ବଢ଼଼ୁଛି। ବଜାର ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ ବହି ବିକ୍ରି କରୁଛନ୍ତି। କେବଳ ବହି ନୁହେଁ ତାସହ ଖାତା, ଡ୍ରଇଂ ବହି, ପେନସିଲ୍‌‌, ରବର ପରି ବହୁ ସାଗ୍ରୀ ନେବାକୁ ବାଧ୍ୟ କରୁଛନ୍ତି। ପିଲାଙ୍କୁ ପଢ଼଼ାଉଛନ୍ତି ଯେତେବେଳେ ଅଭିଭାବକ ମଧ୍ୟ ଏସବୁ ନେବାକୁ ବାଧ୍ୟ। କେବେକେବେ ଅସନ୍ତୋଷ ପ୍ରକାଶ କରୁଥିଲେ ବି କୌଣସି ସୁଫଳ ମିଳୁନି। କାଁ ଭାଁ ସରକାରୀ ଅଧିକାରୀମାନେ ଯାଞ୍ଚ […]

ଭୁବନେଶ୍ୱର: ଅଭିଭାବକଙ୍କୁ ଶୋଷଣ କରୁଛନ୍ତି ଘରୋଇ ବିଦ୍ୟାଳୟ। ବିଶେଷ କରି ଇଂରାଜୀ ବିଦ୍ୟାଳୟଗୁଡ଼ିକର ମନମାନୀ ବଢ଼଼ୁଛି। ବଜାର ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ ବହି ବିକ୍ରି କରୁଛନ୍ତି। କେବଳ ବହି ନୁହେଁ ତାସହ ଖାତା, ଡ୍ରଇଂ ବହି, ପେନସିଲ୍‌‌, ରବର ପରି ବହୁ ସାଗ୍ରୀ ନେବାକୁ ବାଧ୍ୟ କରୁଛନ୍ତି। ପିଲାଙ୍କୁ ପଢ଼଼ାଉଛନ୍ତି ଯେତେବେଳେ ଅଭିଭାବକ ମଧ୍ୟ ଏସବୁ ନେବାକୁ ବାଧ୍ୟ। କେବେକେବେ ଅସନ୍ତୋଷ ପ୍ରକାଶ କରୁଥିଲେ ବି କୌଣସି ସୁଫଳ ମିଳୁନି। କାଁ ଭାଁ ସରକାରୀ ଅଧିକାରୀମାନେ ଯାଞ୍ଚ କରୁଥିଲେ ବି ପ୍ରଭାବଶୂନ୍ୟ। ଫଳରେ ପିଲାଙ୍କ ବସ୍ତାନୀ ଏବେ ଅଭିଭାବକଙ୍କୁ ଆର୍ଥିକ ବୋଝ ହେଉଛି।

ଆହୁରି ପଢ଼ନ୍ତୁ: ଜୁଲାଇ ୧ରୁ ଓଡ଼ିଶାର ସମସ୍ତ ସରକାରୀ ସ୍କୁଲରେ ଗଠନ ହେବ ନୂଆ ପରିଚାଳନା କମିଟି

ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ପଢ଼଼ୁଥିବା ପିଲାଙ୍କୁ ‘ଆର୍ଟ ଆଣ୍ଡ କ୍ରାଫ୍ଟ ୱିଥ୍‌‌ ଡିସନି’ ବହି ଦିଆଯାଉଛି। ଏଥିପାଇଁ ୪୬୪ଟଙ୍କା ନେଉଛନ୍ତି ସ୍କୁଲ୍‌‌ କର୍ତ୍ତୃପକ୍ଷ। ହେଲେ ଏହାର ବଜାର ମୂଲ୍ୟ ମାତ୍ର ୧୬୦ରୁ ୧୮୦ ଟଙ୍କା। ଅର୍ଥାତ୍‌‌ ଅଢ଼େଇଗୁଣରୁ ଅଧିକ ଟଙ୍କା ନେଉଛନ୍ତି। ସେହିପରି ଅନ୍ୟ ପଢ଼଼ା ବହିଗୁଡ଼ିକ ମଧ୍ୟ ପ୍ରାୟ ଦୁଇଗୁଣା ଦର ନିଆଯାଉଛି। ବହି ସହିତ ୫ଟି ଖାତା ମଧ୍ୟ ଦିଆଯାଉଛି। ଯେଉଁ ଗୁଡ଼ିକର ବଜାର ମୂଳ୍ୟ ୪୦ ଟଙ୍କା ତାକୁ ୬୭ଟଙ୍କା ନିଆଯାଉଛି। କେବଳ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବହି ବାବଦକୁ ବର୍ଷ ଆରମ୍ଭରେ ୬୬୨୩ ଟଙ୍କା ଦେବାକୁ ପଡ଼ୁଛି। ଭୁବନେଶ୍ୱରର ଏକ ନାମକରା ଇଂରାଜୀ ବିଦ୍ୟାଳୟର ଫି’କୁ ଅନୁଧ୍ୟାନ କଲେ ପ୍ରାୟ ଅଢ଼େଇଗୁଣା ଅଧିକ ଅର୍ଥ ନେଉଥିବା ସ୍ପଷ୍ଟ।

ଆହୁରି ପଢ଼ନ୍ତୁ: ଅକ୍ଟୋବର ସୁଦ୍ଧା ଶେଷ ହେବ ଓଡ଼ିଶା SI ପରୀକ୍ଷା ୨୦୨୬, ସୂଚନା ଦେଲେ OUSSSC ଅଧ୍ୟକ୍ଷ

ସେହିପରି ବର୍ଷକୁ ବର୍ଷ ବଦଳୁଥିବା ପୋଷାକ ମଧ୍ୟ ଅଭିବାବକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରଥମ ଶ୍ରେଣୀ ପଢ଼଼ୁଥିବା ବେଳେ ପ୍ରାୟ ୭ହଜାର ଟଙ୍କା ଦେଇ କିଣାଯାଇଥିବା ପୋଷାକ ଦ୍ୱିତୀୟ ଶ୍ରେଣୀରେ ବଦଳି ଯାଉଛି। ସ୍କୁଲ୍‌‌ ବ୍ୟାଗ୍‌‌ ବାଧ୍ୟତାମୂଳକ କରାଯାଉଥିବାବେଳେ ତାହା କମ୍‌‌ ଦିନରେ ଚିରି ଯାଉଛି। ନିମ୍ନ ମାନର ବ୍ୟାଗ୍‌‌ ପାଇଁ ବର୍ଷକୁ ୨ଟି ବ୍ୟାଗ୍‌‌ ଆବଶ୍ୟକ ହେଉଛି। ପୋଷାକ ସହ ଜୋତା ମୋଜା ଓ ଜ୍ୟାକେଟ୍‌‌ ରଙ୍ଗ ମଧ୍ୟ ବଦଳିଯାଉଥିବାରୁ ପ୍ରତିବର୍ଷ କେବଳ ପିଲାଙ୍କ ପରିଧାନ ପାଇଁ ୧୦ହଜାର ଦେବାକୁ ପଡ଼ୁଛି। ଅପରପକ୍ଷରେ ପି. ସ୍ୱାଇଁ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ନାମଲେଖା ସମୟରେ ବହି ଓ ପୋଷାକ ବାବଦକୁ କୌଣସି ସୂଚନା ଦିଆଯାଉନାହିଁ। ପର୍ଯ୍ୟାୟକ୍ରମେ ଏସବୁ କହୁଥିବାରୁ ଅର୍ଥ ଦେବାକୁ ବାଧ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀମାନେ ଏସବୁ ବିଷୟରେ ନିୟମିତ ଯାଞ୍ଚ କରିବା ସହ ବହି ଓ ପୋଷାକର ନିର୍ଦ୍ଧିଷ୍ଟ ଦର ଧାର୍ଯ୍ୟ କରିବାକୁ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ବିଭ୍ରାନ୍ତିକର ବିଜ୍ଞାପନ ମାମଲା: ହ୍ରିତିକ ରୋଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ଓଡ଼ିଶା ଖାଉଟି କମିଶନ

07 May 2025 By The Sakala

ପିଲାଙ୍କ ବସ୍ତାନି; ଅଭିଭାବକଙ୍କ ପାଇଁ ବୋଝ

ଭୁବନେଶ୍ୱର: ଅଭିଭାବକଙ୍କୁ ଶୋଷଣ କରୁଛନ୍ତି ଘରୋଇ ବିଦ୍ୟାଳୟ। ବିଶେଷ କରି ଇଂରାଜୀ ବିଦ୍ୟାଳୟଗୁଡ଼ିକର ମନମାନୀ ବଢ଼଼ୁଛି। ବଜାର ଦରଠାରୁ ଅଢ଼େଇଗୁଣ ଅଧିକ ଦରରେ ବହି ବିକ୍ରି କରୁଛନ୍ତି। କେବଳ ବହି ନୁହେଁ ତାସହ ଖାତା, ଡ୍ରଇଂ ବହି, ପେନସିଲ୍‌‌, ରବର ପରି ବହୁ ସାଗ୍ରୀ ନେବାକୁ ବାଧ୍ୟ କରୁଛନ୍ତି। ପିଲାଙ୍କୁ ପଢ଼଼ାଉଛନ୍ତି ଯେତେବେଳେ ଅଭିଭାବକ ମଧ୍ୟ ଏସବୁ ନେବାକୁ ବାଧ୍ୟ। କେବେକେବେ ଅସନ୍ତୋଷ ପ୍ରକାଶ କରୁଥିଲେ ବି କୌଣସି ସୁଫଳ ମିଳୁନି। କାଁ ଭାଁ ସରକାରୀ ଅଧିକାରୀମାନେ ଯାଞ୍ଚ କରୁଥିଲେ ବି ପ୍ରଭାବଶୂନ୍ୟ। ଫଳରେ ପିଲାଙ୍କ ବସ୍ତାନୀ ଏବେ ଅଭିଭାବକଙ୍କୁ ଆର୍ଥିକ ବୋଝ ହେଉଛି।

ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦ୍ୱିତୀୟ ଶ୍ରେଣୀ ପଢ଼଼ୁଥିବା ପିଲାଙ୍କୁ ‘ଆର୍ଟ ଆଣ୍ଡ କ୍ରାଫ୍ଟ ୱିଥ୍‌‌ ଡିସନି’ ବହି ଦିଆଯାଉଛି। ଏଥିପାଇଁ ୪୬୪ଟଙ୍କା ନେଉଛନ୍ତି ସ୍କୁଲ୍‌‌ କର୍ତ୍ତୃପକ୍ଷ। ହେଲେ ଏହାର ବଜାର ମୂଲ୍ୟ ମାତ୍ର ୧୬୦ରୁ ୧୮୦ ଟଙ୍କା। ଅର୍ଥାତ୍‌‌ ଅଢ଼େଇଗୁଣରୁ ଅଧିକ ଟଙ୍କା ନେଉଛନ୍ତି। ସେହିପରି ଅନ୍ୟ ପଢ଼଼ା ବହିଗୁଡ଼ିକ ମଧ୍ୟ ପ୍ରାୟ ଦୁଇଗୁଣା ଦର ନିଆଯାଉଛି। ବହି ସହିତ ୫ଟି ଖାତା ମଧ୍ୟ ଦିଆଯାଉଛି। ଯେଉଁ ଗୁଡ଼ିକର ବଜାର ମୂଳ୍ୟ ୪୦ ଟଙ୍କା ତାକୁ ୬୭ଟଙ୍କା ନିଆଯାଉଛି। କେବଳ ଦ୍ୱିତୀୟ ଶ୍ରେଣୀ ପିଲାଙ୍କ ବହି ବାବଦକୁ ବର୍ଷ ଆରମ୍ଭରେ ୬୬୨୩ ଟଙ୍କା ଦେବାକୁ ପଡ଼ୁଛି। ଭୁବନେଶ୍ୱରର ଏକ ନାମକରା ଇଂରାଜୀ ବିଦ୍ୟାଳୟର ଫି’କୁ ଅନୁଧ୍ୟାନ କଲେ ପ୍ରାୟ ଅଢ଼େଇଗୁଣା ଅଧିକ ଅର୍ଥ ନେଉଥିବା ସ୍ପଷ୍ଟ।

ସେହିପରି ବର୍ଷକୁ ବର୍ଷ ବଦଳୁଥିବା ପୋଷାକ ମଧ୍ୟ ଅଭିବାବକଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି। ପ୍ରଥମ ଶ୍ରେଣୀ ପଢ଼଼ୁଥିବା ବେଳେ ପ୍ରାୟ ୭ହଜାର ଟଙ୍କା ଦେଇ କିଣାଯାଇଥିବା ପୋଷାକ ଦ୍ୱିତୀୟ ଶ୍ରେଣୀରେ ବଦଳି ଯାଉଛି। ସ୍କୁଲ୍‌‌ ବ୍ୟାଗ୍‌‌ ବାଧ୍ୟତାମୂଳକ କରାଯାଉଥିବାବେଳେ ତାହା କମ୍‌‌ ଦିନରେ ଚିରି ଯାଉଛି। ନିମ୍ନ ମାନର ବ୍ୟାଗ୍‌‌ ପାଇଁ ବର୍ଷକୁ ୨ଟି ବ୍ୟାଗ୍‌‌ ଆବଶ୍ୟକ ହେଉଛି। ପୋଷାକ ସହ ଜୋତା ମୋଜା ଓ ଜ୍ୟାକେଟ୍‌‌ ରଙ୍ଗ ମଧ୍ୟ ବଦଳିଯାଉଥିବାରୁ ପ୍ରତିବର୍ଷ କେବଳ ପିଲାଙ୍କ ପରିଧାନ ପାଇଁ ୧୦ହଜାର ଦେବାକୁ ପଡ଼ୁଛି। ଅପରପକ୍ଷରେ ପି. ସ୍ୱାଇଁ ନାମକ ଜଣେ ଅଭିଭାବକ କହିଛନ୍ତି ଯେ ନାମଲେଖା ସମୟରେ ବହି ଓ ପୋଷାକ ବାବଦକୁ କୌଣସି ସୂଚନା ଦିଆଯାଉନାହିଁ। ପର୍ଯ୍ୟାୟକ୍ରମେ ଏସବୁ କହୁଥିବାରୁ ଅର୍ଥ ଦେବାକୁ ବାଧ୍ୟ ହେଉଥିବା ସେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀମାନେ ଏସବୁ ବିଷୟରେ ନିୟମିତ ଯାଞ୍ଚ କରିବା ସହ ବହି ଓ ପୋଷାକର ନିର୍ଦ୍ଧିଷ୍ଟ ଦର ଧାର୍ଯ୍ୟ କରିବାକୁ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର