ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ବିଧାୟକ ଦଳ ବୈଠକରେ ନବୀନଙ୍କ ଉଦ୍‌ବେଗ

ବିଧାନସଭାରେ ସାଧାରଣ ଲୋକଙ୍କ ସ୍ୱର ସାଜିବାକୁ ଦଳୀୟ ବିଧାୟକଙ୍କୁ ସୁପ୍ରିମୋଙ୍କ ପରାମର୍ଶ

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋକଙ୍କ ବିଭିନ୍ନ ସମସ୍ୟା ଏବଂ ସରକାରଙ୍କ ଅପାରଗତାକୁ ବିଜେଡି ଶାଣିତ ସ୍ୱରରେ ଗୃହରେ ଉପସ୍ଥାପନ କରିବ। ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ସାଂପ୍ରଦାୟିକ  ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ଜାଲିଆତି ପ୍ରସଙ୍ଗରେ ସରକାରଙ୍କଠାରୁ ଦଳ ଜବାବ୍‌ ମାଗିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ପ୍ରମୁଖ ବିରୋଧୀ ଦଳ ଭାବେ ପ୍ରତିଟି ବିଧାୟକ ଗୃହରେ ସାଧାରଣ ଲୋକଙ୍କ ସ୍ୱର ସାଜିବାକୁ ନବୀନ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୮ ତାରିଖରୁ ହେବ ବାହାର ରତ୍ନଭଣ୍ଡାର ଗଣତିମଣତି: ଆଇନ ମନ୍ତ୍ରୀ

ବୁଧବାର ସନ୍ଧ୍ୟାରେ ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛି। ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝର ସଦରଠାରୁ ଆରମ୍ଭ କରି ଖୋର୍ଦ୍ଧା, ବାଘମାରୀ ଓ କଟକ ଏସସିବି ମେଡିକାଲରେ ନିକଟରେ ଘଟି ଯାଇଥିବା ନାରୀ ନିର୍ଯାତନା ଘଟଣା ଅତ୍ୟନ୍ତ ପୀଡ଼ା ଦାୟକ। ଏଭଳି ସମ୍ୱେଦନଶୀଳ ଘଟଣା ସରକାରଙ୍କର ଅପାରଗତାକୁ ପଦାରେ ପକାଇଛି। ଏତେ ଘଟଣା ପରେ ଏ ସରକାରର ନିଦ କେବେ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ସେହିପରି ଶାନ୍ତି ଓ ସଦଭାବ ପାଇଁ ସୁନାମ ଥିବା ଓଡ଼ିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ି ଚାଲିଥିବା ବେଦନାଦାୟକ ବୋଲି କ୍ଷୋଭ ପ୍ରକାଶ କରିଥିଲେ ନବୀନ। ଗତ ୧୮ ମାସ ଭିତରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ଅବନତି ଘଟିଛି । କଟକ ସହରରେ ଦୁର୍ଗାପୂଜା ସମୟରେ ଘଟି ଯାଇଥିବା ଦଙ୍ଗା ଓଡ଼ିଶାର ମୁଣ୍ଡ ତଳକୁ କରିଦେଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। 

ଆହୁରି ପଢ଼ନ୍ତୁ: ସରକାର ଓ ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ: 'କ୍ରସ୍‌ ଭୋଟିଂ ନ କରିବାରୁ ବିଜେଡି ବିଧାୟିକାଙ୍କୁ ନିର୍ଯାତନା'

ସେ ପୁଣି କହିଥିଲେ ଯେ ରାଜ୍ୟରେ ଚାଷୀ ଓ ମହିଳାମାନେ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି। ସରକାର ନା ଚାଷୀଙ୍କୁ ଠିକ୍‌ ସମୟରେ ସାର ଯୋଗାଇ ପାରୁଛନ୍ତି, ନା ମିଶନ ଶକ୍ତି ମା’ ମାନଙ୍କୁ ଋଣ ସହାୟତା ଦେଇ ପାରୁଛନ୍ତି । ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ସରକାରଙ୍କର ଉଦାସୀନତାର ଦୃଢ଼ ବିରୋଧ କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ ଚାଷୀ, ମହିଳା ଓ ଯୁବ ବର୍ଗର ବିରୋଧୀ ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ନିଯୁକ୍ତି ପରୀକ୍ଷା ତ୍ରୁଟି ଶୂନ୍ୟ ଭାବରେ ପରିଚାଳନା କରିପାରି ନାହାନ୍ତି। ଯାହାକି ଯୁବ ବର୍ଗ ମଧ୍ୟରେ ହତାଶା ସୃଷ୍ଟି କରିଛି। ତେଣୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ଆହୁରି ପଢ଼ନ୍ତୁ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ରାଜ୍ୟ ହିନ୍ଦୁ ମହିଳା ମହାସଭାର ସଭାପତି ହେଲେ ଶ୍ରୀମତୀ ସ୍ମିତା ମୁଦୁଲି

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ନେଇ ଦେଖା ଦେଇଥିବା ସମସ୍ୟା  ବିଷୟ ଉଠାଇଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଭିନ୍ନ ଆଳରେ ଗରିବ ଲୋକଙ୍କ ରାସନ କାର୍ଡ କାଟିବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳ ନେତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିବା ସହିତ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ବିଧାନସଭା କାର୍ଯ୍ୟକ୍ରମ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରିଥିଲେ।

26 Nov 2025 By Madhusudan Das

ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ବିଧାୟକ ଦଳ ବୈଠକରେ ନବୀନଙ୍କ ଉଦ୍‌ବେଗ

ବିଧାନସଭାରେ ସାଧାରଣ ଲୋକଙ୍କ ସ୍ୱର ସାଜିବାକୁ ଦଳୀୟ ବିଧାୟକଙ୍କୁ ସୁପ୍ରିମୋଙ୍କ ପରାମର୍ଶ

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଲୋକଙ୍କ ବିଭିନ୍ନ ସମସ୍ୟା ଏବଂ ସରକାରଙ୍କ ଅପାରଗତାକୁ ବିଜେଡି ଶାଣିତ ସ୍ୱରରେ ଗୃହରେ ଉପସ୍ଥାପନ କରିବ। ଆଇନଶୃଙ୍ଖଳା, ନାରୀ ନିର୍ଯାତନା, ସାଂପ୍ରଦାୟିକ  ଉତ୍ତେଜନା, ଚାଷୀଙ୍କ ସମସ୍ୟା, ନିଯୁକ୍ତି ଜାଲିଆତି ପ୍ରସଙ୍ଗରେ ସରକାରଙ୍କଠାରୁ ଦଳ ଜବାବ୍‌ ମାଗିବ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି। ପ୍ରମୁଖ ବିରୋଧୀ ଦଳ ଭାବେ ପ୍ରତିଟି ବିଧାୟକ ଗୃହରେ ସାଧାରଣ ଲୋକଙ୍କ ସ୍ୱର ସାଜିବାକୁ ନବୀନ ଦଳୀୟ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି।

ବୁଧବାର ସନ୍ଧ୍ୟାରେ ଶଙ୍ଖ ଭବନରେ ଅନୁଷ୍ଠିତ ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡିଛି। ମହିଳାମାନେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ କେନ୍ଦୁଝର ସଦରଠାରୁ ଆରମ୍ଭ କରି ଖୋର୍ଦ୍ଧା, ବାଘମାରୀ ଓ କଟକ ଏସସିବି ମେଡିକାଲରେ ନିକଟରେ ଘଟି ଯାଇଥିବା ନାରୀ ନିର୍ଯାତନା ଘଟଣା ଅତ୍ୟନ୍ତ ପୀଡ଼ା ଦାୟକ। ଏଭଳି ସମ୍ୱେଦନଶୀଳ ଘଟଣା ସରକାରଙ୍କର ଅପାରଗତାକୁ ପଦାରେ ପକାଇଛି। ଏତେ ଘଟଣା ପରେ ଏ ସରକାରର ନିଦ କେବେ ଭାଙ୍ଗିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ସେହିପରି ଶାନ୍ତି ଓ ସଦଭାବ ପାଇଁ ସୁନାମ ଥିବା ଓଡ଼ିଶାରେ ସାଂପ୍ରଦାୟିକ ଉତ୍ତେଜନା ବଢ଼ି ଚାଲିଥିବା ବେଦନାଦାୟକ ବୋଲି କ୍ଷୋଭ ପ୍ରକାଶ କରିଥିଲେ ନବୀନ। ଗତ ୧୮ ମାସ ଭିତରେ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ଅବନତି ଘଟିଛି । କଟକ ସହରରେ ଦୁର୍ଗାପୂଜା ସମୟରେ ଘଟି ଯାଇଥିବା ଦଙ୍ଗା ଓଡ଼ିଶାର ମୁଣ୍ଡ ତଳକୁ କରିଦେଇଛି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଥିଲେ। 

ସେ ପୁଣି କହିଥିଲେ ଯେ ରାଜ୍ୟରେ ଚାଷୀ ଓ ମହିଳାମାନେ ସବୁଠାରୁ ଅଧିକ ଦୁଃଖରେ ଅଛନ୍ତି। ସରକାର ନା ଚାଷୀଙ୍କୁ ଠିକ୍‌ ସମୟରେ ସାର ଯୋଗାଇ ପାରୁଛନ୍ତି, ନା ମିଶନ ଶକ୍ତି ମା’ ମାନଙ୍କୁ ଋଣ ସହାୟତା ଦେଇ ପାରୁଛନ୍ତି । ଚାଷୀ ଓ ମିଶନ ଶକ୍ତି ମା’ ମାନଙ୍କ ପ୍ରତି ସରକାରଙ୍କର ଉଦାସୀନତାର ଦୃଢ଼ ବିରୋଧ କରାଯିବ ବୋଲି ସେ କହିଥିଲେ। ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ ଚାଷୀ, ମହିଳା ଓ ଯୁବ ବର୍ଗର ବିରୋଧୀ ବୋଲି ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ କ୍ଷମତାକୁ ଆସିବା ପରେ ବିଜେପି ସରକାର ଏ ପର୍ଯ୍ୟନ୍ତ ଗୋଟିଏ ବି ନିଯୁକ୍ତି ପରୀକ୍ଷା ତ୍ରୁଟି ଶୂନ୍ୟ ଭାବରେ ପରିଚାଳନା କରିପାରି ନାହାନ୍ତି। ଯାହାକି ଯୁବ ବର୍ଗ ମଧ୍ୟରେ ହତାଶା ସୃଷ୍ଟି କରିଛି। ତେଣୁ ଜନସାଧାରଣ ସମ୍ମୁଖୀନ ହେଉଥିବା ଏହି ସବୁ ପ୍ରସଙ୍ଗରେ ସରକାରଙ୍କୁ ଉତ୍ତରଦାୟୀ ହେବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। 

ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାରେ ଧାନ ସଂଗ୍ରହ ନେଇ ଦେଖା ଦେଇଥିବା ସମସ୍ୟା  ବିଷୟ ଉଠାଇଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ବିଭିନ୍ନ ଆଳରେ ଗରିବ ଲୋକଙ୍କ ରାସନ କାର୍ଡ କାଟିବା ପାଇଁ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ବିରୋଧୀ ଦଳ ନେତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଗୃହରେ ବିରୋଧୀ ଦଳର ରଣନୀତି ଉପରେ ଆଲୋକପାତ କରିବା ସହିତ ଆସନ୍ତାକାଲି ରାଷ୍ଟ୍ରପତିଙ୍କ ବିଧାନସଭା କାର୍ଯ୍ୟକ୍ରମ ସମ୍ପର୍କରେ ସଭ୍ୟମାନଙ୍କୁ ଅବଗତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର