ଆଜିଠାରୁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା

The Sakala Picture
Published On

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ। ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା। ହେଲେ ବାତ୍ଯା ଦାନା ନେଇ ସଙ୍କେତ ମିଳିଥିବାରୁ ତାରିଖ ପରିବର୍ତ୍ତନ କରିଥିଲା ଦଳ। ଯେଉଁ ସବୁ ସ୍ଥାନରେ ବାତ୍ୟାର ପ୍ରଭାବ ନଥିଲା, ସେଠାରେ ପୂର୍ବ ସୂଚୀ ଅନୁସାରେ ପଦଯାତ୍ରା ଜାରି ରହିଛି। ଗାନ୍ଧୀ ଜୟନ୍ତୀ […]

ଭୁବନେଶ୍ବର: ଆଜିଠାରୁ ଆସନ୍ତା ୭ ତାରିଖ ଯାଏଁ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ଜନସଂପର୍କ ପଦଯାତ୍ରା । ବିଭିନ୍ନ ବ୍ଲକ ଓ ସାଂଗଠନିକ ଜିଲ୍ଲାରେ ଆରମ୍ଭ ହେବ ଅଭିଯାନ। ପୂର୍ବରୁ ଅକ୍ଟୋବର ୨୧ରୁ ୩୦ ଯାଏ ଦ୍ବିତୀୟ ପର୍ଯ୍ୟାୟ ପଦଯାତ୍ରା ସ୍ଥିରୀକୃତ ହୋଇଥିଲା। ହେଲେ ବାତ୍ଯା ଦାନା ନେଇ ସଙ୍କେତ ମିଳିଥିବାରୁ ତାରିଖ ପରିବର୍ତ୍ତନ କରିଥିଲା ଦଳ। ଯେଉଁ ସବୁ ସ୍ଥାନରେ ବାତ୍ୟାର ପ୍ରଭାବ ନଥିଲା, ସେଠାରେ ପୂର୍ବ ସୂଚୀ ଅନୁସାରେ ପଦଯାତ୍ରା ଜାରି ରହିଛି। ଗାନ୍ଧୀ ଜୟନ୍ତୀ ଅବସରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଦଳୀୟ ସଭାପତି ନବୀନ ପଟ୍ଟନାୟକ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ବେହାଲ ମୟୂରଭଞ୍ଜ; ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବନ୍ୟାଜଳରେ ବିଚ୍ଛିନ୍ନ ଅନେକ ଅଞ୍ଚଳ

ଜନସେବା ଓ ସମର୍ପଣ ମନୋଭାବକୁ ଗୁରୁତ୍ବ ଦେବା ସହ ବିଜେପି ସରକାରର ମିଛ ପ୍ରତିଶୃତି ବିରୋଧରେ ବର୍ଷିଥିଲେ ନବୀନ। ସେ ନିଜ ସମୟର ଓଡ଼ିଶା ବିକାଶର ରିପୋର୍ଟ ଜନସାଧାରଣଙ୍କ ଆଗରେ ରଖିଥିଲେ । ସେହିପରି ବିଜେପିର ମିଛ କଥାର ପୋଲ୍ ଖୋଲି ଏହି ବାର୍ତ୍ତାକୁ ପଦଯାତ୍ରା ମାଧ୍ୟମରେ ଘରେ ଘରେ ପହଞ୍ଚାଇବାକୁ ନବୀନ ନିଜ ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ମିଳିବ ବକେୟା ଥିବା ଭତ୍ତା: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ପଦଯାତ୍ର ଉଦଘାଟନ ଦିନ ହିଁ ଏକାମ୍ର ଭୁବନେଶ୍ବରରେ ଦେଖିବାକୁ ମିଳିଥିଲା ନବୀନ କ୍ରେଜ। କ୍ଷମତାରେ ନଥିଲେ ବି ଜନସେବା ଜାରି ରଖିବାକୁ ଉଦବୋଧନ ଦେଇ ସମସ୍ତଙ୍କ ହୃଦୟ ଜିତିଥିଲେ ନବୀନ। ପଦଯାତ୍ରା ଜରିଆରେ ବି ଚାଲିଛି ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ । ତ୍ୟାଗ ଓ ସେବାର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ବିଜୁ ଜନତା ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା। ଏହା ଦୁଇ ମାସ ଧରି ଚାଲିବ । ଏଥର ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ ଲକ୍ଷ୍ଯ ରଖିଛି ବିଜେଡି।

ଆହୁରି ପଢ଼ନ୍ତୁ: MMDR ସଂଶୋଧନ ବିରୋଧରେ ରାୟଗଡରେ ବିଜେଡିର ବିଶାଳ ବିକ୍ଷୋଭ, ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ପ୍ରଦାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର