ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, କାଲି ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିଲା କାର୍

Madhusudan Das Picture
Published On

ଜଗତପୁର: ବିରୂପା ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ପ୍ରାୟ ୧୬ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ନିଖୋଜ ଥିବା ଯୁବକ ଅତୁଲ ସାହୁ ଓରଫ ଉଦିତଙ୍କ ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଗତକାଲି ଭାରସାମ୍ୟ ହରାଇ ବିରୂପା ନଦୀକୁ ଖସିପଡ଼ିଥିଲା କାର୍ । ଜଣକୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣେ ଯୁବକ ନିଖୋଜ ଥିଲେ। ଆଜି ସକାଳୁ ସର୍ଚ୍ଚ ଅପରେସନ ପରେ ତାଙ୍କର ମୃତଦେହ ନଦୀରୁ ମିଳିଛି। 

ଆହୁରି ପଢ଼ନ୍ତୁ: ଗରିବଙ୍କ ପାଇଁ ଅଧରାତି ପର୍ଯ୍ୟନ୍ତ ଚାଲିବ ସୁପ୍ରିମକୋର୍ଟ: ସିଜେଆଇ

ସୂଚନାଯୋଗ୍ୟ, ବୁଧବାର ଜଗତପୁର ଥାନା ଅନ୍ତର୍ଗତ ବିରୂପା ନଦୀ କୂଳରେ ଘଟିଥିଲା ଏଭଳି ଅଘଟଣ । ବ୍ୟାଟେରୀ ଚାଳିତ ଧଳା ରଙ୍ଗର କାର୍ ଭାରସାମ୍ୟ ହରାଇ ସ୍ଥାନୀୟ ଆଇବି ରୋଡ ସ୍ଥିତ ଡାକବଙ୍ଗଳା ପାଶ୍ୱର୍ ଫକୀରପୁର(ପଣ୍ଡାସାହି) ନିକଟରେ ବିରୂପା ନଦୀକୁ ପଶିଯାଇଥିଲା । କାରରେ ଥିବା ଦୁଇ ଜଣ ଯୁବକଙ୍କ ମଧ୍ୟରୁ ଜଣେ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ କାର୍ ସହ ପାଣିରେ ନିଖୋଜ ହୋଇଯାଇଥିଲେ । ପାଖାପାଖି ସାଢ଼େ ୫ ଘଣ୍ଟାର ଅପରେସନ୍ ପରେ ଗାଡ଼ିଟି ବାହାରକୁ ବାହାର କରାଯାଇଥିଲା, କିନ୍ତୁ ଯୁବକଙ୍କ ପତ୍ତା ମିଳି ନଥିଲା । ଆଜି ସକାଳୁ ପୁଣିଥରେ ଉଦ୍ଧାରୀକାରୀ ଟିମ୍ ନଦୀ ଭିତରେ ଖୋଜାଖୋଜି କରି ଉଦିତଙ୍କ ମୃତ ଶରୀରକୁ ଉଦ୍ଧାର କରିଛି । ପୁଲିସ ଉଦିତଙ୍କ ମୃତଦେହ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ୨୦ ହଜାର ୧୫୦ ଅଙ୍ଗନବାଡ଼ିର ନାହିଁ ନିଜସ୍ବ ଗୃହ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Join Us @ WhatsApp

About The Author

Google News
Join Us @ WhatsApp