ଗତକାଲି ଗୁରୁବାର ଥିବାରୁ ଆଜି ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼....

Deviprasad Mohanty Picture
Published On

ଭୁବନେଶ୍ବର: ସରିଛି ପବିତ୍ର କାର୍ତ୍ତିକ ମାସ। ଗତକାଲି ଗୁରୁବାର ଥିବାରୁ ଆଜି ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ କରିଛନ୍ତି ରାଜ୍ଯବାସୀ। ଏଥିପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି। 

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍‌ଭେଜ୍ ଟ୍ରେଡସ୍ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍ ମୁନ୍‌ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ମଟନ ବିକ୍ରି ଖୁବ୍‌ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରଖିଥିବା ବେଳେ ସେ ନେଇ ଆମିଷ ବରାଦ ବି କରିସାରିଛୁ।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

07 Nov 2025 By Deviprasad Mohanty

ଗତକାଲି ଗୁରୁବାର ଥିବାରୁ ଆଜି ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼....

ଭୁବନେଶ୍ବର: ସରିଛି ପବିତ୍ର କାର୍ତ୍ତିକ ମାସ। ଗତକାଲି ଗୁରୁବାର ଥିବାରୁ ଆଜି ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ କରିଛନ୍ତି ରାଜ୍ଯବାସୀ। ଏଥିପାଇଁ ଆଜି ସାରା ରାଜ୍ୟର ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ସକାଳୁ ସକାଳୁ ଭୁବନେଶ୍ବର, କଟକ ସମେତ ରାଜ୍ୟରେ ବିଭିନ୍ନ ଆମିଷ ବଜାରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟି ରଖି ମାର୍କେଟରେ ମଟନ, ଚିକେନ୍ , ମାଛ , ଚିଙ୍ଗୁଡି ଆଦି ବିଭିନ୍ନ ପ୍ରକାରର ଆମିଷ ବିକ୍ରି ହେଉଛି। ଚାହିଦା ଅନୁସାରେ ଆଜି ଦାମ୍ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ରହିଛି। ସକାଳୁ ସକାଳୁ ଭୁବନେଶ୍ବର ସ୍ଥିତ ୪ନମ୍ବର ମାର୍କେଟରେ ଲାଗିଛି ନାହିଁ ନଥିବା ଭିଡ଼।

ଆଜି ରାଜଧାନୀରେ ରୋହି ମାଛ ୨୦୦ରୁ ଅଢ଼େଇଶ, ଇଲିସିର ଦର କିଲୋ ପ୍ରତି ୧୮୦୦, କଙ୍କଡ଼ା ୧୨୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି। କଟକରେ ବି ଦର ସମାନ ରହିଛି। ତେବେ ମଟନ୍ ଦର ଭିନ୍ନ ଭିନ୍ନ ସ୍ଥାନରେ ଟିକେ ତଳ ଉପର ରହିଛି। ମଟନ କିଲୋ ପ୍ରତି ୭୫୦ରୁ ୯୦୦ ଟଙ୍କା ରହିଛି। 

ଆମିଷ ବଜାରର ସୂଚନା ମୁତାବକ, ଏଥର ଛାଡ଼ଖାଇରେ ମାଛର ଚାହିଦା ବେଶି ରହିବ। ପାଖାପାଖି ଅଢ଼େଇ କୋଟିରୁ ଅଧିକ ଟଙ୍କାର କେବଳ ମାଛ, ଚିଙ୍ଗୁଡ଼ି, କଙ୍କଡ଼ା ବିକ୍ରି ହେବ ବୋଲି ମାଛ ବେପାରୀ ଆଶାବାଦୀ ରହିଛନ୍ତି। ସେହିଭଳି ରାଜଧାନୀରେ ୨ ହଜାର କେଜି ଛେଳି ମାଂସ ଓ ୫୦ କୁଇଣ୍ଟାଲ କୁକୁଡ଼ା ମାଂସ ବିକ୍ରି ହେବ ବୋଲି ଆକଳନ କରାଯାଇଛି। ଅଲ୍ ଓଡ଼ିଶା ନନ୍‌ଭେଜ୍ ଟ୍ରେଡସ୍ ଫେଡେରେସନ୍‌ର ରାଜ୍ୟ ସଭାପତି ଶେଖ୍ ମୁନ୍‌ତାକିମ୍ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମିଷ ବେପାରୀଙ୍କ ବେପାରର ମହାପର୍ବ। ଶୁକ୍ରବାର ଛାଡ଼ଖାଇ ପାଳନ ହେଉଥିବାରୁ ମଟନ ବିକ୍ରି ଖୁବ୍‌ ଜମିବ। ପ୍ରତିବର୍ଷ ଛାଡ଼ଖାଇରେ ୪ କୋଟି ଟଙ୍କାର ମଟନ ବିକ୍ରି ହେଉଥିବା ବେଳେ ଏ ବର୍ଷ ଏହା ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। ତେବେ ମାଛ, ମାଂସ, କଙ୍କଡ଼ା ଆଦିରୁ ଏଥର ୫ରୁ ୭ କୋଟି ଟଙ୍କାର ବେପାର ହେବା ନେଇ ଆମେ ଆଶା ରଖିଥିବା ବେଳେ ସେ ନେଇ ଆମିଷ ବରାଦ ବି କରିସାରିଛୁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର