ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

Madhusudan Das Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ରନ୍ଧନ ଗ୍ୟାସକୁ ନେଇ ସଙ୍କଟ ଜାରି ରହିଛି। ଗ୍ୟାସ ବୁକିଂ କରି ଡିଏସି ନଂ ଆସିବାର ସପ୍ତାହେ ପରେ ମଧ୍ୟ ଗ୍ୟାସ ମିଳୁନି। ଘରୋଇ ଭାବେ ଯେଉଁ ଗ୍ୟାସ ବାହାରେ ବିକ୍ରି ହେଉଥିଲା, ତାହା ଏବେ ୩-୪ ହଜାର ଟଙ୍କାରେ ଚଢ଼ା ଦରରେ ବିକ୍ରି ହେଉଛି। ଏଭଳି ସ୍ଥିତିରେ ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗୁରୁବାର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ଏହି ସାମଗ୍ରୀର ଯଥେଷ୍ଟ ମହଜୁଦ ରହିଛି। ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦  ପ୍ରତିଶତ ଯୋଗାଇବାକୁ ସକ୍ଷମ କରାଯାଇଛି। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଅନ୍ୟପଟେ ଗ୍ୟାସ ସଙ୍କଟକୁ ନେଇ ଦିଲ୍ଲୀରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ଓ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ଏଥିରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି । 

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ରାଜ୍ୟରେ ଏବେ ରନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ସଂଖ୍ୟା କୋଟିଏରୁ ଅଧିକ। ଉପଭୋକ୍ତାଙ୍କ ପାଇଁ ଦୈନିକ ଓଡ଼ିଶାକୁ ୧ ଲକ୍ଷ ୪୦ ହଜାର ଗ୍ୟାସ ସିଲିଣ୍ଡର ଆସୁଛି; ମାତ୍ର ଏବେ ଦୈନିକ ବୁକିଂ ସଂଖ୍ୟା ୧ଲକ୍ଷ ୭୦ ହଜାରରୁ ଅଧିକ। ଫଳରେ ଗ୍ୟାସକୁ ନେଇ ସଙ୍କଟଜନକ ସ୍ଥିତି ଉପୁଜିଛି। ଲୋକମାନଙ୍କ ଘରେ ଗ୍ୟାସ ମହଜୁଦ ଥିବା ସତ୍ତ୍ୱେ ଛାନିଆ ହୋଇ ବୁକିଂ କରୁଛନ୍ତି ବୋଲି ସଂଘ କହୁଥିଲେ ମଧ୍ୟ ବାସ୍ଥବ ସ୍ଥିତି କିଛି ଅଲଗା। କାରଣ ଗ୍ୟାସ ଅଫିସ୍‌ କିମ୍ବା ଗୋଦାମ ଆଗରେ ଶହ ଶହ ଲୋକ ଧାଡ଼ି ହୋଇ ଗ୍ୟାସ ନେବାକୁ ଅପେକ୍ଷା କରୁଛନ୍ତି। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ ଗ୍ୟାସ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ବାଣିଜ୍ୟିକ ଗ୍ୟାସ ଉପରେ ବଡ଼ ଧରଣର କଟକଣା ଲାଗିଛି। ତେଣୁ ଉଠା ଦୋକାନୀମାନେ ଚଢ଼ା ଦରରେ ଗ୍ୟାସ କିଣୁଥିବା ଦର୍ଶାଇ ପ୍ରତି ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିଛନ୍ତି । 

ଆହୁରି ପଢ଼ନ୍ତୁ: ଟ୍ୱିନ୍ ସିଟିରେ କଳା ଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ, କିଛି ସ୍ଥାନରେ ପବନ ସହ ଘଡ଼ଘଡ଼ି ବର୍ଷା

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ହେବା ଆରମ୍ଭ ହୋଇଛି।   ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା ଦେଇ କମ୍ପାନୀଠୁ ତେଲ କିଣିବେ। ଏବେ ବାକି କାରବାର ବନ୍ଦ ହୋଇ ଥିବାରୁ ନଗଦ ନ ଦେଲେ ଟାଙ୍କି ମାଲିକଙ୍କୁ ତେଲ ଦିଆଯାଉ ନାହିଁ। ଫଳରେ ଗ୍ରାହକ ହଇରାଣ ହେଉଛନ୍ତି। ପୂର୍ବରୁ ତୈଳ କମ୍ପାନୀମାନେ ବାକିରେ କଞ୍ଚାମାଲ କିଣୁଥିଲେ। ଏବେ ସେମାନଙ୍କୁ ନଗଦ ଟଙ୍କା ଦେଇ କିଣିବାକୁ ପଡ଼ୁଛି। ତେଣୁ ସେମାନେ ନଗଦ ଦେଣନେଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଭୁବନେଶ୍ୱରରେ ଏବେ ୪୨ଟି ପେଟ୍ରୋଲ ପମ୍ପ ରହିଛି। ଭୁବନେଶ୍ୱର ଦୈନିକ ୩ଲକ୍ଷ ୧୨ ହଜାର ଲିଟର ପେଟ୍ରୋଲ ଓ ୨ଲକ୍ଷ ୧୫ ହଜାର ଲିଟରରୁ ଊର୍ଦ୍ଧ୍ବ ଡିଜେଲ ବିକ୍ରି ହୁଏ। ଏବେ ଲୋକମନେ ଛାନିଆ ହୋଇ ଅଧିକ ପେଟ୍ରୋଲ ପକାଉଛନ୍ତି। ପୂର୍ବାପେକ୍ଷା ୧୦ ପ୍ରତିଶତ ପେଟ୍ରୋଲ-ଡିଜେଲ ବିକ୍ରି ବୃଦ୍ଧି ପାଇଛି। ତେଣୁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି ହୋଇଛି। 

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇଲେ ବେଙ୍ଗଲ ସରକାର, ଲେଖା ହେଲା ଜଗନ୍ନାଥ ସାଂସ୍କୃତିକ କେନ୍ଦ୍ର

ଗୋଟିଏ ପଟେ ରାଜ୍ୟରେ ଗ୍ୟାସ ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ ମନ୍ତ୍ରୀ କିନ୍ତୁ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭିନ୍ନ ମତ ରଖୁଛନ୍ତି। ପୂର୍ବରୁ ଆଳୁ ସଙ୍କଟ ସମୟରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ଉତ୍ତର ପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସୁଥିବା ନେଇ ମନ୍ତ୍ରୀ କହିଥିଲେ। ଏହି କଥାକୁ ନେଇ ଆଜି ପର୍ଯ୍ୟନ୍ତ ବିରୋଧୀ ଯୋଗାଣ ମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଏବେ ଗ୍ୟାସ କଥାକୁ ନେଇ ମଧ୍ୟ ତାଙ୍କର ଉକ୍ତି ଚର୍ଚ୍ଚା ସୃଷ୍ଟି କରିଛି।

27 Mar 2026 By Madhusudan Das

ରାଜ୍ୟରେ ଉତ୍କଟ ହେଉଛି ଗ୍ୟାସ୍‌ ସଙ୍କଟ, ହେଲେ ମାନିବାକୁ ମନ୍ତ୍ରୀ ନାରାଜ

ଭୁବନେଶ୍ୱର: ସାରା ରାଜ୍ୟରେ ରନ୍ଧନ ଗ୍ୟାସକୁ ନେଇ ସଙ୍କଟ ଜାରି ରହିଛି। ଗ୍ୟାସ ବୁକିଂ କରି ଡିଏସି ନଂ ଆସିବାର ସପ୍ତାହେ ପରେ ମଧ୍ୟ ଗ୍ୟାସ ମିଳୁନି। ଘରୋଇ ଭାବେ ଯେଉଁ ଗ୍ୟାସ ବାହାରେ ବିକ୍ରି ହେଉଥିଲା, ତାହା ଏବେ ୩-୪ ହଜାର ଟଙ୍କାରେ ଚଢ଼ା ଦରରେ ବିକ୍ରି ହେଉଛି। ଏଭଳି ସ୍ଥିତିରେ ରାଜ୍ୟରେ ଗ୍ୟାସ, ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗୁରୁବାର ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ ରାଜ୍ୟରେ ଏହି ସାମଗ୍ରୀର ଯଥେଷ୍ଟ ମହଜୁଦ ରହିଛି। ହୋଟେଲକୁ ଆବଶ୍ୟକ ଥିବା ରନ୍ଧନ ଗ୍ୟାସର ୫୦  ପ୍ରତିଶତ ଯୋଗାଇବାକୁ ସକ୍ଷମ କରାଯାଇଛି। ଘରୋଇ କ୍ଷେତ୍ରକୁ କୌଣସି ପ୍ରତିବନ୍ଧକ ଲଗାଯାଇ ନାହିଁ। ଅନ୍ୟପଟେ ଗ୍ୟାସ ସଙ୍କଟକୁ ନେଇ ଦିଲ୍ଲୀରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ଓ ୯ଟି ରାଜ୍ୟର ଯୋଗାଣ ମନ୍ତ୍ରୀ ଏଥିରେ ଯୋଗ ଦେବେ ବୋଲି ସେ ସୂଚନା ଦେଇଛନ୍ତି । 

ରାଜ୍ୟରେ ଏବେ ରନ୍ଧନ ଗ୍ୟାସ ଉପଭୋକ୍ତାଙ୍କ ସଂଖ୍ୟା କୋଟିଏରୁ ଅଧିକ। ଉପଭୋକ୍ତାଙ୍କ ପାଇଁ ଦୈନିକ ଓଡ଼ିଶାକୁ ୧ ଲକ୍ଷ ୪୦ ହଜାର ଗ୍ୟାସ ସିଲିଣ୍ଡର ଆସୁଛି; ମାତ୍ର ଏବେ ଦୈନିକ ବୁକିଂ ସଂଖ୍ୟା ୧ଲକ୍ଷ ୭୦ ହଜାରରୁ ଅଧିକ। ଫଳରେ ଗ୍ୟାସକୁ ନେଇ ସଙ୍କଟଜନକ ସ୍ଥିତି ଉପୁଜିଛି। ଲୋକମାନଙ୍କ ଘରେ ଗ୍ୟାସ ମହଜୁଦ ଥିବା ସତ୍ତ୍ୱେ ଛାନିଆ ହୋଇ ବୁକିଂ କରୁଛନ୍ତି ବୋଲି ସଂଘ କହୁଥିଲେ ମଧ୍ୟ ବାସ୍ଥବ ସ୍ଥିତି କିଛି ଅଲଗା। କାରଣ ଗ୍ୟାସ ଅଫିସ୍‌ କିମ୍ବା ଗୋଦାମ ଆଗରେ ଶହ ଶହ ଲୋକ ଧାଡ଼ି ହୋଇ ଗ୍ୟାସ ନେବାକୁ ଅପେକ୍ଷା କରୁଛନ୍ତି। ପଶ୍ଚିମ ଏସିଆରେ ଯୁଦ୍ଧ ସ୍ଥିତି ଯୋଗୁଁ ଗ୍ୟାସ ଆମଦାନୀ ବାଧାପ୍ରାପ୍ତ ହୋଇଥିବାରୁ ବାଣିଜ୍ୟିକ ଗ୍ୟାସ ଉପରେ ବଡ଼ ଧରଣର କଟକଣା ଲାଗିଛି। ତେଣୁ ଉଠା ଦୋକାନୀମାନେ ଚଢ଼ା ଦରରେ ଗ୍ୟାସ କିଣୁଥିବା ଦର୍ଶାଇ ପ୍ରତି ଖାଦ୍ୟ ସାମଗ୍ରୀ ମୂଲ୍ୟ ବୃଦ୍ଧି କରିଛନ୍ତି । 

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଟାଙ୍କି ମଧ୍ୟ ବନ୍ଦ ହେବା ଆରମ୍ଭ ହୋଇଛି।   ତେଲ କମ୍ପାନୀଙ୍କ କହିବା ଅନୁଯାୟୀ ତେଲ ଟାଙ୍କି ମାଲିକମାନେ ନଗଦ ଟଙ୍କା ଦେଇ କମ୍ପାନୀଠୁ ତେଲ କିଣିବେ। ଏବେ ବାକି କାରବାର ବନ୍ଦ ହୋଇ ଥିବାରୁ ନଗଦ ନ ଦେଲେ ଟାଙ୍କି ମାଲିକଙ୍କୁ ତେଲ ଦିଆଯାଉ ନାହିଁ। ଫଳରେ ଗ୍ରାହକ ହଇରାଣ ହେଉଛନ୍ତି। ପୂର୍ବରୁ ତୈଳ କମ୍ପାନୀମାନେ ବାକିରେ କଞ୍ଚାମାଲ କିଣୁଥିଲେ। ଏବେ ସେମାନଙ୍କୁ ନଗଦ ଟଙ୍କା ଦେଇ କିଣିବାକୁ ପଡ଼ୁଛି। ତେଣୁ ସେମାନେ ନଗଦ ଦେଣନେଣ ଉପରେ ଗୁରୁତ୍ୱ ଦେଉଛନ୍ତି। ଭୁବନେଶ୍ୱରରେ ଏବେ ୪୨ଟି ପେଟ୍ରୋଲ ପମ୍ପ ରହିଛି। ଭୁବନେଶ୍ୱର ଦୈନିକ ୩ଲକ୍ଷ ୧୨ ହଜାର ଲିଟର ପେଟ୍ରୋଲ ଓ ୨ଲକ୍ଷ ୧୫ ହଜାର ଲିଟରରୁ ଊର୍ଦ୍ଧ୍ବ ଡିଜେଲ ବିକ୍ରି ହୁଏ। ଏବେ ଲୋକମନେ ଛାନିଆ ହୋଇ ଅଧିକ ପେଟ୍ରୋଲ ପକାଉଛନ୍ତି। ପୂର୍ବାପେକ୍ଷା ୧୦ ପ୍ରତିଶତ ପେଟ୍ରୋଲ-ଡିଜେଲ ବିକ୍ରି ବୃଦ୍ଧି ପାଇଛି। ତେଣୁ କିଛି ମାତ୍ରାରେ ସମସ୍ୟା ସୃଷ୍ଟି ହୋଇଛି। 

ଗୋଟିଏ ପଟେ ରାଜ୍ୟରେ ଗ୍ୟାସ ସଙ୍କଟ ସ୍ଥିତି ଲାଗି ରହିଥିବା ବେଳେ ମନ୍ତ୍ରୀ କିନ୍ତୁ ଏହି ଘଟଣାକୁ ନେଇ ସମ୍ପୂର୍ଣ୍ଣ ଭିନ୍ନ ମତ ରଖୁଛନ୍ତି। ପୂର୍ବରୁ ଆଳୁ ସଙ୍କଟ ସମୟରେ ମଧ୍ୟ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ସେତେବେଳେ ଉତ୍ତର ପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସୁଥିବା ନେଇ ମନ୍ତ୍ରୀ କହିଥିଲେ। ଏହି କଥାକୁ ନେଇ ଆଜି ପର୍ଯ୍ୟନ୍ତ ବିରୋଧୀ ଯୋଗାଣ ମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ବେଳେ ଏବେ ଗ୍ୟାସ କଥାକୁ ନେଇ ମଧ୍ୟ ତାଙ୍କର ଉକ୍ତି ଚର୍ଚ୍ଚା ସୃଷ୍ଟି କରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର